ଓଡିଶା

odisha

ETV Bharat / politics

ବିଜେପି ଶିବିରରେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ - Ex MLA Trinath Gamang Joins BJP

Trinath Gamang Joins BJP: ବିଜେଡି ନେତା ତଥା ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେପି ସାମିଲ ହୋଇଛନ୍ତି । ଯାଜପୁର ଅଞ୍ଚଳର ଯୁବ ସମାଜସେବୀ ଦୀପ୍ତିରଞ୍ଜନ ମହାରଣା ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Ex MLA Trinath Gamang Joins BJP
Ex MLA Trinath Gamang Joins BJP

By ETV Bharat Odisha Team

Published : Mar 15, 2024, 10:14 PM IST

ଭୁବନେଶ୍ବର: ବିଜେପିରେ ମିଶିଲେ ବିଜେଡି ନେତା ତଥା ଗୁଣୁପୁର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ନିଜ ସମର୍ଥକ ମାନଙ୍କ ସହ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି ତ୍ରିନାଥ । ଏହାସହ ଯାଜପୁର ଅଞ୍ଚଳର ଯୁବ ସମାଜସେବୀ ଦୀପ୍ତିରଞ୍ଜନ ମହାରଣା ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପିରେ ଯୋଗ ଦେବା ଅବସରରେ ପୂର୍ବତନ ବିଜେଡି ବିଧାୟକ ତ୍ରିନାଥ ଗମାଙ୍ଗ କହିଛନ୍ତି, "ଯେଉଁ ଦଳରେ ସମ୍ମାନ, ସ୍ବାଭିମାନ ଓ ମର୍ଯ୍ୟାଦା ନାହିଁ, ସେହି ଦଳରେ ରହି ଲୋକଙ୍କ ସେବା କରିବା ଅସମ୍ଭବ । ୨୪ ବର୍ଷର ବିଜୁ ଜନତା ଦଳରେ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଗତ ୧୦ ବର୍ଷରେ ଭାରତବର୍ଷ ଆଜି ବିଶ୍ବ ନେତୃତ୍ବ ରାଷ୍ଟ୍ର ଭାବେ ଅଗ୍ରସର ହେବାରେ ଲାଗିଛି । ମୋଦିଙ୍କ ଶାସନରେ ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏବେ ବିଜେପିରେ ସାମିଲ ହେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅଭିନେତା ଅରିନ୍ଦମ ରାୟ, ଆଜି ନବୀନଙ୍କୁ ପଠାଇଥିଲେ ଇସ୍ତଫା ପତ୍ର

ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାୟଗଡା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲାର ବିଶିଷ୍ଟ ଯୁବ ସମାଜସେବୀ ଦୀପ୍ତିରଞ୍ଜନ ମହାରଣା ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେ କହିଛନ୍ତି, "ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସବୁ ଭୁଷୁଡି ଯାଇଛି । ନିର୍ବାଚିତ ଜନପ୍ରତିନିଧିମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଛି । ଅନ୍ୟପଟେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ବିଜେପି ସରକାରଙ୍କ ଶାସନ କାଳରେ ବହୁ ଗରୀବ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମିଶ୍ରଣ ପର୍ବ, ବିଜେଡି-କଂଗ୍ରେସ ଛାଡି ପଦ୍ମ ଧରିଲେ ଶତାଧିକ କର୍ମୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details