ଓଡିଶା

odisha

ETV Bharat / politics

କେନ୍ଦ୍ର ଅନୁଦାନ ପରିମାଣ ନେଇ ଡାହା ମିଛ କହୁଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ବ: କଂଗ୍ରେସ - Congress Tergets BJP and BJD

Congress Press Meet: ବିଜେପିର କେନ୍ଦ୍ରୀୟ ନେତାମାନେ ବାରମ୍ବାର ଓଡ଼ିଶା ଆସି ବିଭିନ୍ନ ସଭା ସମିତିରେ ଗତ ୯ ବର୍ଷ ଭିତରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ବୋଲି କହୁଛନ୍ତି । ବିଜେଡି-ବିଜେପି ମିଳିତ ସରକାର ଏହି ୨ ଲକ୍ଷ କୋଟି ଟଙ୍କା କେଉଁ ଅନୁଦାନ ବାବଦରେ ଖର୍ଚ୍ଚ ହୋଇଛି ତାହା ସାର୍ବଜନୀନ କରନ୍ତୁ ।

Congress Press Meet
Congress Press Meet

By ETV Bharat Odisha Team

Published : Feb 27, 2024, 10:12 PM IST

Congress Press Meet

ଭୁବନେଶ୍ବର: ବିଜେଡି ଓ ବିଜେପିର ମିଳିତ ସରକାର ରାଜ୍ୟବାସୀଙ୍କୁ ବିନିଯୋଗ ପ୍ରମାଣପତ୍ର ଜାରି କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଓଡ଼ିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର କେନ୍ଦ୍ରୀୟ ନେତାମାନେ ବାରମ୍ବାର ବିଭିନ୍ନ ସଭା ସମିତିରେ ଗତ ୯ ବର୍ଷ ଭିତରେ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ବୋଲି କହି ନିଜର ବଦାନ୍ୟତା ଦେଖେଇ ହେବା ଓ ଓଡ଼ିଶାର ଜନସାଧାରଣଙ୍କୁ ଏହି ବିଭ୍ରାନ୍ତିକର ତଥ୍ୟ ଦେବା ସହ ଡାହା ମିଛ କହୁଛନ୍ତି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କହିଛନ୍ତି, "କେନ୍ଦ୍ରମନ୍ତ୍ରୀମାନଙ୍କର ବିବୃତି ଆଧାରରେ ଓଡ଼ିଶାକୁ ୯ ବର୍ଷ ମଧ୍ୟରେ ୧୮ ଲକ୍ଷ କୋଟି ଟଙ୍କା, ଅର୍ଥାତ ବର୍ଷକୁ ୨ ଲକ୍ଷ କୋଟି ଟଙ୍କା ମିଳିବା କଥା ଡାହାମିଛ । ଓଡ଼ିଶାର ବଜେଟକୁ ଯଦି ଅନୁଧ୍ୟାନ କରାଯାଏ, ବାର୍ଷିକ ବଜେଟ ହାରାହାରି ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ହେବ । ଯଦି ଆମର ବାର୍ଷିକ ବଜେଟ ଦେଢ଼ ଲକ୍ଷ କୋଟି ଟଙ୍କା, ତେବେ କେନ୍ଦ୍ର ସରକାର ୨ ଲକ୍ଷ କୋଟି ଟଙ୍କା ଅନୁଦାନ ଦେବାର ଘୋଷଣା କେତେଦୂର ଯଥାର୍ଥ ?" ଏହି ସାମ୍ବାଦିକ ସମ୍ମିଳନୀରେ କାନୁନ୍‌ଗୋ ଆହ୍ବାନ ଦେଇ କହିଥିଲେ, "କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀମାନେ ଏହି ୨ ଲକ୍ଷ କୋଟି ଟଙ୍କା କେଉଁ ଅନୁଦାନ ବାବଦରେ ଖର୍ଚ୍ଚ ହୋଇଛି ତାହା ସାର୍ବଜନୀନ କରନ୍ତୁ ।" ଏହି ଖର୍ଚ୍ଚ କରାଯାଇଥିବା ଅନୁଦାନ ରାଶିର ସିଏଜି ରିପୋର୍ଟ ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଗମନ ଆପ୍‌ ଓ ନେତାଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଦିଆଯିବ ଟିକେଟ: ଜୟଦେବ ଜେନା

ସେ ଆହୁରି କହିଛନ୍ତି, "ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଠାରୁ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର ରାଜ୍ୟବାସୀଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ । କେନ୍ଦ୍ର ସରକାର ରେଲୱେ ବଜେଟରେ ଦେଉଥିବା ଅନୁଦାନର ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ ନହୋଇ ଫେରିଯାଇଥିବା ନଜିର ରହିଛି । ଏହି କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ ବିଭିନ୍ନ ତଥ୍ୟ ଉପସ୍ଥାପନ କରନ୍ତି, ଯାହାର ବାସ୍ତବିକତା ନଥାଏ । କଂଗ୍ରେସ ପଚାରୁଥିବା ଏହି ପ୍ରଶ୍ନ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ । ତେଣୁ ମିଳିତ ଭାବେ ଚାଲିଥିବା ଉଭୟ ବିଜେଡି ଓ ବିଜେପି ସରକାର ଏହାର ଉତ୍ତର ରଖିବେ ବୋଲି ଆମର ବିଶ୍ଵାସ ରହିଛି । ଓଡ଼ିଶାର ଲୋକମାନଙ୍କୁ ଠକିବା ପାଇଁ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ମଧ୍ୟରେ ହୋଇଥିବା ଭିତିରି ବୁଝାମଣା ସମ୍ପର୍କ ଆଜି ଲୋକମାନଙ୍କ ନିକଟରେ ଉନ୍ମୋଚିତ ହୋଇସାରିଛି । ନିକଟରେ ବିଜେପିର ସର୍ବୋଚ୍ଚ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାରୀ ନବୀନ ପଟ୍ଟନାୟକ ସରକାର ବିରୋଧରେ ମୁହଁ ଖୋଲିନାହାନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details