ETV Bharat / politics

25 ବର୍ଷ ପର୍ଯ୍ୟନ୍ତ ବିଜେପି ଓଡ଼ିଶାରେ ରାଜ କରିବ:ବିଜୟ ପାଲ ସିଂ - BJP TARGETS BJD

ବିଜେଡିର କ୍ଷମତାକୁ ଫେରିବା ବୟାନ ପରେ ପ୍ରତିକ୍ରିୟା ରଖିଲା ବିଜେପି । ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଲେ, ଆମେ ଭାଙ୍ଗୁନୁ ଆପେ ଆପେ ଭାଙ୍ଗୁଛି ବିଜେଡ଼ି ।

BJP TARGETS BJD
BJP TARGETS BJD (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 10:42 PM IST

ଭୁବନେଶ୍ବର: 'ବିଜେପି ଭାଙ୍ଗିବ ଆଉ ବିଜେଡି କ୍ଷମତାକୁ ଫେରିବ' ଏପରି ଅତନୁ ସବ୍ୟସାଚୀଙ୍କ ବୟାନ ପରେ ବିଜେପି ରାଜ୍ୟ ପ୍ରଭାରୀଙ୍କ ବଡ଼ ବୟାନ । କହିଲେ,"ଦଳ ବଞ୍ଚେଇବା ପାଇଁ ଏମିତି କହୁଛନ୍ତି ବିଜେଡ଼ି ନେତା । ଆମେ ସଂଖ୍ୟା ଗରିଷ୍ଠତାରେ ଅଛୁ । କଂଗ୍ରେସ ସହ ମିଶି କ'ଣ କରିବେ ବିଜେଡି ନେତା ?ଆମେ ଭାଙ୍ଗୁନୁ ଆପେ ଆପେ ଭାଙ୍ଗୁଛି ବିଜେଡ଼ି ।"

କିଏ ଭାଙ୍ଗିବ.. କିଏ ଯୋଡ଼ି ହେବ ?

BJP TARGETS BJD (ETV Bharat Odisha)

କିଛି ଦିନ ହେବ ରାଜ୍ୟ ରାଜନୀତିରେ କଥା କଟାକଟି ଚାଲିଛି । ବିଜେଡି କହୁଛି ବିଜେପିରୁ କିଛି ବିଧାୟକ ଏବଂ ସାଂସଦ ଆମ ସମ୍ପର୍କରେ ଅଛନ୍ତି । ଆମେ କଂଗ୍ରେସ ସହିତ ମେଣ୍ଟ କରି ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ । ବିଜେପି କହୁଛି ବିଜେଡି ଭାଙ୍ଗିଯିବ । ଦଳରେ କେହି ରହିବେ ନାହିଁ । ତେବେ ଏସବୁ ଭିତରେ ଆଜି ରାଜ୍ୟ ବିଜେପି ପ୍ରଭାରୀ ଏବଂ ସହ ପ୍ରଭାରୀ ବଡ଼ ବୟାନ ଦେଇଛନ୍ତି ।

'25 ବର୍ଷ ବିଜେପି ରାଜ କରିବ':

ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି," ଆମେ ଭାଙ୍ଗୁନୁ ଆପେ ଆପେ ଭାଙ୍ଗୁଛି ବିଜେଡ଼ି । ଦଳ ବଞ୍ଚେଇବା ପାଇଁ ଏମିତି କହୁଛନ୍ତି ବିଜେଡ଼ି ନେତା । ଆମେ ସଂଖ୍ୟା ଗରିଷ୍ଠତାରେ ଅଛୁ ,କଂଗ୍ରେସ ସହ ମିଶି କଣ କରିବେ ବିଜେଡି ନେତା । ଆମେ ଭାଙ୍ଗୁନୁ ଆପେ ଆପେ ଭାଙ୍ଗୁଛି ବିଜେଡ଼ି । 25 ବର୍ଷ ବିଜେପି ଏଠାରେ ରାଜ କରିବ । ଯାହା ବିଜେଡ଼ି 25 ବର୍ଷରେ କରିପାରିଲା ନାହିଁ ତାହା ବିଜେପି ସରକାର 3 ମାସରେ କରିକି ଦେଖାଇଲା । 3100 ଟଙ୍କା ଧାନର ମୂଲ୍ୟ ମିଳିଲା, ଯାହାର ଦର 2300 ଟଙ୍କା ଦର ।’

'3 ମାସରେ ପୂରଣ ହେଲା ପ୍ରତିଶ୍ରୁତି':

