ଲକ୍ଷ୍ନୌ:ଉତ୍ତର ପ୍ରଦେଶ ପିଲିଭିତରୁ 3ଥର ସାଂସଦ ଭାବେ ବିଜେପି ଟିକେଟରେ ନିର୍ବାଚିତ ହୋଇଥିବା ବରୁଣ ଗାନ୍ଧୀଙ୍କୁ ଦଳ ଏଥର ଟିକେଟ ଦେଇନି । ବରୁଣଙ୍କ ମା’ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ କିନ୍ତୁ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଟିକେଟ ପାଇଛନ୍ତି । ସେ ସୁଲତାନପୁରରୁ ନିର୍ବାଚନ ଲଢୁଛନ୍ତି । ଆଜି ପୁଅ ବରୁଣଙ୍କ ଟିକେଟ କଟାଯିବା ପ୍ରସଙ୍ଗରେ ମାନେକାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହାକୁ ଦଳୀୟ ନିଷ୍ପତ୍ତି କହିଛନ୍ତି ମାନେକା । ଏହି କ୍ଷେତ୍ରରେ ଦଳ ଯାହା ନିଷ୍ପତ୍ତି ଗ୍ରହଣ କରିଛି, ସେହି ଆଧାରରେ ବରୁଣଙ୍କୁ ଟିକେଟ ମିଳିନଥିବା ମାନେକା କହିଛନ୍ତି । ମାନେକା କହିଛନ୍ତି, ‘‘ଯାହା ନିଷ୍ପତ୍ତି ହୋଇଛି, ତାହା ଦଳୀୟ ନିଷ୍ପତ୍ତି । ବରୁଣ ଜଣେ ଭଲ ସାଂସଦ ଭାବେ କାମ କରିଛନ୍ତି । ସେ ଭବିଷ୍ୟତରେ ଯାହା ବି ହେବେ, ଦେଶ ପାଇଁ ଭଲ ହିଁ ହେବେ ।"
ବରୁଣଙ୍କ ଏହି ପାରମ୍ପରିକ ଆସନରେ ବିଜେପି ଏଥର ଉତ୍ତର ପ୍ରଦେଶ ପୂର୍ତ୍ତମନ୍ତ୍ରୀ ଜତୀନ ପ୍ରସାଦଙ୍କୁ ଟିକେଟ ଦେଇଛି । 1989 ରେ ମାନେକା ପ୍ରଥମ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢିଥିଲେ । ଏହା ପରେ 2009 ରେ ଏହି ଆସନ ବରୁଣଙ୍କ ଦଖଲକୁ ଆସିଥିଲା । ଏଠାରେ ସେ 3ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । 2009 ରେ ପ୍ରଥମ ଥର ସଂସାଦ ହୋଇଥିବା ବରୁଣ 2014 ଓ 2019 ରେ ମଧ୍ୟ ସାମାନ ଆସନରୁ ନିର୍ବାଚନ ଜିତିଥିଲେ । ଏପ୍ରିଲ 19ରେ ପିଲିଭିତରେ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି ।