ETV Bharat / technology

Instagramରେ ଏବେ କରିପାରିବେ ଲୋକେସନ ସେୟାର; ଅନେକ ଷ୍ଟିକର ସାମିଲ - INSTAGRAM NEW FEATURES

ଇନଷ୍ଟାଗ୍ରାମ ବ୍ୟବହାର ହେବ ଆହୁରି ମଜାଦାର । ସାମିଲ ହେଲା ଅନେକ ଷ୍ଟିକର । ଦେଇପାରିବେ ନିକନେମ୍‌ ଓ ସେୟାର କରିପାରିବେ ଲାଇଭ ଲୋକେସନ । ଅଧିକ ପଢନ୍ତୁ

Instagram New Features
Instagram New Features (Credit- Instagram)
author img

By ETV Bharat Tech Team

Published : Nov 26, 2024, 5:16 PM IST

ହାଇଦ୍ରାବାଦ: ମେଟା ମାଲିକାନାର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏବେ ଚାଟିଂ ଆହୁରି ମଜାଦାର ହେବାକୁ ଯାଉଛି । ଏହାର ଡାୟରେକ୍ଟ ମେସେଜ (DM)ରେ ନୂଆ ଫିଚର ଘୋଷଣା ହୋଇଛି । ଏହି ନୂଆ ଫିଚର ସାହାଯ୍ୟରେ ୟୁଜର ନିଜକୁ ଆହୁରି ସାଙ୍ଗମାନଙ୍କ ସହିତ ସଂଯୋଗ କରିବା ଏବଂ ନିଜକୁ ପ୍ରକାଶ କରିବା ଭିନ୍ନ ଅନୁଭୂତି ପାଇପାରିବେ। ଖାଲି ସେତିକି ନୁହେଁ DMରେ ଲାଇଭ୍‌ ଲୋକେସନ ମଧ୍ୟ ସେୟାର କରିପାରିବେ ।

Instagram new Stickers
Instagram new Stickers (Credit- Instagram)

DM ପାଇଁ ଆସିଲା ନୂଆ ଷ୍ଟିକର:-

ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ବାର୍ତ୍ତାଳାପକୁ ଆହୁରି ଉନ୍ନତ କରିବା ଲାଗି ମେଟା 300ରୁ ଅଧିକ ଷ୍ଟିକର ସହିତ ପ୍ରାୟ 17ଟି ଷ୍ଟିକର ପ୍ୟାକ୍‌ ଆଣିଛି । ଏହି ଷ୍ଟିକରଗୁଡିକ ବ୍ୟବହକାରୀଙ୍କୁ ମେସେଜଗୁଡ଼ିକର ରେସପନ୍ସ କରିବା କିମ୍ବା ଶବ୍ଦ ପାଉନଥିଲେ ନିଜର ଭାବନାକୁ ପ୍ରକାଶ କରିବାକୁ ଏହି ଷ୍ଟିକରର ବ୍ୟବହାର କରିପାରିବେ । ୟୁଜର ନିଜ ପସନ୍ଦ ମୁତାବକ ଷ୍ଟିକରଗୁଡିକୁ 'Favourites'ରେ ବି ସାମିଲ କରିପାରିବେ । ଯାହାଦ୍ବାରା ସାଙ୍ଗମାନଙ୍କ ଦ୍ବାରା ସେୟାର ହୋଇଥିବା କିମ୍ବା କଟଆଉଟ୍ ବ୍ୟବହାର କରି ସୃଷ୍ଟି ହୋଇଥିବା ଷ୍ଟିକରକୁ ପୁଣି ଥରେ ବ୍ୟବହାର କରିପାରିବେ ।

ଏହା ବି ପଢନ୍ତୁ
  1. Instagram ଆଣୁଛି ନୂଆ ଫିଚର; ଲଗାଇପାରିବେ AI ଜେନେରେଟ୍‌ ପ୍ରୋଫାଇଲ ପିକ୍‌ଚର
  2. ଆସିଲା ନୂଆ ଫିଚର; ଗୋଟିଏ କ୍ଲିକରେ ନିଜ Playlistରେ ଡାଉନଲୋଡ କରନ୍ତୁ Insta ଗୀତ
Nickname In a Chat in Instagram
Nickname In a Chat in Instagram (Credit- Instagram)

