ଓଡିଶା

odisha

ETV Bharat / politics

ଯାଜପୁରରେ ପୂର୍ବ ଅପେକ୍ଷା ଅଧିକ ଭୋଟ୍ ପାଇବ ବିଜେଡି: ଅଶୋକ ପଣ୍ଡା - Performance of Jajpur Consituency - PERFORMANCE OF JAJPUR CONSITUENCY

Ashoka Panda's Reaction Over Election Performance: ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ବିଜେଡି । ପୂର୍ବ ନିର୍ବାଚନ ଅପେକ୍ଷା ଦଳ ଆହୁରି ଭଲ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା । ଅଧିକ ପଢନ୍ତୁ

Jajpur Consituency
Jajpur Consituency

By ETV Bharat Odisha Team

Published : Mar 24, 2024, 8:10 PM IST

Jajpur Consituency

ଭୁବନେଶ୍ବର:ନିର୍ବାଚନ ପାଇଁ ଚାଲିଛି ସମସ୍ତ ଦଳର ଜୋରଦାର ପ୍ରସ୍ତୁତି । ଶାସକ ବିଜେଡି ମଧ୍ୟ ଘନ ଘନ ବୈଠକ କରୁଛି । ବୈଠକରେ ସଂସଦୀୟ କ୍ଷେତ୍ରର ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବୈଠକ । ଆଜି ଯାଜପୁର ସଂସଦୀୟ କ୍ଷେତ୍ରର ସମସ୍ତ ବିଜେଡି ବିଧାୟକଙ୍କ ସହ ଆଲୋଚନା ହୋଇଛି । ଚଳିତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ଗୁରୁମନ୍ତ୍ର ଦିଆଯାଇଛି । ଯାଜପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବରେ ରହିଛନ୍ତି ଅଶୋକ ପଣ୍ଡା । ପୂର୍ବ ଅପେକ୍ଷା ଯାଜପୁର ସଂସଦୀୟ କ୍ଷେତ୍ର ଚଳିତ ନିର୍ବାଚନରେ ଅଧିକ ସଫଳତା ହାସଲ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ସେ କହିଛନ୍ତି, "ଗତ ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ରରେ ଦଳ ଯେଉଁଭଳି ସଫଳତା ହାସଲ କରିଥିଲା, ଚଳିତ ନିର୍ବାଚନରେ ତା'ଠାରୁ ଅଧିକ ସଫଳତା ହାସଲ କରିବ, ସେହି ରଣନୀତି ନେଇ ଆଲୋଚନା ହୋଇଛି। ଅତୀତରେ ଯାଜପୁର ଉତ୍ତମ ସଫଳତା ହାସଲ କରିଆସିଛି। ଆସନ୍ତା ନିର୍ବାଚନରେ ମଧ୍ୟ ଦଳ କିପରି ଆହୁରି ଭଲ ପ୍ରଦର୍ଶନ କରିବ ସେନେଇ ନିଷ୍ପତ୍ତି ହୋଇଛି।" ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜିଲ୍ଲା ଅଧିକ ସଫଳତା ହାସଲ କରିବ ବୋଲି କହିଛନ୍ତି ଯାଜପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ।

ଏହା ମଧ୍ୟ ପଢନ୍ତୁ...ବରଗଡ, ବଲାଙ୍ଗୀର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଦଖଲ ପାଇଁ ବିଜେଡିର ରଣନୀତି - Meeting To Strengthen BJD

ସୂଚନା ଅନୁଯାୟୀ, ନବୀନ ନିବାସରେ ଶେଷ ହୋଇଛି ୩ ଜିଲ୍ଲାର ସମୀକ୍ଷା ବୈଠକ । ସଂଗଠନ ସଜାଡ଼ିବା ସହ ନେତା ଓ କର୍ମୀଙ୍କୁ ସକ୍ରିୟ କରୁଛି ଦଳ । ବିଭିନ୍ନ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସ ଡାକି ଦଳ ପକ୍ଷରୁ ହେଉଛି ଆଲୋଚନା । ଏହି କ୍ରମରେ ଆଜି ସୁନ୍ଦରଗଡ, ସମ୍ବଲପୁର ଓ ଢେଙ୍କାନାଳ ୩ ଜିଲ୍ଲାର ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତିକୁ ନେଇ ହୋଇଛି ଆଲୋଚନା । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଦଳର ସ୍ଥିତିକୁ ସୁଦୃଢ କରିବା ସହ ନିର୍ବାଚନ ରଣନୀତିକୁ ନେଇ ଏହି ସମୀକ୍ଷା ବୈଠକ ହୋଇଥିବା ଜଣାପଡ଼ିଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ, ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ କରାଯାଇଛି । ଏହି ବୈଠକରେ ସାଧାରଣ ଲୋକଙ୍କ ସହ ଯୋଡି଼ ହୋଇ ଜଣେ ଶୃଙ୍ଖଳିତ ସାଧାରଣ କର୍ମୀ ହୋଇ ତୃଣମୂଳ ସ୍ତରରେ ଯାଇ କାର୍ଯ୍ୟ କରିବାକୁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details