ଓଡିଶା

odisha

By ETV Bharat Odisha Team

Published : May 9, 2024, 8:55 AM IST

ETV Bharat / politics

ଅନୁଗୋଳରେ ବିଜେଡିର ଜୋରଦାର ପ୍ରଚାର; ଗାଁ ଗାଁ ବୁଲି ଭୋଟ ମାଗିଲେ ସାଂସଦ ପ୍ରାର୍ଥୀ - BJD Election Campaign In Angul

Abinash Samal Election Campaign In Angul: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର କରିଛନ୍ତି ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । ଅଧିକ ପଢ଼ନ୍ତୁ

ଭୋଟର ଓ କର୍ମୀଙ୍କୁ ଭେଟି ଭୋଟ୍ ମାଗୁଛନ୍ତି ଢେଙ୍କାନାଳ ସାଂସଦ ପ୍ରାର୍ଥୀ
ଭୋଟର ଓ କର୍ମୀଙ୍କୁ ଭେଟି ଭୋଟ୍ ମାଗୁଛନ୍ତି ଢେଙ୍କାନାଳ ସାଂସଦ ପ୍ରାର୍ଥୀ (ETV Bharat Odisha)

ଅନୁଗୋଳ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରଦାର ପ୍ରଚାର ଚଳାଇଛନ୍ତି ରାଜ୍ୟର ପ୍ରମୁଖ ଦଳ । ଭୋଟରଙ୍କ ଦ୍ବାରସ୍ତ ହୋଇ ଭୋଟ ଭିକ୍ଷା କରୁଛନ୍ତି ନେତା । ଜନତାଙ୍କ ମନ ଜିଣିବା ପାଇଁ ନେତାଏ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି । ଏହାରି ଭିତରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଓ ଅନୁଗୋଳ ବିଧାୟିକା ପ୍ରାର୍ଥିନୀ ସଂଯୁକ୍ତା ସିଂହ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି ।

ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧିନରେ ରହିଛି ଅନୁଗୋଳ ନିର୍ବାଚନ ମଣ୍ଡଳୀ । ଅନୁଗୋଳରେ ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କ ଘନ ଘନ ପ୍ରଚାର ଜାରି ରଖିଛନ୍ତି । ବୁଧବାର ଗୋଟିଏ ଦିନରେ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକର ତୁଳସୀପାଳ, ଗଡସନ୍ତ୍ରୀ ଓ ବଉଳିଗଡ଼ ପଞ୍ଚାୟତକୁ ଗସ୍ତ କରି ସାହି ସାହିରେ ପ୍ରଚାର କରିବା ସହ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିଛନ୍ତି । ତାଙ୍କ ସହ ଅନୁଗୋଳ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ ମଧ୍ୟ ପ୍ରଚାରେ ସାମିଲ ହୋଇଥିଲେ । ବିଭିନ୍ନ ପଞ୍ଚାୟତରେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସବୁ ଜାଗାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଖିବାକୁ ମିଳିଥିଲା । ଉଭୟ ପ୍ରାର୍ଥୀ ଉପସ୍ଥିତ କର୍ମୀମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ବିଜେଡିକୁ ବିପୁଳ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଠମଲ୍ଲିକ ଆସନ: ଗଡ଼ ବଞ୍ଚାଇ ପାରିବ ତ ବିଜେଡି ? ଦଖଲ ପାଇଁ ବିଜେପିର ଗୋଟି ଚାଳନା, କଂଗ୍ରେସ ନେବ ନିର୍ଣ୍ଣାୟକ ଭୂମିକା - Odisha Assembly Election 2024

ତେବେ ପ୍ରଚାର ବେଳେ ଅବିନାଶ ସାମଲ କହିଛନ୍ତି, "ଆଗାମୀ ଦିନରେ ଆମେ ଡୋର ଟୁ ଡୋର ପ୍ରଚାର କରିବୁ । ନିର୍ବାଚନକୁ ଆଉ କମ ଦିନ ବାକି ରହିଲା । ଏତେ ତାପମାତ୍ରା ସତ୍ତ୍ବେ ବିଭିନ୍ନ ପଞ୍ଚାୟତର ଲୋକ ଆସି ଉପସ୍ଥିତ ହୋଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ରେକର୍ଡ କରିବେ । ବିପୁଳ ପରିମାଣରେ ଭୋଟରେ ଜିତି ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବେ ।" ତେବେ ଏହି ନିର୍ବାଚନ ପ୍ରଚାରରେ ରାଜ୍ୟ ବିଜେଡି ସମ୍ପାଦକ ବିପ୍ଳବ ଜେନାଙ୍କ ସହ ସ୍ଥାନୀୟ ବିଧାୟକ ରଜନୀକାନ୍ତ ସିଂହ, ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଚିନ୍ମୟ ଓ ସ୍ଥାନୀୟ ନେତା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details