"ରତ୍ନ ଭଣ୍ଡାର ଚାବି ହଜେଇ ଦେଇଥିଲେ ଏହାକୁ ଖୋଲାଗଲା, ଏହା କ'ଣ କାମ ନୁହେଁ । ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ସାହାଯ୍ୟ ଏହା କ'ଣ କାମ ନୁହେଁ । ଯାହା ଆମେ ପ୍ରତିଶ୍ରୁତି ଦେଇଥିଲୁ 3 ମାସରେ ପୂରଣ କରିଛୁ । ବିଜେଡି ଧୋକା ଦେଉଥିଲା । କେନ୍ଦ୍ର ବିଜେପି ସରକାର କାମକୁ ନିଜ ନାମରେ କରୁଥିଲେ । ତାହା ଲୋକ ବୁଝିଲେ ଏଥିପାଇଁ ସେମାନେ କ୍ଷମତାରୁ ଗଲେ । ବିଜେଡି କାର୍ଯ୍ୟକର୍ତ୍ତା ପଳେଇ ନଯିବେ ସେଥିପାଇଁ ଏମିତି କହିଛନ୍ତି । ସାଂସଦ ଓ ବିଧାୟକ ଦଳ ଛାଡ଼ୁଛନ୍ତି ତେଣୁୁ ଏପରି କହିଛି ବିଜେଡ଼ି । ଆମେ ସଂଖ୍ୟା ଗରିଷ୍ଠତାରେ ଅଛୁ । କଂଗ୍ରେସ ସହିତ ମିଶି କ'ଣ କରିବେ ? ସେ ତାଙ୍କ ଦଳକୁ ବଞ୍ଚେଇବା ପାଇଁ ଏମିତି କହୁଛନ୍ତି । ଆମେ ଭାଙ୍ଗୁନୁ ଆପେ ଆପେ ବିଜେଡ଼ି ଭାଙ୍ଗୁଛି । 25 ବର୍ଷ ପର୍ଯ୍ୟନ୍ତ ବିଜେପି ଏଠାରେ ରାଜ କରିବ ।"

ଏହା ମଧ୍ୟ ପଢନ୍ତୁ ...ଝାଡଖଣ୍ଡ ବିଧାନସଭା ନିର୍ବାଚନ, ସନ୍ଧ୍ୟା 5ଟା ସୁଦ୍ଧା 64.86% ମତଦାନ

ଏହା ମଧ୍ୟ ପଢନ୍ତୁ ...ଚାଷୀ ଫେରିପାଇବେ ବେଦାନ୍ତ ଅଧିଗ୍ରହଣ ଜମି: ରାଜସ୍ୱ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ...କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବିଳମ୍ବ ଅଭିଯୋଗ, ନିର୍ବାଚନ କମିଶନକୁ ଫେରାଦ ହେଲା ବିଜେଡି

ଏମିତି କହିଲେ ଲତା ଉସେଣ୍ଡି :

ସେହିପରି ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ବିଜେଡିକୁ ଟାର୍ଗଟେ କରି କହିଛନ୍ତି,"ବିଜେଡିକୁ କିଛି କହିବା ଅଧିକାର ନାହିଁ ଯେମିତି 25 ବର୍ଷ ହେଲା ଓଡିଶାକୁ ଧୋକା ଦେବାର କାମ ସେମାନେ କରିଛନ୍ତି । ଏବେ ଯେତେବେଳେ କ୍ଷମତାରୁ ବାହାର ହେଲେ କିଛି ବି ଅଭିଯୋଗ କରିବେ । ଏବେ ଜନତା ଆମ ସାଥିରେ ଆଉ ସରକାରର 5 ମାସ ମଧ୍ୟରେ ଆମେ ଯେଉଁ ପ୍ରତିଶ୍ରୁ ତି ଦେଇଥିଲୁ, ତାହା ପୂରା କରିଛୁ । ଧାନ ଏମଏସପି, ସୁଭଦ୍ରା ଯୋଜନା ଆଦି ଲୋକଙ୍କ ପାଇଁ । ବିଜେଡ଼ି ସ୍ୱପ୍ନ ଦେଖୁଛି ଯାହା କେବେ ସାକାର ହେବନି ।"

'ଝାଡଖଣ୍ଡରେ ଡବଲ ଇଞ୍ଜିନ ସରକାର':
ସେପଟେ ଝାଡଖଣ୍ଡ ନିର୍ବାଚନକୁ ନେଇ ସେ କହିଛନ୍ତି,"ଝାଡଖଣ୍ଡ ନିର୍ବାଚନରେ ଭୋଟିଂ ପ୍ରତିଶତ ଭଲ ଅଛି । ଏଥର ସେଠାରେ ଡବଲ ଇଞ୍ଜିନ ସରକାର ହେବ । ମୋଦି ଗ୍ୟାରେଣ୍ଟିରେ ପୂରା ଦେଶ ବିଶ୍ୱାସ କରୁଛି ଏଣୁ ନିଶ୍ଚିତ ବିଜେପିକୁ ଲୋକେ ଆଶୀର୍ବାଦ ଦେବେ । ମହାରାଷ୍ଟ୍ରରେ ବି ମୋଦି ଗ୍ୟାରେଣ୍ଟି କାମ କରିବ ଆଉ ବିଜେପି ସରକାର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.