ଭୁବନେଶ୍ବର: କଂଗ୍ରେସ ଟିକେଟ୍ ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିବାର ଆଜି ଶେଷ ତାରିଖ । ୨୦୧୯ରେ ବିଧାନସଭା ପାଇଁ ୪୩୫, ଲୋକସଭା ପାଇଁ ୭୦ ଜଣ ଆବେଦନ କରିଥିଲେ । ଏଥର ପ୍ରଗମନ ୱେବ୍ସାଇଟ୍ ଲଞ୍ଚ୍ ହେବାପରେ ଏପର୍ଯ୍ୟନ୍ତ ୨୫୦୦ରୁ ଊର୍ଦ୍ଧ୍ବ ବିଧାନସଭା ଲାଗି ଓ ଲୋକସଭା ପାଇଁ ୬୭୦ରୁ ଊର୍ଦ୍ଧ୍ବ ପ୍ରାର୍ଥୀ ଆବେଦନ କରିଛନ୍ତି । ଆସନ୍ତା ୧୨ ଏବଂ ୧୩ରେ ସ୍କୁଟିନ କରାଯିବ । ୧୪ ଆଉ ୧୫ରେ ପୁଣି ଦ୍ଵିତୀୟ ଫେଜ୍ ଆରମ୍ଭ କରାଯିବ । ଆଜି ରାତି ୯ଟା ପର୍ଯ୍ୟନ୍ତ ଆଶାୟୀ ଆବେଦନ କରିପାରିବେ । ଟିକେଟ ପାଇଁ କାହାକୁ ଲବି କରିବାକୁ ପଡ଼ିବନି । ସ୍ଵଚ୍ଛତାର ସହିତ ଚୟନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଭାରତ ବର୍ଷରେ ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ଓଡ଼ିଶାରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି ।
'www.pragaman.in' ୱେବ୍ସାଇଟ୍ ଜରିଆରେ ବିଧାୟକ ଓ ସାଂସଦ ପାର୍ଥୀ ପାଇଁ ଓଡ଼ିଶାର ଜନସାଧାରଣ ଏବଂ ଯୁବକ ଓ ଯୁବତୀମାନେ ଅନଲାଇନ ମାଧ୍ୟମରେ ଫେବୃଆରୀ ୧୧ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଡେଡ୍ଲାଇନ୍ ଦେଇଥିଲା ଦଳ । ଯେଉଁମାନେ ଲୋକଙ୍କ ସହ ରହିଥିବେ, ଯେଉଁମାନଙ୍କର ସଂଗଠନ ଭଲ ଥିବ ସେଭଳି ଜନତାଙ୍କୁ ପାର୍ଥୀ ହେବାର ସୁଯୋଗ ଦେବ କଂଗ୍ରେସ ଦଳ । ଏହାଦ୍ଵାରା ଦେଶର ସାଧାରଣ ଲୋକଙ୍କୁ ଏକ ବଡ଼ ସୁଯୋଗ ମିଳିବ । ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଏହି ଆବେଦନ ପ୍ରକ୍ରିୟାରେ କଂଗ୍ରେସ ଦଳ ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ଯେଉଁମାନେ ପ୍ରକୃତରେ ଲୋକଙ୍କର ଓ ରାଜ୍ୟର ସେବା କରିବାକୁ ଚାହୁଁଛନ୍ତି, କଂଗ୍ରେସର ଏହି ଐତିହାସିକ ଅଭିଯାନରେ ସାମିଲ ହେବା ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଆହ୍ବାନ ଦିଆଯାଇଛି ।