ଓଡିଶା

odisha

ETV Bharat / politics

ଜେ ପି ନଡ୍ଡାଙ୍କ ସମୀକ୍ଷା ବୈଠକ, ଆଗାମୀ ନିର୍ବାଚନକୁ ନେଇ ସଦସ୍ୟକୁ ଦେଲେ ଗୁରୁମନ୍ତ୍ର - BJP review Meeting - BJP REVIEW MEETING

BJP Election review Meeting: ଭୁବନେଶ୍ୱରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ । ରାଜ୍ୟରେ ୨ ଟି ପର୍ଯ୍ୟାୟ ନିର୍ବାଚନରେ ବିଜେପିର ସ୍ଥିତି ଓ ଆଗାମୀ ୨ ପର୍ଯ୍ୟାୟରେ ରଣନୀତି ସମ୍ପର୍କରେ ଆଲୋଚନା । ଅଧିକ ପଢନ୍ତୁ

BJP Election review Meeting
BJP Election review Meeting (ETV Bharat Odisha)

By ETV Bharat Odisha Team

Published : May 24, 2024, 10:48 AM IST

ଜେ ପି ନଡ୍ଡାଙ୍କ ସମୀକ୍ଷା ବୈଠକ (ETV Bharat Odisha)

ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା । ରାଜ୍ୟରେ ସରକାର ଗଢିବା ପାଇଁ ଚଳିତ ନିର୍ବାଚନରେ ବିଜେପିର କଡା କସରତ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ଜାରି ରହିଛି । ଏହାମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ନିର୍ବାଚନୀ ସମୀକ୍ଷା ବୈଠକ କରିଛନ୍ତି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନିର୍ବାଚନ ପରଚାଳନା କମିଟି ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନଡ୍ଡା ।

ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ବୈଠକ ହୋଇଥିବା ବେଳେ ରାଜ୍ୟର ନିର୍ବାଚନ ପରଚାଳନା କମିଟି ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନଡ୍ଡା । ଓଡ଼ିଶାରେ କିଭଳି ବିଜେପି ସରକାର ହେବ ସେନେଇ ରଣନୀତି ପ୍ରସ୍ତୁତି ହୋଇଥିବା ବେଳେ ଆଗକୁ ଥିବା ଆଉ ଦୁଇ ପର୍ଯ୍ୟାୟର ନିର୍ବାଚନ କିଭଳି ବିଜେପି ସପକ୍ଷରେ ଯିବ ସେନେଇ ଆଲୋଚନା ହୋଇଥିଲା । ତେବେ ଦୁଇଟି ନିର୍ବାଚନ ରାଜ୍ୟରେ ସରିଯାଇଥିବା ବେଳେ ବିଜେପିର କଣ ରହିଛି ସ୍ଥିତି ସେନେଇ ମଧ୍ୟ ଆଲୋଚନା ହୋଇଛି ।

ଏହି ବୈଠକରେ ନଡ୍ଡାଙ୍କ ସମେତ ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦ ସାମିଲ ହୋଇଥିଲେ । ବୈଠକରେ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ, ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ.. ଯାଜପୁରରେ ଜେପି ନଡ୍ଡାଙ୍କ ଜୋରଦାର ପ୍ରଚାର - JP Nadda In Jajpur


ଅନ୍ୟପଟେ ବୈଠକକୁ ନେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, " ବିଧାନସଭାର ୧୦୦ରୁ ଉର୍ଦ୍ଧ୍ୱ ସିଟ ଜିତିବା ସହ ରାଜ୍ୟରେ ସରକାର ଗଠନ କରିବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ପାର୍ଟି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସି ବୈଠକ କରିବା, ବିଜେପି ରାଜ୍ୟରେ ସରକାର କରୁଛି ବୋଲି ସ୍ପଷ୍ଟ ବାରି ହେଉଛି । ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ଆଗକୁ ଆହୁରି ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅଛି । ସେଥିରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ । ବାରମ୍ବାର କେନ୍ଦ୍ରୀୟ ନେତୃତ୍ୱ ଗସ୍ତ କରିବା ସୂଚନା ଦେଉଛି ସେମାନଙ୍କ ଫୋକସରେ ଓଡିଶା ରହିଛି । ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ଏବଂ ରାଷ୍ଟ୍ରୀୟ ଅଧକ୍ଷଙ୍କ ସହ ବୈଠକ କର୍ମୀଙ୍କୁ ଶତ ସିଂହ ବଳ ଯୋଗାଇବ । କେନ୍ଦ୍ର ନେତୃତ୍ୱମାନେ ଆସି ଯିଏ ନିର୍ବାଚନ ଲଢ଼ୁଛନ୍ତି ତାଙ୍କ ସହ କେବଳ ଭେଟ ହେଉ ନାହାନ୍ତି ଯିଏ ପରିଚାଳନା କରୁଛନ୍ତି ତାଙ୍କୁ ମଧ୍ୟ ଭେଟ କରି ଉତ୍ସାହିତ କରୁଛନ୍ତି । ଯାହାଦ୍ୱାରା ଦଳର ଜଣେ ସାଧାରଣ କର୍ମୀଟିର ଉତ୍ସାହ ଦ୍ବିଗୁଣିତ ହେବ ଓ ଦଳର ବିଜୟ ପାଇଁ ସେ ଆହୁରି ପରିଶ୍ରମ କରିବ ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details