ଓଡିଶା

odisha

ETV Bharat / politics

ପାଟପଟୁଆରରେ ଆସି ନାମାଙ୍କନ ଭରିଲେ ବରଗଡର ହେବିୱେଟ ନେତା - Lok Sabha Election 2024

Lok Sabha Election 2024: ଦ୍ବିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ବରଗଡରେ କିଏ କିଏ ଭରିଲେ ନାମାଙ୍କନ । ପଢନ୍ତୁ ଖବର

By ETV Bharat Odisha Team

Published : Apr 26, 2024, 9:59 PM IST

Candidates file nomination
Candidates file nomination

ନାମାଙ୍କନ ଭରିଲେ ସୁଶାନ୍ତ ସିଂ

ବରଗଡ: ଆଜି ଠାରୁ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଆଜି ବରଗଡ଼ ଲୋକସଭା ସହିତ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଏବଂ ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ମାସ 3 ଥିବା ବେଳେ ୬ ମେ’ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଆଜି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ବରଗଡ ଜିଲ୍ଲାର ଉଭୟ ଲୋକସଭା ଏବଂ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି ।

ପ୍ରଥମ ଦିନରେ ଭଟଲି ବିଧାନସଭା ଆସନ ପାଇଁ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୁଶାନ୍ତ ସିଂ ନାମାଙ୍କନ ପତ୍ର ଦାଖଲ ପାଇଁ ବରଗଡ଼ ଜିଲ୍ଲାପାଳ ଅଫିସ ପହଞ୍ଚି ADM ମଧୁଛନ୍ଦା ସାହୁଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ବରଗଡ଼ ବିଜେଡି ସାଂସଦ ପ୍ରାର୍ଥୀ ପରିନିତା ମିଶ୍ର ଓ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ରଙ୍କ ସହିତ ଶତାଧିକ ସମର୍ଥକ ଉପସ୍ଥିତ ରହିଥିଲେ ।

ସେହିପରି ବିଜେପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ କିଶୋର ଦଫାଦାର ମଧ୍ୟ ସ୍ଥାନୀୟ DRDA କାର୍ଯ୍ୟାଳୟ ଠାରେ CDO ସୁଶାନ୍ତ ସିଂଙ୍କ ପାଖରେ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ଦଫାଦାରଙ୍କ ସହିତ ତାଙ୍କର ଅନେକ ସମର୍ଥକ ଉପସ୍ଥିତ ରହିଥିଲେ । କଂଗ୍ରେସ ସାଂସଦ ପ୍ରାର୍ଥୀ ସଞ୍ଜୟ ଭୋଇ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠାରୁ ନାମାଙ୍କନ, ମେ 20ରେ ଭୋଟ୍ - ODISHA SECOND PHASE NOTIFICATION

କଂଗ୍ରେସ ସାଂସଦ ପ୍ରାର୍ଥୀ ସଞ୍ଜୟ ଭୋଇ ପ୍ରଥମେ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ପହଞ୍ଚିଥିଲେ । ପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ଭଟଲି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବ୍ରହ୍ମା ମହାକୁଡ, ବରଗଡ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନିପନ ଦାସଙ୍କ ସମେତ ଅନେକ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ ।

ସେପଟେ ପଦ୍ମପୁର ଉପଖଣ୍ଡ ପଦ୍ମପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପଦ୍ମପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଟଙ୍କଧର ସାହୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହିତ ତାଙ୍କ ସମର୍ଥକ ଏକ ଶୋଭାଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details