ବଲାଙ୍ଗୀର:ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ବାବରେ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ପାଟଣାଗଡ ବିଧାନସଭା ନବ ନିର୍ବାଚିତ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହ ଦେଓ ଓ ନିମାପଡ଼ା ବିଜେପି ବିଧାୟିକା ପ୍ରଭାତୀ ପରିଡ଼ିଙ୍କ ନାମ ଘୋଷଣା କରାଯାଇଛି । ତେବେ କନକ ବର୍ଦ୍ଧନ ସିଂହ ଦେଓ ନାଁ ଉପମୁଖ୍ୟମନ୍ତ୍ରୀ ଭୋବରେ ଘୋଷଣା ହେବାପରେ ପାଟଣାଗଡ଼ ସହ ସମ୍ପୂର୍ଣ୍ଣ ବଲାଙ୍ଗୀର ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଛି ।
ବଲାଙ୍ଗୀର ପାଇଁ ପୁଣି ଏକ ବଡ଼ ଖୁସିର ଖବର ଆସିଛି । ଯାହାକୁ ନେଇ ବଲାଙ୍ଗୀର ବାସି ଖୁବ୍ ଉତ୍ସାହିତ । 6 ଥରର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ଏବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ହେବେ । ଏହା ବିଧିବଦ୍ଧ ଘୋଷଣା ହେବା ପରେ ଆଜି ବଲାଙ୍ଗୀରରେ ଖୁସିର ଲହରୀ ଖେଳି ଯାଇଛି । ବିଜେପି କର୍ମୀଙ୍କ ଠାରୁ ନେଇ କନକ ବର୍ଦ୍ଧନକ ସମର୍ଥକ ଖୁସି ମାନାଉଛନ୍ତି । ଏନେଇ ବିଜେପି କର୍ମୀ କହିଛନ୍ତି ଯେ, ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ଜଣେ ଯୋଗ୍ୟ ନେତା । ଯିଏ ସାଧାରଣ ଜନତାଙ୍କ ସେବା ପାଇଁ ସଦା ବେଳେ ନିଜକୁ ନିୟୋଜିତ କରନ୍ତି । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସବୁଠି ସେ ସାହାଯ୍ୟର ହାତ ବଢ଼ାଇ ଆସିଛନ୍ତି । 6 ଥର ସେ ପାଟଣାଗଡ଼ରୁ ବିଧାୟକ ଭାବରେ ବିଜୟୀ ହୋଇଥିବା ବେଳେ ପୂର୍ବରୁ 2 ଥର ମନ୍ତ୍ରୀ ଥିଲେ । ସେହିପରି ପରବର୍ତ୍ତୀ ସମୟରେ ସେ ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ତୁଲାଇଥିଲେ । ତେବେ ଏଠିକାର ଲୋକେ ଏଥର କିଛି ବଡ଼ ଆଶା କରିଥିଲେ । ଆଜି ସେ ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ ହୋଇଛନ୍ତି । ଯାହାକୁ ନେଇ ତାଙ୍କ ସମର୍ଥକ ଖୁବ ଖୁସି ଥିବାର କହିଛନ୍ତି ।