ନୂଆପଡା: ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଲଢେଇର ମୈଦାନ ପ୍ରସ୍ତୁତ ହୋଇସାରିଲାଣି । ପଶ୍ଚିମ ଓଡିଶାର ନୂଆପଡା ବିଧାନସଭା ଆସନ ଏବେ ଚର୍ଚ୍ଚାରେ । ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ଆସନରେ ବିଜେଡି ଓ ବିଜେପିର ଦବଦବା ରହିଆସିଛି । ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସହିତ ସ୍ବାଧୀନ ପ୍ରାର୍ଥୀ ଆଦିବାସୀ ନେତା ଘାସିରାମ ମାଝୀଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ।
ବିଜେପି ଏଥର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଯୁବ ଚେହେରା ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ଆସ୍ଥା ରଖି ପ୍ରାର୍ଥୀ କରିଛି । ହେଲେ କଂଗ୍ରେସର ପ୍ରାର୍ଥୀ ଚୟନ ଏଥର ଅଲଗା ରହିଛି । ଗତ 2019 ନିର୍ବାଚନରେ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିଲା । ଘାସିରାମ ମାଝୀ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆକୁ କଡା ମୁକାବିଲା କରି ପରାଜୟ ସ୍ବୀକାର କରି ଦ୍ଵିତୀୟ ସ୍ଥାନରେ ରହିଥିଲେ । ଏଥର 2024 ନିର୍ବାଚନରେ କଂଗ୍ରେସରୁ ପୁଣି ଘାସିରାମ ମାଝୀ ପ୍ରାର୍ଥୀ ହେବେ ଏବଂ ଜନମତ ତାଙ୍କ ଉପରେ ଯିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଘାସିରାମ ମାଝୀଙ୍କ ବଦଳରେ ସ୍ବୟଂ ପିସିସି ସଭାପତି ଶରତ ପଟ୍ଟନାୟକ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ଯାହାକି ନୂଆପଡା ଆଦିବାସୀ ସମାଜକୁ ଶକ୍ତ ଧକ୍କା ବୋଲି ଚର୍ଚ୍ଚା ହେଉଛି ।
ଏହା ମଧ୍ୟ ପଢନ୍ତୁ ....ଖଡ଼ିଆଳରରେ ଭୋଟ ମାଗିଲେ ନବୀନ, ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ - CM Naveen Patnaik Election Campaign