DMରେ ରଖିପାରିବେ Nick Name:-

ମେଟା ଏବେ ୟୁଜରଙ୍କୁ DMରେ ନିଜ ସାଙ୍ଗମାନଙ୍କ ନିକନେମ୍‌ ସେଭ କରିବାକୁ ଅନୁମତି ଦେବ । ଏହାଦ୍ବାରା ୟୁଜର ଚାଟବକ୍ସରେ ନିଜେ ଯେଉଁ ନାମରେ ସାଙ୍ଗକୁ ଡାକନ୍ତି ସେହି ନାମ ସେଭ୍‌ କରିପାରିବେ । ଡାକ ନାଁ ବା ନିକ୍‌ ନେମ୍‌ କେବଳ ବ୍ୟକ୍ତିଗତ ଚାଟରେ ଦୃଶ୍ୟମାନ ହେବ ଏବଂ ସର୍ବସାଧାରଣ ଇନଷ୍ଟାଗ୍ରାମ ପ୍ରୋଫାଇଲକୁ ପ୍ରଭାବିତ କରିବ ନାହିଁ । ଚାଟ୍ ଭିତରେ କିଏ ଡାକ ନାଁ ଅପଡେଟ୍ କରିପାରିବେ ତାହା ଉପରେ ଉପଭୋକ୍ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି । ଡିଫଲ୍ଟ ଅନୁଯାୟୀ ଆପଣ ଫଲୋ କରୁଥିବା ଲୋକମାନେ କେବଳ ଡାକ ନାଁ ରଖିପାରିବେ।

କେମିତି ପରିବର୍ତ୍ତନ କରିବେ Nick Name?

  • ସର୍ବପ୍ରଥମେ ଆପଣଙ୍କୁ Conversationର ଶୀର୍ଷରେ ଥିବା ଚାଟ୍ ନାମ ଉପରେ ଟ୍ୟାପ୍ କରିବାକୁ ପଡ଼ିବ ।
  • ଏହା ପରେ Nicknameକୁ ଚୟନ କରିବାକୁ ପଡ଼ିବ ।
  • ଯେଉଁ ବ୍ୟକ୍ତିଙ୍କ ଡାକ ନାଁ ଆପଣ ଦେବାକୁ ଚାହୁଁଛନ୍ତି ସେହି ବ୍ୟକ୍ତିଙ୍କୁ ବାଛନ୍ତୁ ।
Instagram Live Location Sharing Feature
Instagram Live Location Sharing Feature (Credit- Instagram)

DMରେ ସେୟାର କରିପାରିବେ ଲୋକେସନ୍‌:-

  • ଦେଖାସାକ୍ଷାତକୁ ଆହୁରି ସହଜ କରିବା ଲାଗି 'Live Location Share'ର ଆରମ୍ଭ କରାଯାଇଛି । ଏହି ଫିଚରର ବ୍ୟବହାର କରି ଆମେ ସହଜରେ ଯେତେ ଭିଡ଼ ଜାଗାରେ ରହିଲେ ମଧ୍ୟ ନିଜ ଠିକଣା ସ୍ଥଳରେ ପହଞ୍ଚିପାରିଥାଉ । ଭିଡ଼ ଜାଗାରେ ବନ୍ଧୁ କିମ୍ବା ପରିବାର ବର୍ଗଙ୍କ ନିକଟରେ ପହଞ୍ଚି ପାରିଥାଉ ।
  • ଏହି ଲାଇଭ ଲୋକେସନକୁ ଆପଣ 1ଘଣ୍ଟା ପର୍ଯ୍ୟନ୍ତ ସେୟାର କରିପାରିବେ ।
  • ଲୋକେସନ ସେୟାର ପ୍ରାଇଭେଟ ଏବଂ ୱାନ-ଟୁ-ୱାନ କିମ୍ବା ଗ୍ରୁପ ଚାଟ୍‌ ପର୍ଯ୍ୟନ୍ତ ସୀମିତ ।
  • ୟୁଜର ଯେତେବେଳେ ଚାହିଁବେ ସେତେବେଳେ ଲାଇଭ ଲୋକେସନ ସେୟାରିଂକୁ ବନ୍ଦ କରିପାରିବେ ।
  • ଏହି ଡିଫଲ୍ଟ ସ୍ତରରେ ବନ୍ଦ ରହିଥାଏ, ଆପଣ ଯାହାକୁ ସେୟାର କରିଥାନ୍ତି ସେମାନେ ହିଁ ଆପଣଙ୍କ ଲାଇଭ ଲୋକେସନ ଦେଖିପାରିବେ ।
  • ଅନ୍ୟାନ୍ୟ ଫିଚର ଚଳିତ ସପ୍ତାହରୁ ଆପଣ ବ୍ୟବହାର କରିପାରିବେ । କିନ୍ତୁ ଲାଇଭ ଲୋକେସନ ସେୟାରିଂ କିଛି ନିର୍ଦ୍ଦିଷ୍ଟ ଦେଶ ମଧ୍ୟରେ ଏବେ ସୀମିତ ଅଛି । ଏହି ଦେଶ ମଧ୍ୟରେ ଭାରତ ସାମିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.