ଓଡିଶା

odisha

ETV Bharat / politics

ରାତି ପାହିଲେ ନିର୍ବାଚନ, ବୁଥ ମୁହାଁ ପୋଲିଂ ଅଧିକାରୀ - Voting preparation

Election preparation in Rayagada: ରାଜ୍ୟରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଗ୍ରହଣ ପ୍ରକ୍ରିୟା । ରାୟଗଡାର ୩ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପଡିବ ଭୋଟ । ବୁଥ ମୁହାଁ ହେଲେଣି ପୋଲିଂ ପାର୍ଟି । ଅଧିକ ପଢନ୍ତୁ

By ETV Bharat Odisha Team

Published : May 12, 2024, 2:20 PM IST

Rayagada Election preparation
Rayagada Election preparation (ETV Bharat Odisha)

Rayagada Election preparation (ETV Bharat Odisha)

ରାୟଗଡା: ବୁଥ ମୁହାଁ ପୋଲିଂ ପାର୍ଟି । ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ଆସନ୍ତାକାଲି (ସୋମବାର) ଅନୁଷ୍ଠିତ ହେବାକୁ ଯାଉଛି । ରାୟଗଡା ଜିଲ୍ଲାର ୧୩୮- ଗୁଣପୁର, ୧୩୯- ବିଷମକଟକ (ସଂରକ୍ଷିତ ଆସନ), ୧୪୦- ରାୟଗଡା (ସଂରକ୍ଷିତ ଆସନ) ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ୨୧- କୋରାପୁଟ(ସଂରକ୍ଷିତ ଆସନ) ଲୋକସଭା ଆସନ ନିମନ୍ତେ ଆସନ୍ତାକାଲି (ସୋମବାର) ମତଦାନ ହେବ । ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି । ପୋଲିଂ ଓ ପ୍ରିଜାଇଡିଂ ଅଫିସର ବୁଥ ମୁହାଁ ହୋଇଛନ୍ତି ।

ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ ୨୯୦ଟି ବୁଥରେ, ବିଷମକଟକ ନିର୍ବାଚନ ମଣ୍ଡଳୀରେ ୨୯୩ଟି ବୁଥ ଓ ରାୟଗଡ ନିର୍ବାଚନ ମଣ୍ଡଳୀର ୩୦୧ଟି ବୁଥରେ ମତଗ୍ରହଣ କରାଯିବ । ଏହି ତିନୋଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ଜିଲ୍ଲାରେ ୫ ହଜାର ୩୦୪ ଜଣ ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ପ୍ରତ୍ୟେକ ବୁଥର ସୁରକ୍ଷା ପାଇଁ ପୋଲିସକୁ ନିୟୋଜିତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ... ଓଡ଼ିଶାରେ ପ୍ରଥମ ପ୍ରର୍ଯ୍ୟାୟ ମତଦାନ; ସରିଲା ପ୍ରଚାର, ସୋମବାର ଭାଗ୍ୟ ପରୀକ୍ଷା - First Phase Voting Campaigning Ends

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଓ ପ୍ରିଜାଇଡିଂ ଅଫିସର ବୁଥ ମୁହାଁ ହୋଇଛନ୍ତି । ବିଭିନ୍ନ ବୁଥରେ ଅଧିକାରୀମାନେ ପହଞ୍ଚି ସାରିଛନ୍ତି । ସେହିପରି ଆଦର୍ଶ ବୁଥ ମଧ୍ୟରୁ ୮୮୮ଟି ସଖୀ ବୁଥ, ୧୫ଟି ଯୁବବର୍ଗ ବୁଥ , ୩ଟି ଦିବ୍ୟାଙ୍ଗ ବୁଥ, ଗୋଟିଏ ଆଦିମ ଜନଜାତିଙ୍କ ପାଇଁ ଏବଂ ଗୋଟିଏ ଇକୋ ଫ୍ରେଣ୍ଡଲି ବୁଥ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୮୮୪ ପୋଲିଂ ଷ୍ଟେସନରେ ତିନୋଟି ନିର୍ବାଚନ ମଣ୍ଡଳୀର ୭ଲକ୍ଷ ୧୩ ହଜାର ୧୫୩ ଜଣ ଭୋଟର ଭୋଟ ଦେବେ । ସେଥିରୁ ୩ ଲକ୍ଷ ୩୫ ହଜାର ୯୭୭ ଜଣ ପୁରୁଷ, ୩ ଲକ୍ଷ ୭୬ ହଜାର ୯୮୮ ଜଣ ମହିଳା ଭୋଟର ଥିବାବେଳେ ୧୮୮ ଜଣ ତୃତୀୟ ଲିଙ୍ଗୀ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।

ଜିଲ୍ଲାର ସମସ୍ତ ଭୋଟର ନିଜ ନିଜ ପରିଚୟ ପତ୍ର ମାଧ୍ୟମରେ ଭୋଟ ଦେବେ । ଚଳିତ ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ ଭାବେ ଆୟୋଜନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତିନୋଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ ଜଣ ସହକାରୀ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ , ୧୮ଟି ସ୍କ୍ୱାର୍ଡ, ୧୮ଟି ସର୍ଭେଲାନ୍ସ, ୩ଟି ଭିଡିଓ ସର୍ଭେଲାନ୍ସ ଟିମ, ୩ଟି ଭିଡିଓ ଭିୟୁଇଙ୍ଗ ଟିମ ଓ ୩ଟି ଆକାଉଣ୍ଟିଙ୍ଗ ଟିମ ଗଠନ କରିଛନ୍ତି । ଟିମକୁ ସୁରକ୍ଷିତ ଭାବେ ପହଞ୍ଚାଇବା ନିମନ୍ତେ ପ୍ରତ୍ୟେକ ବ୍ଲକରେ ସେକ୍ଟର ଅଧିକାରୀ ଓ ଜୋନାଲ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details