ଓଡିଶା

odisha

By ETV Bharat Odisha Team

Published : Apr 23, 2024, 11:01 PM IST

ETV Bharat / politics

ସ୍ଵତନ୍ତ୍ର ପାନ ଭଣ୍ଡାର ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତିର ଚିଠା ଖୋଲିଲା କଂଗ୍ରେସ - Congress PAANN Shop

Congress PAANN Shop: କଂଗ୍ରେସ ଭବନ ସମ୍ମୁଖରେ ସ୍ଵତନ୍ତ୍ର ପାନ ଭଣ୍ଡାର । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତିର ପର୍ଦ୍ଦଫାଶ ପାଇଁ PAAN ଭଣ୍ଡାର ଖୋଲିଲା କଂଗ୍ରେସ । ଅଧିକ ପଢ଼ନ୍ତୁ

Congress PAANN Shop
Congress PAANN Shop

Congress PAANN Shop

ଭୁବନେଶ୍ବର: କଂଗ୍ରେସ ଭବନ ସମ୍ମୁଖରେ ସ୍ଵତନ୍ତ୍ର ପାନ ଭଣ୍ଡାର । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ସର୍ବ ସମ୍ମୁଖକୁ ଆଣିବା ବିଭିନ୍ନ ଦୁର୍ନୀତି ନାଁରେ ପାନ ଦେଇ ଲୋକଙ୍କୁ ସଚେତନ କରିବା ପାଇଁ ଅଭିନବ ଉପାୟ ଆପଣେଇଛି ରାଜ୍ୟ କଂଗ୍ରେସ । ଇଲୋକଟ୍ରୋରାଲ ବଣ୍ଡ୍‌ ଠାରୁ ଆରମ୍ଭ କରି ଖଣି ଖାଦାନ, ଜମି ଠକେଇ, କୋଭିଡ ସମୟରେ ଠକେଇ ଏଭଳି ବିଭିନ୍ନ କ୍ଷେତ୍ରରେ ଯେଉଁ ସବୁ ଠକେଇ ହୋଇଛି, ତାହା ଲୋକଙ୍କୁ ଜଣାଇବାକୁ ଏହି ଅଭିନବ ଉପାୟ ଆପଣେଇଛି କଂଗ୍ରେସ ।

ରାଜ୍ୟରେ ୨୪ ବର୍ଷ ଧରି ରାଜ୍ୟ ସରକାର ଓ କେନ୍ଦ୍ରରେ ୧୦ ବର୍ଷ ଧରି ମୋଦି ସରକାର ଲଗାତାର ଭାବେ ରାଜ୍ୟ ଓ ଦେଶକୁ ଲୁଟି ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି । ତେଣୁ ବର୍ତ୍ତମାନ ସମୟ ଆସିଛି, ଲୋକଙ୍କୁ ଏ ସମ୍ବନ୍ଧରେ ଜଣାଇବା । ଯାହା ପାନ ଦୋକାନରେ ମିଳୁଥିବା ବିଭିନ୍ନ ପାନର ସ୍ବାଦ ଅନୁସାରେ ବା ତାର ହାନିକାରକ ଓ ସୁଦ୍ଧତାର ଗୁଣବତ୍ତାକୁ ନେଇ ଲୋକଙ୍କୁ ବୁଝାଇଛି କଂଗ୍ରେସ । ତେବେ ଏହି ପାନ ଭଣ୍ଡାର କାର୍ଯ୍ୟକ୍ରମ କେବଳ ଭୁବନେଶ୍ଵର ନୁହେଁ, ସାରା ଓଡ଼ିଶାରେ କରାଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ।

ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର କହିଛନ୍ତି, "ନବୀନ ଓ ନରେନ୍ଦ୍ର ମୋଦି ସରକାର ଉଭୟ ଓଡିଶା ଲୋକଙ୍କୁ ଶାସନ ଓ ବିକାଶ ନାଁରେ ପାନ ଖୁଆଇ ଚୂନ ଲଗାଇଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଓଡ଼ିଶାର ଲୋକଙ୍କ ଠାରୁ ଲୁଟ କରିଛନ୍ତି । ପାନରେ ଚୂନ ଲଗାଇବା ଭଳି ଓଡିଶାରୁ ବିଭିନ୍ନ ଯୋଜନାରେ ଟଙ୍କା ହରିଲୁଟ କରୁଥିବା ବେଳେ ୯ ଲକ୍ଷ କୋଟି ଖଣି ଖାଦାନରୁ, ୪୦ ହଜାର କୋଟି କୋଭିଡ ସମୟରେ, ହଜାରେ କୋଟି ଚିଟ୍‌ ଫଣ୍ଡରେ, ୧୦ ହଜାର କୋଟି ଇଲୋକ୍ଟ୍ରୋରାଲ ବଣ୍ଡ୍‌ ମାଧ୍ୟମରେ ଲୁଟିଛନ୍ତି । ତେଣୁ ଓଡ଼ିଶାର ଜନସାଧାରଣଙ୍କୁ ଏହି ପାନବାଲାଙ୍କ ଠାରୁ ବଞ୍ଚାଇବା ପାଇଁ ଏଭଳି ଅଭିନବ ଉପାୟରେ ବିଭିନ୍ନ ଠକେଇ ନାଁରେ ପାନ ଖାଇବାକୁ ଦେଇ ସଚେତନତା କରୁଛୁ । ବିଜେପି ସରକାର ସାମ୍ପ୍ରଦାୟକ ଭେଦଭାବ ସହ ମିଛ ଗ୍ୟାରେଣ୍ଟି ମୁଦ୍ଦାର ନିଶା ଦେଇ ପାନ ଦେଉଛି । ବାସ୍ତବିକ ଓଡ଼ିଶାର ମୁଦ୍ଦା ହେଉଛି ବେରୋଜଗାର, ମହାଙ୍ଗା, ଭ୍ରଷ୍ଟାଚାର ବା ଦୁର୍ନୀତି । ଯାହା ବର୍ତ୍ତମାନ ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ଏହାର ସମାଧାନ ଦିଗରେ ଓ ଲୋକଙ୍କ ମୌଳିକ ସମସ୍ୟା ଦିଗରେ ଦଳର ମୁଦ୍ଦା ରହିବା ଦରକାର, ଯାହା କଂଗ୍ରେସ ତାହାର ଇସ୍ତାହାରରେ ରଖିଛି ।"

ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ ନୂଆପଡା ଓ ଖଡ଼ିଆଳ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ - Congress Files Nomination

ସେ ଆହୁରି କହିଛନ୍ତି, "ନବୀନ ଓ ମୋଦି ଅର୍ଥାତ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଉଭୟ ଗ୍ୟାଙ୍ଗଷ୍ଟାର ଶାସନ ଚଳାଇଛନ୍ତି । ସରକାରୀ ଅଧିକାରୀ ବା କ୍ଷମତାର ଅପବ୍ୟବହାର କରି ଲୋକଙ୍କ ଉପରେ ଚାପ ପକାଇ ଗ୍ୟାଙ୍ଗଷ୍ଟାର ସାଜି ଶାସନ କରୁଛନ୍ତି । ବିଶେଷକରି ୨୫ ବର୍ଷ ଧରି ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଶାରେ ଏହି ଗ୍ୟାଙ୍ଗଷ୍ଟାର ଶାସନକୁ ନେଇ ହାନିକାରକ ପାନ ସାଜିଛନ୍ତି । ତେଣୁ ଆସନ୍ତୁ, କଂଗ୍ରେସଠାରୁ ଶୁଦ୍ଧ ଓ ମିଠା ପାନ ଖାଇ ଓଡିଶାକୁ ବଞ୍ଚାନ୍ତୁ ।" ତେବେ ଯାଇ ଓଡ଼ିଶାର ସାଧାରଣ ଜନତା ଏକ ସ୍ଵଚ୍ଛ ଓ ଶୁଦ୍ଧ ଶାସନର ଅନୁଭୂତି ନେଇ ପାରିବେ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details