ଓଡିଶା

odisha

ETV Bharat / politics

ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ପାରଳାଖେମୁଣ୍ଡିରେ ବିଜୟଙ୍କ ବିରାଟ ଶୋଭାଯାତ୍ରା - Paralakhemundi Assembly

Paralakhemundi Assembly Constituency: ପାରଳାଖେମୁଣ୍ଡି ଆସନରୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହେବାପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜୟ ପଟ୍ଟନାୟକ ।

ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

By ETV Bharat Odisha Team

Published : Apr 3, 2024, 4:36 PM IST

Updated : Apr 5, 2024, 6:26 AM IST

ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ପାରଳାଖେମୁଣ୍ଡି:ଓଡିଶାର 147ଟି ବିଧାନସଭା ମଧ୍ୟରୁ 47ଟି ବିଧାନସଭା ଆସନ ପାଇଁ ଗତକାଲି (ମଙ୍ଗଳବାର) କଂଗ୍ରେସ ତାର ଯୋଦ୍ଧାମାନଙ୍କୁ ମୈଦାନକୁ ଆଣିଛି । ତେବେ ପ୍ରାର୍ଥୀ ଘୋଷଣା ହେବାର ଦିନକ ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ଆସନରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସର ହଜାର ହଜାର ଉତ୍ସାହି ସମର୍ଥକଙ୍କ ଗହଣରେ ବିଜୟ ସହର ପରିକ୍ରମା କରିଛନ୍ତି । ଏହାସହ ଆୟୋଜିତ ଏକ ସଭାରେ କଂଗ୍ରେସର ସବୁ ନୂଆ ପୁରୁଣା ନେତା ଗୋଟିଏ ମଞ୍ଚରେ ଏକାଠି ହୋଇ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଏକ ମନ ପ୍ରାଣରେ ପ୍ରୟାସ କରିବାକୁ ଆହ୍ବାନ ଦେଇଛନ୍ତି ।

ଚଳିତ ନିର୍ବାଚନ ପାଇଁ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପ୍ରାର୍ଥୀ କରିଛି କଂଗ୍ରେସ । ଏହାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇପଡିଛନ୍ତି । ଉତ୍ସାହୀ ହଜାର ହଜାର କଂଗ୍ରେସ କର୍ମୀ ବିଜୟଙ୍କ ସହ ଆଜି ପାରଳାଖେମୁଣ୍ଡିରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରିଛନ୍ତି । ଶୋଭାଯାତ୍ରା ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ବୃନ୍ଦାବନ ପ୍ୟାଲେସ ନିକଟରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲା । ସଭା ମଞ୍ଚରେ ଦଳର ନୂଆ ଓ ପୁରୁଣା ନେତା ଏକାଠି ହୋଇ ଆସନ୍ତା ନିର୍ବାଚନରେ କଂଗ୍ରେସକୁ କ୍ଷମତାସୀନ କରିବା ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ବିଜେପି ଏବଂ ବିଜେଡି ଛାଡି ବହୁ କର୍ମୀ ଓ ନେତା କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହାକୁ ନେଇ ବିଜୟ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମରେ ଜନସମୁଦ୍ରକୁ ଦେଖିଲେ ଲୋକେ କଂଗ୍ରେସ ପ୍ରତି କେତେ ଆକୃଷ୍ଟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇଛି । ତେଣୁ ଏଥର ପରିବର୍ତ୍ତନ ସୁନିଶ୍ଚିତ ବୋଲି କହିଛନ୍ତି । ପାରଳାଖେମୁଣ୍ଡି କଂଗ୍ରେସର ଗଡ ଭାବେ ପରିଚିତ । ତେଣୁ ଏହି ଗଡକୁ କଂଗ୍ରେସ କିଭଳି ଫେରିବ ସେଥିପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି । ଏହି ପ୍ରୟାସ ନିଶ୍ଚିତ ଭାବେ ସଫଳ ହେବ ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଡେରିରେ ଆସିଲା କଂଗ୍ରେସ ତାଲିକା, ନିରାଶ ହେଲେ ହାତକୁ ଟାଣ କରିଥିବା ଅନେକ ନେତା ! - Cangress Candidate List

ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୂର୍ବତନ ମନ୍ତ୍ରୀ ହଳଧର କାର୍ଯୀ କହିଛନ୍ତି ଯେ, ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାର ଉନ୍ନତି ପାଇଁ ବିଜୟ ପଟ୍ଟନାୟକଙ୍କ ଭଳି ଜଣେ ବ୍ୟକ୍ତିତ୍ବ ଜନ ପ୍ରତିନିଧୀ ହେବା ନିହାତି ଆବଶ୍ୟକ । ସେହିଭଳି ମୋହନା ବିଧାନସଭା ଆସନର କଂଗ୍ରେସ ପାର୍ଥୀ ଦାଶରଥୀ ଗମାଙ୍ଗ କହିଛନ୍ତି ଯେ, ଗଜପତି ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସ ବିଜୟୀ ହେବା ନିଶ୍ଚିତ । ଏଥିପାଇଁ ଲୋକେ ମନସ୍ଥ କରିସାରିଛନ୍ତି । ସେହିପରି ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେଇ ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକଙ୍କ ଭଳି ଜଣେ ବ୍ୟକ୍ତିତ୍ବଙ୍କୁ ସୁଯୋଗ ଦେବା ଏହି ଅଞ୍ଚଳ ପାଇଁ ନିଶ୍ଚିତ ଭାବେ ଏକ ଆଶୀର୍ବାଦ । ତେଣୁ ଏଥର ବିଜୟଙ୍କୁ ବିଜୟୀ କରାଇବା ପାଇଁ ଏକ ମନପ୍ରାଣରେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଛନ୍ତି ।

ଇଟିଭି ଭାରତ, ଗଜପତି

Last Updated : Apr 5, 2024, 6:26 AM IST

ABOUT THE AUTHOR

...view details