କେନ୍ଦ୍ରାପଡା:ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ମିଶନଶକ୍ତି’କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ମିଶନର ମହିଳା କାର୍ଯ୍ୟକର୍ତ୍ତାମାନେ ଅନ୍ୟ ସଦସ୍ୟାମାନଙ୍କୁ ଶାସକ ଦଳ ବିଜେଡିକୁ ଯୋଡିଶଙ୍ଖରେ ଭୋଟ ଦେବା ପାଇଁ ଶପଥ କରାଯାଉଥିବା ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ଏହା ସହ ଦଳ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆଣିଛି । ଆଜି କେନ୍ଦ୍ରାପଡରେ ପ୍ରେସମିଟ କରି ଦଳର ମହିଳା ମୋର୍ଚ୍ଚା ସଦସ୍ୟାମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି । ରାଜ୍ୟରେ ‘ମିଶନଶକ୍ତି’ ମାଧ୍ୟମରେ ମହିଳାଙ୍କୁ ନେଇ ରାଜନୀତି ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଆଜି (ମଙ୍ଗଳବାର) କେନ୍ଦ୍ରାପଡ଼ା ଜିଲ୍ଲାର ଗରାପୁର ସ୍ଥିତ ସ୍ଵୟଂସିଦ୍ଧା ହୋଟେଲରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ପ୍ରୀତି ପ୍ରତିଭା ଭୋଳ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାପତି ପ୍ରିୟଦର୍ଶିନୀ ନନ୍ଦ ଓ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଲୋକସଭା ମହିଳା ମୋର୍ଚ୍ଚା ପ୍ରଭାରୀ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଉପସ୍ଥିତିରେ ଆୟୋଜନ କରାଯାଇଥିଲା ।