ଓଡିଶା

odisha

ETV Bharat / politics

କଳାହାଣ୍ଡି ଆସୁଛନ୍ତି ରାଜନାଥ ସିଂ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର - Rajnath Singh to visit Kalahandi - RAJNATH SINGH TO VISIT KALAHANDI

Kalahandi district BJP Press Meet: ରାଜନାଥ ସିଂଙ୍କ କଳାହାଣ୍ଡି ଗସ୍ତ ନେଇ କଳାହାଣ୍ଡି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଅଧିକ ପଢ଼ନ୍ତୁ

କଳାହାଣ୍ଡି ଆସୁଛନ୍ତି ରାଜନାଥ ସିଂ
କଳାହାଣ୍ଡି ଆସୁଛନ୍ତି ରାଜନାଥ ସିଂ (ETV Bharat Odisha)

By ETV Bharat Odisha Team

Published : May 7, 2024, 5:31 PM IST

କଳାହାଣ୍ଡି ଆସୁଛନ୍ତି ରାଜନାଥ ସିଂ (ETV Bharat Odisha)

ଭବାନୀପାଟଣା: ଆସନ୍ତାକାଲି କଳାହାଣ୍ଡି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ବିଜେଡି ବିରୋଧରେ ଇସ୍ତାହାର ସହ ସଂକଳ୍ପ ପତ୍ରକୁ ନେଇ ଆଜି କଳାହାଣ୍ଡିରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଆସିଯାଇଛି ନିର୍ବାଚନର ଋତୁ, ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନେତା ଓ ପ୍ରାର୍ଥୀ କେତେବେଳେ ଜନ ସମାବେଶର ଆୟୋଜନ କରୁଛନ୍ତି ଆଉ କେତେବେଳେ ଶୋଭାଯାତ୍ରାରେ ଲାଗି ପଡିଛନ୍ତି । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ହେବାକୁ ଯାଉଛି ତ୍ରିମୁଖି ଲଢେଇ । ଗତକାଲି ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିଥିଲେ । ତେବେ ଆଗାମୀ ନିର୍ବାଚନକୁ ନଜରେ ରଖି କଳାହାଣ୍ଡିରେ ବିଜେପିର ନିର୍ବାଚନ ପ୍ରଚାର କରିବା ପାଇଁ ଆସୁଛନ୍ତି ରାଜନାଥ ସିଂ ।

ଆସନ୍ତାକାଲି ଦିନ ୧୨ଟାରେ ରାଜନାଥ ହେଲିକ୍ୟାପଟର ଯୋଗେ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବେ । ପରେ ସେଠାରୁ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ନିର୍ବାଚନୀ ପ୍ରଚାର କରିବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ରାଜନାଥ ସିଂ । ଏନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭବାନୀପାଟଣା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ନାଏକ, ଜିଲ୍ଳା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ଉପସ୍ଥିତ ଥିବା ବେଳେ ରାଜନାଥ ସିଂଙ୍କ ଗସ୍ତକୁ ନେଇ ସୂଚନା ଦିଆଯାଇଛି । ଏହା ସହ ବିଜେଡି ବିରୋଧରେ ବିଜେପିର ଚାର୍ସିଟ ଓ ବିଜେପି ସଂକଳ୍ପ ପତ୍ରକୁ ନେଇ ମଧ୍ୟ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ; କାଲି ଆସିବେ ପ୍ରତିରକ୍ଷା ମନ୍ତ୍ରୀ, 9ରେ ଗଡ଼କରୀ - Lok Sabha Election 2024

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, "ଓଡ଼ିଶାରେ ବିଜେପି ସରକାର ଆସିଲେ ୫ଲକ୍ଷ୍ୟ ଯୁବକଙ୍କୁ ଦୁଇ ବର୍ଷ ମଧ୍ୟରେ ରୋଜଗାର ଯୋଗାଇବ, ଧାନ କ୍ଵିଣ୍ଟାଲ ପିଛା ୩୧୦୦ ସହ ଟଙ୍କାରେ କ୍ରୟ କରିବା ବ୍ୟବସ୍ଥା କରିବ, ଓଡ଼ିଶାର ଶିଳ୍ପକୁ ବୃଦ୍ଧି କରିବ, ଭତ୍ତା ଟଙ୍କା ରାଶିକୁ ବୃଦ୍ଧି କରି ୩ ହଜାର ଟଙ୍କା କରାଯିବା ଓ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବ ।" ଏହା ସହିତ ବିଜେପି ସରକାରକୁ ଆସିଲେ ୫ଟିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଭବାନୀପାଟଣା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ନାଏକ । ଆସନ୍ତା ନିର୍ବାଚନରେ ଜିଲ୍ଲାରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ହେବା ସହ କଳାହାଣ୍ଡି ଲୋକସଭାରେ ମଧ୍ୟ ବିଜେପି ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଦୀପ୍ତ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details