ଓଡିଶା

odisha

By ETV Bharat Odisha Team

Published : Apr 2, 2024, 10:45 AM IST

Updated : Apr 2, 2024, 11:07 AM IST

ETV Bharat / politics

ଆଜି ୫୦ ବିଧାନସଭା ଏବଂ ୧୫ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା: ପିସିସି ସଭାପତି - Congress Candidate List

Congress will release first candidate list: ଆଜି କଂଗ୍ରେସ ଘୋଷଣା କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । 50ରୁ ଅଧିକ ବିଧାନସଭା ଆସନରେ ପ୍ରାର୍ଥୀ ଏବଂ 15 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ଦଳ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

Congress
Congress

Congress will release first candidate list Today

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଆଜି (ମଙ୍ଗଳବାର) ପ୍ରକାଶ ପାଇପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଅର୍ଦ୍ଧାଧିକ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଦଳ। କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ତାଲିକା ଉପରେ ମୋହର ମାରିଛି । ଦିଲ୍ଲୀରୁ ଫେରି ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ । ସେହିପରି ପୁରୁଣା ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟାରେ ରଖିଛନ୍ତି । କଂଗ୍ରେସ କିଛି ଛଡୁଛନ୍ତି, କିଛି ମଧ୍ୟ କଂଗ୍ରେସ ଦଳରେ ଯୋଗ ଦେଉଛନ୍ତି, ଏହା କଂଗ୍ରେସ ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଶରତ ।

ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଜାରି ରହିଛି ଛକା ପଞ୍ଝା । ବିଜେପି 21ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି 70ଟି ବିଧାନସଭା କ୍ଷେତ୍ର ଏବଂ 9ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରି ଅନ୍ୟ ସିଟ ଗୁଡିକ ପାଇଁ ଅଙ୍କ କସୁଛି । କିନ୍ତୁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣାରେ ସବୁଠାରୁ ପଛରେ ରହିଛି । କୌଣସି ଆସନରେ ବର୍ତ୍ତମାନ ସୁଧା ପ୍ରାର୍ଥୀ ଦେଇନି ଦଳ । ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଏହା ମଧ୍ୟ ପଢନ୍ତୁ-ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates

ଶରତ ପଟ୍ଟନାୟକ କହିଛନ୍ତି, '' ଟିକେଟ କସରତକୁ ନେଇ ସବୁ ଦଳରେ ଛକା ପଞ୍ଝା ଲାଗି ରହିଛି । ଦଳ ବଦଳ ପ୍ରକ୍ରିୟା ବି ଜୋର ଗତିରେ ଚାଲିଛି । ଗତକାଲି AICC ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେଣ୍ଟ୍ରାଲ ଇଲେକ୍ସନ କମିଟି ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ମୋହର ମାରିଛି । ଆଜି କୌଣସି ମୁହୁର୍ତ୍ତରେ ପ୍ରାର୍ଥୀ ତାଲିକା ଘୋଷଣା ହେବ। ପ୍ରାୟ 50ରୁ ଅଧିକ ବିଧାନସଭା ଆସନରେ ପ୍ରାର୍ଥୀ ଏବଂ 15 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବ । ଏହାପରେ ଖୁବଶୀଘ୍ର ପ୍ରଚାର କାର୍ଯ୍ୟ ଆରମ୍ଭ ହେବ। ବାକି ଥିବା ସିଟ ଗୁଡିକ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ଖୁବଶୀଘ୍ର ଘୋଷଣା କରାଯିବ।''

ଟିକେଟ କସରତକୁ ନେଇ ସୋମବାର ଦିଲ୍ଲୀରେ ବସିଥିଲା କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀ ବୈଠକରେ ସାମିଲ ହୋଇଥିଲେ । ଓଡିଶା ପ୍ରଦେଶ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ , କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପ୍ରଭାରୀ ଡ଼ ଅଜୟ କୁମାର ଏବଂ ଦୁଇ ଜଣ ସହ ପ୍ରଭାରୀ ମଧ୍ୟ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ 15 ଟି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା ହେବ। ପୁରୀରୁ ପ୍ରସାଦ ହରିଚନ୍ଦନ, କୋରାପୁଟରୁ ସପ୍ତଗିରି ଉଲାକା , ନବରଙ୍ଗପୁରରୁ ଭୁଜବଳ ମାଝୀ, କଟକରୁ ସୁରେଶ ମହାପାତ୍ରଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି ।


ଇଟିଭି ଭାରତ, ଭୁବନେଶ୍ୱର

Last Updated : Apr 2, 2024, 11:07 AM IST

ABOUT THE AUTHOR

...view details