ଓଡିଶା

odisha

By ETV Bharat Odisha Team

Published : May 4, 2024, 3:28 PM IST

ETV Bharat / politics

ଟିକଟ ନମିଳିବାରୁ କଂଗ୍ରେସରେ ମିଶିଲେ ଦେବାଶିଷ, ବିଜେଡି ଛାଡି ବିଜେପିରେ ମିଶିଥିଲେ - Debasis Nayak Joins Congress

Debasis Nayak Joins Congress: ବିଜେପି ଛାଡି କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ପୂର୍ବରୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

Debasis Nayak Joins Congress
Debasis Nayak Joins Congress (Etv Bharat Odisha)

Debasis Nayak Joins Congress (Etv Bharat Odisha)

ଭୁବନେଶ୍ବର: ବିଜେପି ଛାଡି କଂଗ୍ରେସରେ ମିଶିଲେ ଦେବାଶିଷ। କଂଗ୍ରେସ ଦଳରେ ମିଶିବା ପରେ ଦେବାଶିଷ ନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ବିଜେପି ଦଳରେ ସଂସ୍କାର ନାହିଁ। ଯେଉଁ ସ୍ଥାନରେ ସଂସ୍କାର ନାହିଁ ସେଠାରେ ରହିବା ଆବଶ୍ୟକତା ନାହିଁ। ବିଜେଡି ଠାରୁ ଅଧିକ ଗଡ଼ବଡ଼ିଆ ଦଳ ହେଉଛି ବିଜେପି। ବିଜେପି ଦଳରେ ଜିତିବା ନେତାଙ୍କୁ ନୁହେଁ, ହାରିବା ନେତାଙ୍କୁ ଟିକଟ ଦିଆଯାଉଛି। ଟିକଟ ଆଶା ନେଇ ମୁଁ କଂଗ୍ରେସ ଦଳରେ ସାମିଲ ହୋଇନାହିଁ। ମୁଁ ଚାହିଁଲେ, "ବରୀରୁ ସ୍ୱାଧୀନ ଭାବରେ ମଧ୍ୟ ଲଢ଼ିପାରିବି। କଂଗ୍ରେସ ଦଳ ମୋତେ ଟିକଟ ଦେବ କି ନାହିଁ ତାହା ଦଳ ଉପରେ ନିର୍ଭର କରେ। ମୋ ଲକ୍ଷ୍ୟ ହେଉଛି ବରୀବାସୀଙ୍କ ସେବା କରିବା ।"

"ମୁଁ ଏବେ ଗୋଟିଏ ଜାତୀୟ ଦଳରେ ସୁରକ୍ଷିତ ଭାବରେ ରହିଛି। ମୋତେ ପ୍ରାର୍ଥୀ କରାନଗଲେ ଦଳ ବରୀ ନିର୍ବାଚନ ମଣ୍ଡଳୀରେ ଯାହାକୁ ପ୍ରାର୍ଥୀ କରିଛି ତାକୁ ସମର୍ଥନ କରିବି ବୋଲି କହିଛନ୍ତି ଦେବାଶିଷ ନାୟକ। ସେ କହିଛନ୍ତି , "ବିଜେପିରେ ଯେଉଁମାନଙ୍କୁ ପ୍ରାର୍ଥୀ କରାଯାଉଛି ସେମାନେ ସବୁ ଦୁର୍ବଳ। ଯାହା ଫଳରେ ସେମାନେ ଜିତିବା ସ୍ଥାନରେ ହାରିବେ। ତେଣୁ ସେହି ଦଳରେ ରହିବା ସନ୍ତୁଷ୍ଟି ଲାଗୁନଥିଲା। ବରୀରୁ ଟିକଟ ନେଇ ଦଳ ନିଷ୍ପତ୍ତି ନେବ। ଯେଉଁ ସ୍ଥାନରେ ସଂସ୍କାର ନାହିଁ ସେଠାରେ ରହିବା ଆବଶ୍ୟକତା ମନେ କଲିନାହିଁ।"

ଏହା ବି ପଢନ୍ତୁ....ଆଗେ ଟିକଟ ମିଳିଲା, ପରେ ବିଧିବଦ୍ଧ ଭାବେ ପଦ୍ମ ଧରିଲେ ସନ୍ତୋଷ - NILGIRI CONSTITUENCY
ଏହା ବି ପଢନ୍ତୁ...ପୁଣି ବଦଳିଲା ଖାରବେଳଙ୍କ ମତ: 'ମୁଁ ଗୋଟିଏ ବ୍ରାଣ୍ଡ, ସ୍ବାଧୀନ ଭାବେ ଲଢି ଜିତିବି' - Kharabela To Contest Election

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ବିଜେଡି ଛାଡି ବିଜେପିରେ ମିଶିଥିଲେ ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ଜିଲ୍ଲାର ଟାଣୁଆ ନେତା ଦେବାଶିଷ ନାୟକ। ଏବେ କଂଗ୍ରେସରେ ବିଧିବଦ୍ଧ ଭାବରେ ମିଶିଛନ୍ତି। ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ଦେବାଶିଷଙ୍କୁ ଗତ (2019) ବିଧାନସଭା ନିର୍ବାଚନରେ ଦଳ ଟିକଟ ଦେଇନଥିଲା। ଏବେ ଚଳିତ ନିର୍ବାଚନ ପୂର୍ବରୁ ସେ ଦଳ ଛାଡିବା ସହ ବିଜେପିରେ ମିଶିଥିଲେ। କିନ୍ତୁ ଶେଷରେ ବିଜେପି ମଧ୍ୟ ତାଙ୍କୁ ଟିକଟ ଦେଉନଥିଲା। ତେବେ ବାଧ୍ୟ ହୋଇ ଶେଷରେ କଂଗ୍ରେସରେ ମିଶିଛନ୍ତି। ଦେବାଶିଷ ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନରୁ ୨୦୦୪ ରୁ ୨୦୧୪ ମଧ୍ୟରେ କ୍ରମାଗତ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details