ଓଡିଶା

odisha

ETV Bharat / politics

ଝାଡ଼ଖଣ୍ଡରେ ଥମିଲା ପ୍ରଚାର, ଚମ୍ପାଇଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଷଢେଇକଳାରେ ବିରାଟ ଜନସଭାକୁ ସମ୍ବୋଧିତ କଲେ ମୋହନ ମାଝୀ । କହିଲେ JMM ସରକାରକୁ ବାଏ ବାଏ କରିବେ ଝାଡଖଣ୍ଡବାସୀ ।

CM MOHAN MAJHI CAMPAIGN
CM MOHAN MAJHI CAMPAIGN (ETV Bharat)

By ETV Bharat Odisha Team

Published : Nov 11, 2024, 7:44 PM IST

ରାଞ୍ଚି:ଆଉ ଦିନକ ପରେ ଝାଡଖଣ୍ଡରେ ପଡ଼ିବ ଭୋଟ । ଆସନ୍ତା ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବାବେଳେ ଶେଷ ଦିନରେ ଜମିଛି ପ୍ରଚାର । ଆଜି ଦିନିକିଆ ଝାଡଖଣ୍ଡ ଗସ୍ତ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଷଢେଇକଳାରେ ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରିଛନ୍ତି ।

ଝାଡଖଣ୍ଡରେ ମୋହନ ମାଝୀଙ୍କ ପ୍ରଚାର:

ଆସନ୍ତା ୧୩ତାରିଖରେ ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଆଜି ଶେଷ ଦିନରେ ଜମିଛି ପ୍ରଚାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ବିଟରେ ଉଲ୍ଲେଖ କରିଛନ୍ତି, "ଜନସଭାରେ ଲୋକଙ୍କ ଉତ୍ସାହ ଦର୍ଶାଉଛି ଏଥର ଝାଡଖଣ୍ଡରେ ମଧ୍ୟ ପଦ୍ମ ଫୁଟିବ ।"

ମୋହନ ଚରଣ ମାଝୀ ଆହୁରି କହିଛନ୍ତି, "ଆଉ ୧୨ ଦିନ ପରେ ଦୁର୍ନୀତିଗ୍ରସ୍ତ JMM ସରକାରକୁ ବାଏ ବାଏ କରିବେ ଝାଡଖଣ୍ଡବାସୀ । ନଭେମ୍ବର ୨୩ରେ ଝାଡ଼ଖଣ୍ଡବାସୀ ନୂଆ ସକାଳ ଦେଖିବେ । ଓଡ଼ିଶାବାସୀ ଯେମିତି ଡବଲ ଇଞ୍ଜିନ ସରକାର ଦ୍ବାରା ଉପକୃତ ହେଉଛନ୍ତି ଝାଡ଼ଖଣ୍ଡବାସୀ ମଧ୍ୟ ଠିକ ସେମିତି ଉପକୃତ ହେବେ ।"

ଷ୍ଟାର ପ୍ରଚାରକ ମୋହନ:

ବିଜେପି ପକ୍ଷରୁ ଜାରି ହୋଇଥିଲା 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାଁ ସାମିଲ ରହିଥିଲା । ପ୍ରଚାରର ଶେଷ ଦିନରେ ଷଢେଇକଳା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର କରିଛନ୍ତି । ତାଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ଝାଡ଼ଖଣ୍ଡ ନିର୍ବାଚନ: BJP ପାଇଁ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଚମ୍ପାଇ ସୋରେନଙ୍କ ବିଷୟରେ...

କହିରଖୁଛୁ, ଚମ୍ପାଇ ସୋରେନ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଚମ୍ପାଇ । ହେଲେ ଜେଲରୁ ଫେରିବା ପରେ ହେମନ୍ତ ପୁନର୍ବାର କ୍ଷମତା ହାତେଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ୍ ଗତ ଅଗଷ୍ଟ ୨୮ରେ ତାରିଖରେ ବିଧାୟକ ପଦ ସହ JMMର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ । ଅଗଷ୍ଟ ୩୦ ତାରିଖରେ ସେ ବିଜେପିରେ ସାମିଲ ହୋଇଥିଲେ ।

13ରେ ପ୍ରଥମ ପର୍ଯ୍ୟାୟ ଭୋଟ:

ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ (ନଭେମ୍ବର 13)ରେ 43ଟି ସିଟରେ ମତଦାନ ହେବାକୁ ଯାଉଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ(ନଭେମ୍ବର 20)ରେ 38ଟି ଆସନରେ ମତଦାନ ହେବ । ଏବଂ ଭୋଟ ଗଣତି 23ରେ ହେବ । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପ୍ରଚାର ଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଜୋରଦାର ପ୍ରଚାର କରିଥିଲେ ।

ଏହା ବି ପଢନ୍ତୁ...ଝାଡଖଣ୍ଡ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ; 40 ଜଣିଆ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହା ବି ପଢନ୍ତୁ...ନିର୍ଣ୍ଣାୟକ ହେବେ ଓଡିଆ ଭୋଟର ! ଝାଡଖଣ୍ଡ ମୁହାଁ ମାଳ ମାଳ ଓଡିଆ ନେତା

ABOUT THE AUTHOR

...view details