ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଆଜି କଂଗ୍ରେସ ନେତୃତ୍ବାଧୀନ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ‘ଗଣତନ୍ତ୍ର ବଞ୍ଚାଓ’ ବ୍ୟାନରରେ ଶକ୍ତି ପ୍ରଦର୍ଶନ କରିବା ସହ ବିଜେପି ସରକାର ବିରୋଧରେ ବର୍ଷିଛି । ଆଜି ତମାମ ମେଣ୍ଟ ନେତା ବିଜେପିର ନୀତିକୁ ଗଣତନ୍ତ୍ର ପାଇଁ ବିପଦ ଓ ଏକଛତ୍ରବାଦ ବୋଲି କହିଛନ୍ତି । କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ସମ୍ପୂର୍ଣ୍ଣ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଦର୍ଶାଇଛି ମେଣ୍ଟ । କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ବିରୋଧୀ ଦଳମାନଙ୍କୁ ନିଷ୍କ୍ରିୟ କରିବାକୁ ଯୋଜନା ରଖିଛି । ଯାହା ଦେଶର ସାମ୍ବିଧାନିକ ଢାଞ୍ଚା ପ୍ରତି ବିପଦ । ସେହିପରି ମେଣ୍ଟ ଆଜି ନିର୍ବାଚନ ଆୟୋଗଙ୍କ ନିକଟରେ 5ଟି ଦାବି ମଧ୍ୟ ରଖିଛି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଭଦ୍ରା ଏହି 5 ସୂତ୍ରୀ ଦାବି ଉପସ୍ଥାପନା କରିଛନ୍ତି । ଏହା ମଧ୍ୟରେ ପ୍ରମୁଖ ମୁଦ୍ଦା ରହିଛି ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ସଂଗ୍ରହ କରିଥିବା ଦାନ ରାଶିର ନ୍ୟାୟିକ ତଦନ୍ତ ଦାବି ।
ପ୍ରିୟଙ୍କା ଉଠାଇଥିବା 5 ଦାବି...
1. ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନରେ ସମସ୍ତଙ୍କ ପାଇଁ ସମାନ ଅବସର ସୁନିଶ୍ଚିତ କରିବା ଉଚିତ ।
2. ନିର୍ବାଚନ ଆୟୋଗ ବିରୋଧୀ ଦଳମାନଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ଦ୍ବାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇବା ଉଚିତ । ଗିରଫ ହୋଇ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ ।