ଜୟପୁର:ଆଜି ରାଜସ୍ଥାନର ବିକାନେରରେ କଂଗ୍ରେସ ଷ୍ଟାର-ପ୍ରଚାରକ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ ମାଗିଛନ୍ତି । ଦଳର ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତି ଉପରେ ଆଲୋକପାତ କରି ରାହୁଲ କହିଛନ୍ତି, ଗୋଟିଏ ଝଟକାରେ ଦେଶରୁ ଗରିବି ଦୂର କରିଦେବେ । କଂଗ୍ରେସ କ୍ଷମତାକୁ ଆସିଲେ ଦାରିଦ୍ର୍ୟର ଶିକାର ହୋଇଥିବା ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ବାର୍ଷିକ ଲକ୍ଷେ ଟଙ୍କା ଟ୍ରାନ୍ସଫର କରାଯିବ । ପ୍ରତି ମାସ 8,500 ଟଙ୍କା ଲେଖାଏଁ ଗରିବି ରେଖା ତଳେ ଥିବା ପ୍ରତ୍ୟେକ ପରିବାର ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି ।
ରାହୁଲ କହିଛନ୍ତି, କଂଗ୍ରେସ ସରକାର ଦେଶର ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1 ଲକ୍ଷ ଟଙ୍କା ଟ୍ରାନ୍ସଫର କରିବ । ଯଦି କେହି ପରିବାର ଦାରିଦ୍ର ସୀମାରେଖା ତଳେ ଅଛନ୍ତି ତେବେ ପ୍ରତିବର୍ଷ 1 ଲକ୍ଷ ଟଙ୍କା (ମାସକୁ 8,500 ଟଙ୍କା) ପାଇବେ । ଯାହା ସେମାନଙ୍କ ଉନ୍ନତିରେ ସହାୟକ ହେବେ । ରାଜସ୍ଥାନରେ ବିକାନେରରେ ଏକ ସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଏହା କହିଛନ୍ତି । ବିଜେପିକୁ ଟାର୍ଗେଟ କରି ରାହୁଲ କହିଛନ୍ତି, କୃଷକମାନେ ସେମାନଙ୍କ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ମାଗୁଛନ୍ତି, ଯୁବକମାନେ ଚାକିରୀ ଚାହୁଁଛନ୍ତି ଏବଂ ମହିଳାମାନେ ମୁଦ୍ରାସ୍ଫୀତିରୁ ମୁକ୍ତି ଚାହୁଁଛନ୍ତି । କିନ୍ତୁ ଏହି ଦାବିକୁ କେହି ଶୁଣୁ ନାହାଁନ୍ତି । ଭାରତର 70 କୋଟି ଲୋକଙ୍କ ଅପେକ୍ଷା 22 ଜଣ ଅଧିକ ଧନୀ ଅଛନ୍ତି ।