ଓଡିଶା

odisha

ETV Bharat / politics

ବିଜେଡିକୁ ଫେରିଲେ ନରେଶ ମହାନ୍ତି, ବିଜେପିରୁ ଦେଇଥିଲେ ଇସ୍ତଫା - ବିଜେଡିରେ ମିଶିଲେ ନରେଶ ମହାନ୍ତି

Naresh Mohanty rejoins BJD: ବିଜେଡିକୁ ଫେରିଛନ୍ତି ଯାଜପୁର ଜିଲ୍ଲା ରସୁଲପୁରର ବରିଷ୍ଠ ନେତା ନରେଶ ମହାନ୍ତି । ସେ କିଛିଜିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ । ଅଧିକ ପଢ଼ନ୍ତୁ

ବିଜେଡିକୁ ଫେରିଲେ ନରେଶ ମହାନ୍ତି
ବିଜେଡିକୁ ଫେରିଲେ ନରେଶ ମହାନ୍ତି

By ETV Bharat Odisha Team

Published : Mar 3, 2024, 4:15 PM IST

Updated : Mar 3, 2024, 6:12 PM IST

Naresh Mohanty rejoins BJD

ଭୁବନେଶ୍ବର: ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଛି ଦଳ ଡିଆଁ ରାଜନୀତି । ବିଶେଷକରି ଶାସକ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଯେତିକି ବଢ଼ୁଛି, ଉଭୟ ଦଳ ମଧ୍ୟରେ ନେତାଙ୍କ ଦଳ ପରିବର୍ତ୍ତନ ସେତିକି ଜୋର ହେଉଛି । ଏହାରି ଭିତରେ ବିଜେଡିକୁ ଫେରିଛନ୍ତି ଯାଜପୁର ଜିଲ୍ଲା ରସୁଲପୁରର ବରିଷ୍ଠ ନେତା ନରେଶ ମହାନ୍ତି । ସେ ବିଜେପି ଛାଡି ଆଜି ବିଜେଡିରେ ପୁନର୍ବାର ସାମିଲ ହୋଇଛନ୍ତି । ଯାଜପୁର ଜିଲ୍ଲାର ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ନରେଶ ମହାନ୍ତି ।

ତେବେ ବରିଷ୍ଠ ନେତା ନରେଶ ମହାନ୍ତି ପୂର୍ବରୁ ମଧ୍ୟ ବିଜେଡିରେ ଥିଲେ । ଆଜି ତାଙ୍କ ଘର ବାହୁଡ଼ା ହୋଇଛି । ନରେଶ ପୂର୍ବରୁ ଯାଜପୁର ଜିଲ୍ଲା ବିଜେଡି ସଭାପତି ଓ ଯାଜପୁର ଜିଲ୍ଲା ପରିଷଦ ସଭାପତି ମଧ୍ୟ ଥିଲେ । ତାଙ୍କୁ ବିଜେଡି ନିଲମ୍ବନ କରିବା ପରେ ସେ ବିଜେପିକୁ ପଳାଇଥିଲେ। ସେ କିଛିଦିନ ତଳେ ବିଜେପିରୁ ଇସ୍ତଫା ଦେଇ ପୁଣି ବିଜେଡିରେ ମିଶିବାକୁ ମନସ୍ତ କରିଥିଲେ । ଆଜି ବିଜେଡିରେ ମିଶିବାବେଳେ ନରେଶ କହିଛନ୍ତି, "ଏହା ମୋର ଘର ବାହୁଡା । ମୁଁ ସିନା ବିଜେଡି ଛାଡି ଚାଲି ଯାଇଥିଲି, ହେଲେ ମନ ମୋର ବିଜେଡିରେ ଥିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳକୁ ପୁଣି ଫେରିଲି । ବିଜେଡି ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଶାନ୍ତ ଜଗଦ୍ଦେବଙ୍କ ଟାର୍ଗେଟ, ବିଜେଡି ଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମ ହେବ

ବିଭିନ୍ନ ଦଳରେ ଏବେ ଗୋଟିଏ ପଟେ ମିଶ୍ରଣ କାର୍ଯ୍ୟକ୍ରମ ହେଉଥିବାବେଳେ ଆଉ ଗୋଟିଏ ପଟେ ବଡ଼ ବଡ଼ ନେତା ଦଳ ଛାଡିବା ରାଜ୍ୟ ରାଜନୀତିକୁ ଅଧିକ ସଙ୍ଗୀନ କରିଛି । ନିର୍ବାଚନ ପୂର୍ବରୁ ଦଳ ବଦଳ ପ୍ରକ୍ରିୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ପ୍ରତିଦିନ ମାଳ ମାଳ ନେତା ଦଳ ପରିବର୍ତ୍ତନ କରୁଥିବାର ଦେଖିବାଜୁ ମିଳିଛି । ସେପଟେ ବିଜେଡି ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି । ଦିଗପହଣ୍ଡିର ବରିଷ୍ଠ ବିଜେଡି ନେତା ବିପିନ ପ୍ରଧାନ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ଆଜି ବିଜେପିରେ ମିଶିଛନ୍ତି । ଆଗକୁ ଏହି ମିଶ୍ରଣ ପର୍ବ ଆହୁରି ଜୋରଦାର ହେବାର ସମ୍ଭାବନା ରହିଛି । ଆହୁରି ଅନେକ ନେତା ଦଳ ବଦଳ କରିବେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 3, 2024, 6:12 PM IST

ABOUT THE AUTHOR

...view details