ନିଆଳି:ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ହେବ କଡା ଟକ୍କର । ବିଭିନ୍ନ ଦଳର ପ୍ରାର୍ଥୀ ସହିତ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଚଳିତ ସାଧାରଣ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଘନ ଘନ ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରୁଥିବା ଲକ୍ଷ୍ୟ କରାଯାଉଛି । ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ସତ୍ୟପ୍ରିୟ ବେହେରା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଆଉ ସତ୍ୟପ୍ରିୟ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଥିବା ବେଳେ ଏଥର ଜୟଦେବରେ ଲଢେଇ ରୋଚକ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ ସତ୍ୟପ୍ରିୟ ମଧ୍ୟ ଜୟଦେବକୁ ଅକ୍ତିଆର କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।
ଜୟଦେବ ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ସତ୍ୟପ୍ରିୟ ବେହେରା । କିଛିଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା ସତ୍ୟପ୍ରିୟ ସମାଜସେବାରୁ ଏବେ ଜୟଦେବରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗନରେ ଲଢ଼ିବାକୁ ଯାଉଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଗାରେଡିପାଞ୍ଚଣ ପଞ୍ଚାୟତ ବିଶ୍ବନାଥପୁର ଏକ ଘରୋଇ କଲ୍ୟାଣ ମଣ୍ଡପରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ମାଧ୍ୟମରେ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ।