ରାଇରଙ୍ଗପୁର:ସରଗରମ ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର ପ୍ରଚାର ମଇଦାନ । ଆଜି ସାରସକଣା ନିର୍ବାଚନ ମଣ୍ଡଳୀର ଜେଏମଏମ ବିଧାୟକ ପ୍ରାର୍ଥିନୀ ଅଞ୍ଜନୀ ସୋରେନ ନାମାଙ୍କନ ଦାଖଲ କରିଛନ୍ତି । ଅଞ୍ଜନୀ ହେଉଛନ୍ତି ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ । ନଣନ୍ଦଙ୍କ ପାଇଁ ଓଡ଼ିଶା ଆସି ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ ଚମ୍ପାଇ ସୋରେନ । ମଇଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ କଳ୍ପନା ମୁର୍ମୁ ସୋରେନ । ସେହିପରି ଜେଏମଏମ ବିଧାୟକ ପ୍ରାର୍ଥୀ ସୁନାରାମ ସୋରେନ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।
ଏହି ଅବସରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ କଳ୍ପନା ମୁର୍ମୁ ସୋରେନ ରାଇରଙ୍ଗପୁର ସହରକୁ ଆସିଛନ୍ତି । ତାଙ୍କୁ ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତରେ ସ୍ବାଗତ କରିଥିଲେ ଦଳର ବରିଷ୍ଠ ନେତା ଓ କର୍ମୀ । ତେବେ କଳ୍ପନା ଆଜି ଦିନ ୧୦ଟା ୨୫ ସମୟରେ କଳ୍ପନା ମୁର୍ମୁ ସୋରେନ ଝାଡ଼ଖଣ୍ଡ ରାଞ୍ଚି ସ୍ଥିତ ବିର୍ସା ମୁଣ୍ଡା ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ବାହାରି ଅପରାହ୍ନ ୧୧ଟା ୪୫ ସମୟରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ହେଲିକପ୍ଟର ଯୋଗେ ଅପରାହ୍ନ ୧ଟା ୩୦ରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ଅପରାହ୍ନ ୧ଟା୪୫ ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ କଳ୍ପନା ମୁର୍ମୁ ସୋରେନ । ତାଙ୍କ ସହ ଉପସ୍ଥିତ ଥିଲେ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଞ୍ଜନୀ ସୋରେନ ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁନାରାମ ଟୁଡୁ ।