ଚଣ୍ଡିଗଡ଼:ପାଖେଇ ଆସିଲାଣି ହରିୟାଣା ନିର୍ବାଚନ । ଅକ୍ଟୋବର ୫ ତାରିଖରେ ପଡ଼ିବ ଭୋଟ । ନିର୍ବାଚନ ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ବିଜେପି ଏଥର ହରିୟାଣା ସିଟ୍ ହାତେଇବା ଲକ୍ଷ୍ୟରେ ଥିବାବେଳେ କଂଗ୍ରେସ ମଧ୍ୟ ପଛରେ ନାହିଁ । ଏହାରି ଭିତରେ ହରିୟାଣା ରାଜନୀତିରେ ରୋଚକ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ । ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିବା ଭାଇ ଭଉଣୀ କିଏ? ଆସନ୍ତୁ ଜାଣିବା ।
ଭାଇ ବନାମ ଭଉଣୀ:
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ସବୁଠୁ ବଡ଼ କଥା ହେଉଛି କେତେକ ସିଟରେ ଦେଖିବାକୁ ମିଳିବ ରୋଚକ ଲଢେଇ । ଏହି ଲିଷ୍ଟରେ ସାମିଲ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଗଡ଼ 'ତୋଶାମ'। ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ । ତୋଶାମ ଦେଖିବ ଭାଇ ବନାମ ଭଉଣୀ ଫାଇଟ୍ ।
ବଂଶୀଲାଲଙ୍କ ରାଜନୈତିକ କ୍ୟାରିୟର:
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲ ଚୌଧୁରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ସେ ପୂର୍ବରୁ ରକ୍ଷାମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିଲେ । ୧୯୯୬ ମସିହାରେ ହରିୟାଣା ବିକାଶ ପାର୍ଟିର ସ୍ଥାପନା କରିଥିଲେ ବଂଶୀଲାଲ । ହେଲେ ୨୦୦୪ରେ କଂଗ୍ରେସକୁ ପୁଣି ଫେରିଥିଲେ, ଆଉ ୨୦୦୫ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକଟରୁ ଲଢି ଜିତିଥିଲେ ।
ବଂଶୀଲାଲଙ୍କ ନାତି-ନାତୁଣୀଙ୍କ ଟକ୍କର: