ଓଡିଶା

odisha

ETV Bharat / politics

କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ; 8ରେ ଆସିବେ ରାଜନାଥ, 12ରେ ଅମିତ ଶାହ - lok sabha election 2024 - LOK SABHA ELECTION 2024

Lok Sabha Election 2024: ଓଡ଼ିଶା ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ । ରାୟଗଡାରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବେ ରାଜନାଥ । ଅଧିକ ପଢନ୍ତୁ

Lok Sabha Election 2024
Lok Sabha Election 2024 (@AmitShahOffice@rajnathsingh)

By ETV Bharat Odisha Team

Published : May 5, 2024, 2:12 PM IST

Updated : May 5, 2024, 2:55 PM IST

କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ; 8ରେ ଆସିବେ ରାଜନାଥ, 12ରେ ଅମିତ ଶାହ (ETV Bharat Odisha)

ଭୁବନେଶ୍ୱର:ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟକୁ ଛୁଟୁଛି କେନ୍ଦ୍ରୀୟ ବିଜେପି ନେତାଙ୍କ ସୁଅ । ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ ପ୍ରଚାର କରୁଛନ୍ତି ଷ୍ଟାର କ୍ୟାମ୍ପେନର । ଏହି କ୍ରମରେ ଆସନ୍ତା 8 ତାରିଖରେ ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ 12 ତାରିଖରେ ପୁଣିଥରେ ଗୃହମନ୍ତ୍ରୀ ଅମିତ ଶାହ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି । ଅମିତ ଶାହଙ୍କ କାର୍ଯ୍ୟସୂଚୀ ସ୍ଥିର ହୋଇନଥିବା ବେଳେ ରାଜନାଥ ସିଂ ରାୟଗଡା ଆସିବା ପାଇଁ ସ୍ଥିର କରାଯାଇଛି ।

ଲୋକସଭା ନିର୍ବାଚନକୁ ନେଇ ବିଜେପି ଫୋକସରେ ରହିଛି ଓଡ଼ିଶା । ବାରମ୍ବାର ବିଜେପିର ଟାଣୁଆ ନେତାମାନେ ରାଜ୍ୟ ଗସ୍ତ କରି ପ୍ରଚାରକୁ ଜୋରଦାର କରୁଛନ୍ତି । ହେବିଓ୍ବେଟଙ୍କ ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । ସଭା, ସମିତି, ରୋଡ ଶୋ କରି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ଷ୍ଟାର କ୍ୟାମ୍ପେନର । ଗତକାଲି ଠାରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ - PM Modi visit

କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର: ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ କରିବେ ମାରାଥନ ପ୍ରଚାର କରିବେ । 8 ତାରିଖରେ ରାଜନାଥ ସିଂ ରାୟଗଡାରେ ପ୍ରଚାର କରିବେ । ଆସନ୍ତା ସପ୍ତାହରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ୧୦ ତାରିଖ ଦିନ ଭୁବନେଶ୍ୱରରେ ରୋଡ ଶୋ କରିବେ । 11 ତାରିଖ ଦିନ ବଲାଙ୍ଗୀର ସାଧାରଣ ସଭାରେ ଯୋଗଦେବେ ।

ଗତ ଫେବୃଆରୀ ମାସରେ ଓଡ଼ିଶା ଗସ୍ତରେ ଆସି ବାରିପଦାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏପିଲ 26 ତାରିଖରେ ଓଡିଶା ଗସ୍ତରେ ଆସି ସୋନପୁରରେ ବିଜେଡି ସରକାରକୁ କଡା ସମାଲୋଚନା କରିଥିଲେ ଅମିତ ଶାହ । ପରେ ଭୁବନେଶ୍ବର ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏପ୍ରିଲ 28 ତାରିଖରେ ଗଞ୍ଜାମ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଶାଳ ସମାବେଶ କରିଥିଲେ । ମେ’ 13 ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଚାରିଆଡେ ଚାଲିଛି ଜୋରଦାର ପ୍ରଚାର । ଲଗାତାର କେନ୍ଦ୍ରର ହେବିଓ୍ବେଟ ନେତାମାନେ ଓଡ଼ିଶା ଗସ୍ତ କରି ହାଇଭୋଲଟେଜ ପ୍ରଚାର କରି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : May 5, 2024, 2:55 PM IST

ABOUT THE AUTHOR

...view details