ETV Bharat / entertainment

କମାଲ କଲାନି 'ପୁଷ୍ପା 2'ର ଗୀତ 'କିସିକ', ଟ୍ରୋଲ କଲେ ନେଟିଜେନ୍ସ

ଫିଲ୍ମ 'ପୁଷ୍ପା ୨'ରୁ 'କିସିକ୍' ରିଲିଜ ହୋଇଛି । ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ନେଟିଜେନ୍ସ ।

'Pushpa 2' Song 'Kissik' REVIEW
'Pushpa 2' Song 'Kissik' REVIEW (IANS/SONG POSTER)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ଗତ ରବିବାର ଦିନ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨: ଦ ରୁଲ'ର ଆଇଟମ ଗୀତ 'କିସିକ' ରିଲିଜ ହୋଇଛି । ରିଲିଜ ପରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛି । ଏହି ଗୀତ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଛି । ଗୀତର ଅଭିନେତ୍ରୀ ଶ୍ରୀଲିଲାଙ୍କୁ ବହୁତ ଟ୍ରୋଲ କରାଯାଉଛି । ଫିଲ୍ମର ପ୍ରଥମ ଭାଗର ଗୀତ ‘ଉ ଉ ଆଣ୍ଟାଭା’ ଯେପରି ଏକ ଉତ୍ସାହ ସୃଷ୍ଟି କରିଥିଲା, ସେହିଭଳି ଫିଲ୍ମର ଦ୍ୱିତୀୟ ଭାଗରୁ ସମାନ ଆଶା କରିଥିବା ବେଳେ ବର୍ତ୍ତମାନ ପୁଷ୍ପା 2ର ରିଲିଜ ଆଇଟମ ଗୀତ 'କିସିକ' ଦର୍ଶକଙ୍କ ମନ ଜିତିପାରିନି । କ'ଣ କହୁଛନ୍ତି ନେଟିଜେନ୍ସ, ଜାଣନ୍ତୁ...

ଟ୍ରୋଲ କଲେ ନେଟିଜେନ୍ସ

ଏହି ଗୀତଟି ୟୁଟ୍ୟୁବରେ ଟି-ସିରିଜ୍ ଦ୍ୱାରା ରିଲିଜ ହୋଇଥିବା ବେଳେ ଏହାର ହିନ୍ଦୀ ସଂସ୍କରଣରେ 114,41271 ରୁ ଅଧିକ ଭ୍ୟୁ ଅଛି ଏବଂ 3.2 ଲକ୍ଷ ଲାଇକ ପାଇଛି । 2,96,51824 ଭ୍ୟୁ ସହିତ ତେଲୁଗୁ ସଂସ୍କରଣରେ 5 ଲକ୍ଷ ଲାଇକ ପାଇଛି । ଏହି ଗୀତରେ ଅଲୁ ଅର୍ଜୁନ ଏବଂ ଶ୍ରୀଲିଲାଙ୍କ ଯୋଡି ଦେଖିବାକୁ ମିଳିଥିବା ବେଳେ ଏହି ଗୀତ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଛି । କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଏହାକୁ ନେଇ ସମାଲୋଚନା କରିବା ସହ ସାମନ୍ଥାଙ୍କ ଗୀତ ସହ ତୁଳନା କରିଛନ୍ତି ।

ସାମନ୍ଥାଙ୍କ ଗୀତ ସହ କରୁଛନ୍ତି ତୁଳନା

2021 ମସିହାରେ ରିଲିଜ ଫିଲ୍ମ ‘ପୁଷ୍ପା: ଦ ରାଇଜ୍’ ର ‘ଉ ଉ ଆଣ୍ଟାଭା’ ମୁକ୍ତିଲାଭ କରିଥିଲା । ଏହି ଗୀତ ସବୁଆଡେ ଲୋକପ୍ରିୟ ହୋଇଥିଲା । ସାମନ୍ଥାଙ୍କ ଜବରଦସ୍ତ ଡ୍ୟାନ୍ସ, ଗୀତର ବୋଲ୍ଡ ଲିରିକ୍ସ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ଏହି ଗୀତରେ ସାମନ୍ଥାଙ୍କ ଅଭିନୟ କେବଳ ଆଲୋଚନାର ବିଷୟ ହୋଇନଥିଲା, ବରଂ ଏହା ଅନେକ ମାସ ପର୍ଯ୍ୟନ୍ତ ହେଡଲାଇନରେ ରହିଥିଲା । ଏପରି ସମୟରେ ବର୍ତ୍ତମାନ ଦ୍ୱିତୀୟ ଭାଗରେ ଶ୍ରୀଲିଲାଙ୍କ ଗୀତ 'କିସିକ' ରିଲିଜ ହୋଇଥିବା ବେଳେ ଅନେକ ଏନେଇ ସମାଲୋଚନା କରିଛନ୍ତି । ଜଣେ ଲେଖିଛନ୍ତି, ଏହା ଏକ ଢିଞ୍ଚକ ପୂଜା ଗୀତ ଆହୁରି ଭଲ । ଆଉ ଜଣେ ଲେଖିଛନ୍ତି, ତୁମେ କ’ଣ ତିଆରି କରିଛ? ଜଣେ ଲେଖିଛନ୍ତି, ସାମନ୍ଥା ଭଲ ଥିଲେ । ଆଉ ଜଣେ କହିଛନ୍ତି ଅଲ୍ଲୁ ଅର୍ଜୁନ ଏବଂ ସାମନ୍ଥାଙ୍କ ତୁଳନାରେ କିଛି ନୁହେଁ। ଅନ୍ୟ ଜଣେ କହିଛନ୍ତି, ଏହି ଗୀତ ଶୁଣି ଶ୍ରଦ୍ଧା ଏହାକୁ କରିବାକୁ ମନା କରିଦେଇଥିବା ଜାଣି ମୁଁ ଖୁସି । ଅନ୍ୟ ଜଣେ ଲେଖିଛନ୍ତି, ମୁଡ ଖରାପ କରିଦେଲ ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା 2' ଆଇଟମ୍ ଗୀତ 'କିସିକ' ରିିଲିଜ

ଏହି ଦିନ ପରଦାକୁ ଆସିବ 'ପୁଷ୍ପା 2'

ସୁକୁମାରନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପୁଷ୍ପା ୨' 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଯାହା 2021 ଡିସେମ୍ବରରେ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସ୍‌ରେ ଧମାକା କରିଥିଲା । ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା । ତେବେ ପ୍ରଥମ ଭାଗ ପରି 2ୟ ଭାଗରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିବେ । ଡିସେମ୍ବର 5, 2024 ରେ 'ପୁଷ୍ପା 2' ସାରା ବିଶ୍ୱରେ ଏକ ବଡ଼ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.