ନିଆଳି:କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜକୁ ନେଇ ବର୍ଷିଲା କଂଗ୍ରସ ।ଶାସକ ଦଳର ଚକ୍ରାନ୍ତରେ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ଜ୍ୟୋତିଙ୍କ ମା' ଗୀତାଞ୍ଜଳିଙ୍କୁ କଂଗ୍ରେସ ପ୍ରାର୍ଥୀ ବୋଲି ଘୋଷଣା କରିଛି ଦଳ । କଟକ ଜିଲ୍ଲା ନିଆଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଦଳର ଯୁବ ଚେହେରା ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ ହୋଇଛି । ଯାହାକୁ ନେଇ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ଶାସକ ଦଳକୁ ଦାୟୀ କରିଛନ୍ତି । ପରବର୍ତ୍ତୀ କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ମା' ଗୀତାଞ୍ଜଳି ମଲ୍ଲିକ ନିଆଳି ବିଧାୟକ ଆସନ ପାଇଁ ନିର୍ବାଚନ ଲଢିବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯିବା ସହିତ ତାଙ୍କ ନାମାଙ୍କନ ପତ୍ର କାଏମ ରହିଛି।
ଆସନ୍ତା ୧ ତାରିଖ ଦିନ କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ସମସ୍ତ ପ୍ରାର୍ଥୀ ରଣନୀତି ପ୍ରସ୍ତୁତି କରୁଛନ୍ତି । କିନ୍ତୁ କଂଗ୍ରେସ ଦଳର ପ୍ରାର୍ଥୀପତ୍ର ଖାରଜ ହେବା ପରେ ନିଆଳି କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ହୋଇଛି । "ଆମ ଦଳର ପ୍ରାର୍ଥୀ ପରିବର୍ତ୍ତନ କେଉଁ ଅବସ୍ଥାରେ ହେଲା ?"ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ ।