ଓଡିଶା

odisha

ETV Bharat / politics

24 ବର୍ଷର ପ୍ରତିଶୃତି ପୂରଣ ନକରି ଦିନରେ ଲଣ୍ଠନ ଦେଖାଉଛି ବିଜେଡି: କଂଗ୍ରେସ - Congress Criticized BJD Manifesto

Congress Criticized BJD Manifesto: ବିଜେଡି ଗତ ୨୪ ବର୍ଷ ଧରି ଦେଇ ଚାଲିଥିବା ପ୍ରତିଶ୍ରୁତି ପୂରଣ କରିନାହିଁ । ଏବେ ନିର୍ବାଚନ ପୂର୍ବରୁ ଇସ୍ତାହାର ଆଣି ଦିନରେ ଲଣ୍ଠନ ଦେଖାଉଛି ବୋଲି କଂଗ୍ରେସ କହିଛି । ଅଧିକ ପଢ଼ନ୍ତୁ

Congress Criticized BJD Manifesto
Congress Criticized BJD Manifesto (ETV Bharat Odisha)

By ETV Bharat Odisha Team

Published : May 10, 2024, 11:09 PM IST

Congress Criticized BJD Manifesto (ETV Bharat Odisha)

ଭୁବନେଶ୍ବର: ନିର୍ବାଚନର ଠିକ ପୂର୍ବରୁ ଶାସକ ବିଜେଡି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ବିଜୁ ଜନତା ଦଳ ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗଙ୍କୁ ଛୁଇଁଲା ଭଳି ସୁବିଧା ରହିଛି କି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ନିର୍ବାଚନୀ ଇସ୍ତାହାରରେ ୧୦୦ ୟୁନିଟ୍ ଯାଏଁ ବିଜୁଳି ମାଗଣା, ନୂଆ-ଓ ଛାତ୍ରବୃତ୍ତି ମାଧ୍ୟମରେ ବର୍ଷକୁ ଛାତ୍ରୀଙ୍କୁ ୧୪ ହଜାର ଓ ଛାତ୍ରଙ୍କୁ ୧୨ ହଜାର ଟଙ୍କାର ସ୍କଲାରସିପ୍, ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରି ଯୋଗାଇବାକୁ ପ୍ରକାଶ କରିଛି ବିଜେଡି । ଯାହାକୁ କଟାକ୍ଷ କରିଛି କଂଗ୍ରେସ । ବିଜେଡି ଗତ ୨୪ ବର୍ଷ ଧରି ଦେଇ ଚାଲିଥିବା ପ୍ରତିଶ୍ରୁତି ପୂରଣ ନକରି ଏବେ ଦିନରେ ଲଣ୍ଠନ ଦେଖାଉଛି ବୋଲି କଂଗ୍ରେସ କହିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଗାମୀ 13 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନର ତିନି ଦିନ ପୂର୍ବରୁ ବିଜେଡି ଇସ୍ତାହାର ଘୋଷଣା କରିବାକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ । ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବା ଯାହା, ବିଜେଡି ଇସ୍ତାହାର ଘୋଷଣା ଠିକ ସେମିତି ବୋଲି କଟାକ୍ଷ କରିଛି କଂଗ୍ରେସ । 24 ବର୍ଷର ପ୍ରତିଶ୍ରୁତି ପୂରଣ ନକରି ନୂଆ ଭେଳିକି ଦେଖାଉଛି ବିଜେଡି ବୋଲି କହିଛନ୍ତି କଂଗ୍ରେସ ଗଣମାଧ୍ୟମ ମୁଖ୍ୟ ବିଶ୍ବରଞ୍ଜନ ମହାନ୍ତି । ସେ କହିଛନ୍ତି, "ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ 2 ଦିନ ବାକି ଥିବାବେଳେ ଶାସକ ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏହି ଯୋଜନାରେ କିଛି ନୂତନତ୍ଵ ନାହିଁ । ବିଜୁ ଯୁବ ବାହିନୀ, ସ୍ବୟଂ ଯୋଜନା ପରେ ଯୁବ ବଜେଟ ଏକ ଧୂଆଁବାଣ । ବିଜେଡିର ଇସ୍ତାହାରକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ ।" 24 ବର୍ଷରେ ପୂରଣ ହେଲାନି 2 ଲକ୍ଷ ସରକାରୀ ପଦବୀ, 5 ବର୍ଷରେ କେତେ ନିଯୁକ୍ତି ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବେକାରୀ ସମସ୍ୟା ସୁଧାରିବା ପାଇଁ ଇସ୍ତାହାରରେ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେଡି: ସମୀକ୍ଷକ - BJD manifesto

ଓଡ଼ିଶାରେ ଚାଷୀର ଆୟ ସର୍ବନିମ୍ନ, କୃଷି କ୍ଷେତ୍ରରେ ସବୁଠୁ ପଛରେ ଓଡିଶା । ଶୀତଳଭଣ୍ଡାରଟିଏ ନାହିଁ । 35 ପ୍ରତିଶତ ଚାଷ ଜମିକୁ ଜଳସେଚନ କେବେ କରିବେ ସରକାର ? ରାଜ୍ୟରେ ଚାଷୀର ମାସିକ ଆୟ 5 ହଜାର ୨୦୦ ଟଙ୍କା । ବର୍ତ୍ତମାନ ଗୋଟିଏ ପରିବାର ଚଳାଇବା ପାଇଁ 20 ହଜାର ଟଙ୍କା ଆବଶ୍ୟକ ପଡୁଥିବାବେଳେ କୃଷକଙ୍କ ସ୍ଥିତି ଦୟନୀୟ । 2009 ମସିହାରେ ବିଜେଡି ସରକାର ପ୍ରତି ବ୍ଲକରେ 35 ପ୍ରତିଶତ ଚାଷ ଜମି ଜଳସେଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ CAG ରିପୋର୍ଟରେ ଏ ପର୍ଯ୍ୟନ୍ତ 198ଟି ବ୍ଲକରେ 35 ପ୍ରତିଶତ ଚାଷ ଜମିକୁ ଜଳସେଚନ କରିପାରିଲେ ନାହିଁ । ପ୍ରତି ପଞ୍ଚାୟତରେ ଗୋଦାମ ଗୃହ, ଶୀତଳ ଭଣ୍ଡାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେଡି, ହେଲେ କରିପାରିଲେ ନାହିଁ । ରାଜ୍ୟରେ ସାଢ଼େ ୫ ଲକ୍ଷ ସରକାରୀ ପଦବୀରୁ ୨ ଲକ୍ଷ ପଦ ଖାଲି ପଡ଼ିଛି । ସରକାର କହିଥିଲେ ବର୍ଷକୁ 2 ଲକ୍ଷ ଚାକିରି ଦେବେ, ଚାକିରି ତ ଦୂରର କଥା ଖାଲି ପଡିଥିବା ସ୍ଥାନ ବି ପୂରଣ କଲେନାହିଁ । ଯୁବ ବଜେଟ ବୋଲି ଏକ ଭେଳିକି ଦେଖାଉଛନ୍ତି । 1 ଲକ୍ଷ କୋଟି ଟଙ୍କାର ବଜେଟ ଆଣିବେ କହୁଛନ୍ତି, ସରକାର ଏଥିପାଇଁ ସ୍ବତନ୍ତ୍ର ବଜେଟ ଆଣନ୍ତୁ । ବିଜୁ ଯୁବ ବାହିନୀ ଫେଲ ମାରିଲା, ଆଉ ଏବେ ସ୍ବୟଂ ଯୋଜନା ବି ଫେଲ ମାରିବ ।" ଗୃହ ଓ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାର କଣ କରିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details