ଭୁବନେଶ୍ୱର:ରାଜ୍ୟରେଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ 5ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ 35 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଛି । ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ଇମିଏମରେ ସିଲ ହୋଇଛି । ତେବେ ଚଳିତ ପର୍ଯ୍ୟାୟରେ ହାରାହାରି 67.5 ପ୍ରତିଶତରୁ ଅଧିକ ମତଦାନ ରେକର୍ଡ ହୋଇଛି । ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରୁ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲେ ମଧ୍ୟ ନିର୍ବାଚନ ସୁରୁଖୁରରେ ଶେଷ ହୋଇଛି ।
ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ଅନେକ ସ୍ଥାନରେ ହିଂସାକାଣ୍ଡ ଭିଆଇଛି ବୋଲି ଅଭିଯୋଗ ଆଣିଛି ବିଜେଡି । ତେବେ ବହୁମାତ୍ରାରେ ଭୋଟ ହୋଇଥିବା ବେଳେ ଆମେ ସମସ୍ତ ଭୋଟଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ବୋଲି କହିଛି ବିଜେଡି । ଏନେଇ ବିଜେଡି ମୁଖପାତ୍ର ସସ୍ମିତ କହିଛନ୍ତି , 'ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଗତଥର ପରି ଚଳିତ ପର୍ଯ୍ୟାୟରେ ମଧ୍ୟ ବିଜେପି ହିଂସା ଭିଆଇଛନ୍ତି । କିନ୍ତୁ ଜନସାଧାରଣ ଘରୁ ବାହାରିଛନ୍ତି । ବହୁମାତ୍ରାରେ ଭୋଟ ହୋଇଛି । ଆସ୍କା, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଓ ସୁନ୍ଦରଗଡ଼ର ଭୋଟର ମତଦାନ କରିଛନ୍ତି । ଆମେ ସମସ୍ତ ଭୋଟଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ।'