ETV Bharat / bharat

'ଚୁରମା' ଖାଇ ମାଆଙ୍କୁ ମନେପକାଇଲେ ମୋଦି, ନୀରଜଙ୍କ ମାଆଙ୍କୁ ଭାବପ୍ରବଣ ଚିଠି - MODI LETTER TO NEERAJ MOTHER

author img

By ETV Bharat Odisha Team

Published : 2 hours ago

Updated : 47 minutes ago

Modi writes to emotional letter to Neeraj Chopras mother: ନବରାତ୍ରି ଉପବାସ ଆରମ୍ଭ କରିବା ପୂର୍ବରୁ ନୀରଜ ଚୋପ୍ରାଙ୍କ ମା’ ପଠାଇଥିବା ଚୂରମା ଖାଇଲେ ପ୍ରଧାନମନ୍ତ୍ରୀ । ଭାବପ୍ରବଣ ହୋଇ ଲେଖିଲେ ଚିଠି । କହିଲେ 'ଚୁରମା' ମା’ କଥା ମନେ ପକାଇଦେଲା । ଅଧିକ ପଢନ୍ତୁ

E'ଚୂରମା ମୋ ମା’ଙ୍କ କଥା ମନେ ପକାଇ ଦେଲା', ନୀରଜଙ୍କ ମା’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପ୍ରବଣ ଚିଠି
'ଚୂରମା ମୋ ମା’ଙ୍କ କଥା ମନେ ପକାଇ ଦେଲା', ନୀରଜଙ୍କ ମା’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପ୍ରବଣ ଚିଠି ((ANI PHOTO))

ନୂଆଦିଲ୍ଲୀ: ଆଉ ମାତ୍ର ଦିନ କେଇଟା ପରେ ଦଶହରା । ଧରାବତରଣ କରିବେ ମହିଷାମର୍ଦ୍ଦିନୀ ମା' ଦୁର୍ଗା । ଏହା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଯାଇଛି ନବରାତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ 'ଚୁରମା' ପଠାଇଛନ୍ତି ପ୍ୟାରିସ୍‌ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରାଙ୍କ ମା’ ସରୋଜ ଦେବୀ । ଯାହାକୁ ଦେଖିବା ପରେ ଭାବବିହ୍ବଳ ହୋଇପଡିଛନ୍ତି ମୋଦି । ଭାବପ୍ରବଣତାର ସହ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ସରୋଜ ଦେବୀ ପଠାଇଥିବା 'ଚୁରମା' ତାଙ୍କ ମାଆ’ଙ୍କ କଥା ମନେ ପକାଇଦେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଗାଡକଣରେ ଘର ବାଣ୍ଟିଲେ ମୋଦି, ଜନ୍ମଦିନରେ ଖାଇଲେ କ୍ଷୀରି - PM Modi At Gadakana Sabar Sahi

ଏହା ମଧ୍ୟ ପଢନ୍ତୁ-କ୍ଷୀରି ଖାଇଲେ, ମା'ଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ମୋଦି - Modi treated to kheeri

  • ନୀରଜଙ୍କ ମାଆ ପଠାଇଥିବା 'ଚୁରମା' ମୋ ମାଆ କଥା ମନେ ପକାଇ ଦେଲା:

ଚିଠିରେ ମୋଦି ଲେଖିଛନ୍ତି,'' ମୁଁ ଆଶା କରୁଛି, ଆପଣ ନିଶ୍ଚିନ୍ତ ଖୁସି, ସୁସ୍ଥ ଓ ନିରାପଦରେ ଥିବେ । ଜାମାଇକାର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନୀରଜଙ୍କ ଭାଇଙ୍କ ସହ ଭେଟ ହେବାର ସୁଯୋଗ ମିଳିଥିଲା । ଯେତେବେଳେ ଆପଣଙ୍କ ହାତ ତିଆରି 'ଚୁରମା' ସେ ମୋତେ ଦେଇଥିଲେ । ତାହା ଦେଖି ମୁଁ ବହୁତ ଖୁସି ହୋଇଯାଇଥିଲି । 'ଚୁରମା' ଖାଇବା ପରେ ମୁଁ ମୋ ନିଜକୁ ଆଉ ରୋକି ନପାରି ଚିଠି ଲେଖିଲି । 'ଚୁରମା' ଦେବାର ଗୋଟିଏ ଦିନ ପରେ ସ୍ବାଦ ଚାଖି ମୁଁ ଭାବପ୍ରବଣ ହୋଇପଡିଥିଲି । ଆପଣଙ୍କ ସ୍ନେହରେ ଭରପୂର ଏହି ଉପହାର ମୋ ମାଆ’ଙ୍କ କଥା ମନେ ପକାଇଦେଲା । ''

ଏହା ମଧ୍ୟ ପଢନ୍ତୁ-ଡାଇମଣ୍ଡ ଲିଗ୍‌ରେ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ନୀରଜ, ପିଟରସନ ଚମ୍ପିଆନ - Diamond League

ଏହା ମଧ୍ୟ ପଢନ୍ତୁ-ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଦେଇ ଚର୍ଚ୍ଚାରେ ମୟୂରଭଞ୍ଜର ରାମଜିତ ଟୁଡୁ, 'ମନ କି ବାତ'ରେ ପ୍ରଶଂସା କଲେ

ପ୍ରଧାନମନ୍ତ୍ରୀ - Ramjeet Promoting Santhali Language

  • ନବରାତ୍ରି ପୂର୍ବରୁ 'ଚୁରମା'ମୋ ପାଇଁ ସ୍ବତନ୍ତ୍ର ଉପହାର:

ମୋଦି ଆହୁରି ମଧ୍ୟ ଲେଖିଛନ୍ତି,''ନବରାତ୍ରି ପୂର୍ବରୁ ଏହା ମୋ ପାଇଁ ଏକ ବିଶେଷ ଉପହାର । ମୁଁ 9ଦିନ ନବରାତ୍ରି ପାଳେ । ଉପବାସ ଆରମ୍ଭ ହେବା ପୂର୍ବରୁ ମୁଁ 'ଚୁରମା' ଖାଇଛି । ଆପଣଙ୍କ ହାତ ତିଆରି ଖାଦ୍ୟ ଯେପରି ନୀରଜଙ୍କୁ ଦେଶ ପାଇଁ ପଦକ ଜିତିବାର ଶକ୍ତି ଦିଏ, ସେପରି ଏହି 'ଚୁରମା' ମୋତେ ଆଗାମୀ 9 ଦିନ ପାଇଁ ଦେଶ ସେବା କରିବାକୁ ଶକ୍ତି ଦେବ । ଶକ୍ତିର ପର୍ବ ନବରାତ୍ରି ଅବସରରେ ମୁଁ ଆପଣଙ୍କୁ ଏବଂ ଦେଶର ସମସ୍ତ ମା’ଙ୍କୁ ନିଶ୍ଚିତ କରୁଛି ଯେ, ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ମୁଁ ନିରନ୍ତର କାର୍ଯ୍ୟ ଜାରି ରଖିବି। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 47 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.