ଓଡିଶା

odisha

ETV Bharat / politics

ମାଁ ମାଣିକେଶ୍ବରୀଙ୍କ ଆଶୀର୍ବାଦ ନେଲେ ଲମ୍ବୋଦର ନିଆଲ, ଫୋକସରେ ଯାଦବ ଭୋଟ - Lambodar Nial At Manikeswari Temple - LAMBODAR NIAL AT MANIKESWARI TEMPLE

Lambodar Nial At Manikeswari Temple: କଳାହାଣ୍ଡି ଲୋକସଭା ଆସନ ପାଇଁ ଲମ୍ବୋଦ ନିଆଲଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଜି ସେ ଭବାନୀପାଟଣାରେ ପହଞ୍ଚି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Lambodar Nial
Lambodar Nial

By ETV Bharat Odisha Team

Published : Apr 1, 2024, 9:50 PM IST

Lambodar Nial

ଭବାନୀପାଟଣା:ନିର୍ବାଚନ ମୈଦାନରେ ଲମ୍ବୋଦର ନିଆଲ । ଯାଦବ ଭୋଟ ଉପରେ ରହିଛି ସଭିଙ୍କ ନଜର। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ଉଷ୍ମତା ମଧ୍ୟ ସେତିକି ବଢ଼ିବାରେ ଲାଗିଛି । ବିଜେପିର ସାଂସଦ ପ୍ରାର୍ଥୀ ଓ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ଟିକେଟ ଘୋଷଣା ପରେ ଆଜି ପ୍ରଥମ ଥର ପାଇଁ କଳାହାଣ୍ଡିରେ ପହଞ୍ଚିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ। ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଲମ୍ବୋଦର । ତେବେ ନେତାମାନେ ଏବେ ଗାଁ ମୁହାଁ ହୋଇଥିବାବେଳେ କେଉଁଠି ରୁଦ୍ଧଦ୍ୱରା ବୈଠକ ତ ପୁଣି ଆଉ କେଉଁଠି କର୍ମୀଙ୍କୁ ନେଇ ଚାଲିଲାଣି ନିର୍ବାଚନୀ ସମାବେଶ । ଆଉ କେତେବେଳେ ଦେବା ଦେବୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଛନ୍ତି ନେତା ।

ଲମ୍ବୋଦର ନିଆଲ ପ୍ରଥମେ ଭବାନୀପାଟଣାରେ ପହଞ୍ଚି ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ସାଂସଦ ପ୍ରାର୍ଥୀଙ୍କ ସହ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଲଳିତା ନାଏକ ଉପସ୍ଥିତ ଥିଲେ । ଏହାସହ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ଅନେକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ମନ୍ଦିର ଦର୍ଶନ ପରେ ଗଣମାଧ୍ୟମକୁ ସୂଚନା ଦେଇ ଲମ୍ବୋଦର ନିଆଲ କହିଛନ୍ତି, "କଳାହାଣ୍ଡି ଲୋକସଭା କ୍ଷେତ୍ରର ୭ ଟି ନିର୍ବାଚନ ମଣ୍ଡଳୀ ସମେତ ନୂଆପଡ଼ା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ଓ ଲୋକସଭା କ୍ଷେତ୍ରରେ ବିଜେଡିର ବିଜୟ ହେବ ।"

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରୁ ବିଜେଡିର ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ସମର୍ଥକଙ୍କ ସେଲିବ୍ରେସନ - Supporters Of Lamodar Celebrates

ଲମ୍ବୋଦର ନିଆଲଙ୍କ ରାଜନୈତିକ କ୍ୟାରିଅର ଦେଖିଲେ ସେ ପୂର୍ବରୁ ସରପଞ୍ଚ, ସମିତି, ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଗତ ୨୦୧୯ ନିର୍ବାଚନରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବରେ ଟିକେଟ ପାଇ କଂଗ୍ରେସ ପ୍ରାର୍ଥୀ ଅଧିରାଜ୍ ପାଣିଗ୍ରାହୀଙ୍କ ଠାରୁ ପରାଜୟ ହୋଇଥିଲେ। ଲମ୍ବୋଦରଙ୍କୁ ଟିକେଟ ଦେଇ ବିଜେଡି ଯାଦବ ଭୋଟକୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି । ସେପଟେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ସାଂସଦ ପ୍ରାର୍ଥୀ ଘୋଷଣା କରି ନଥିବାରୁ ଏବେ ସମସ୍ତଙ୍କ ନଜର କଂଗ୍ରେସ ଉପରେ ରହିଛି । ସେପଟେ ମାଣିକେଶ୍ୱରୀଙ୍କ ଦର୍ଶନ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଲମ୍ବୋଦର ନିଆଲ। ଆଉ ଲୋକଙ୍କ ପାଖରେ ପହଞ୍ଚି ଭୋଟ ହାତେଇବାକୁ ଚଳାଇଛନ୍ତି କସରତ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details