ଓଡିଶା

odisha

ETV Bharat / politics

ହେଭିୱେଟଙ୍କ ଜମିବ ପ୍ରଚାର: କଳାହାଣ୍ଡିରେ ଭୋଟ ମାଗିବେ ନବୀନ, ଦକ୍ଷିଣ ଓଡିଶାରେ ମୋଦି ସୋ’ - BJD Campaign In Kalahandi - BJD CAMPAIGN IN KALAHANDI

BJD Campaign In Kalahandi: ଆଜି କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ବିକାଶ କାର୍ଯ୍ୟର ହିସାବ ଦେବେ ମୁଖ୍ୟମନ୍ତ୍ରୀ । ସେପଟେ ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାରକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

CM NAVEEN PATNAIK KALAHANDI VISIT
CM NAVEEN PATNAIK KALAHANDI VISIT (ETV BHARAT ODISHA)

By ETV Bharat Odisha Team

Published : May 5, 2024, 10:06 PM IST

Updated : May 6, 2024, 8:59 AM IST

CM NAVEEN PATNAIK KALAHANDI VISIT (ETV BHARAT ODISHA)

ଭବାନୀପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହୋଇଉଠିଛି ରାଜନୀତି । ଆଜି କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନିକିଆ କଳାହାଣ୍ଡି ଓ ନୂଆପଡା ଜିଲ୍ଳା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ବିକାଶ କାର୍ଯ୍ୟର ହିସାବ ଦେବେ ନବୀନ । ଏଥିପାଇଁ ଉତ୍ସାହିତ ହୋଇଛନ୍ତି ବିଜେଡି କର୍ମୀ ଓ ନେତା । ଏନେଇ ଗତକାଲି (ରବିବାର) କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ନେଇ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଖୁସିର ମାହୋଲ ରହିଚି । ମୁଖ୍ୟମନ୍ତ୍ରୀ ଗତ ୫ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲା ପାଇଁ କଣ କଣ ବିକାଶମୂଳକ କାର୍ଯ୍ୟ ହୋଇଛି ତାର ହିସାବ ଦେବେ ।"

ଏହା ମଧ୍ୟ ପଢନ୍ତୁ ...ବୌଦ୍ଧରେ ବିଜେଡିର ହାଇଭୋଲ୍ଟେଜ୍‌ ପ୍ରଚାର, ମୈଦାନକୁ ଆସିଲେ ପାଣ୍ଡିଆନ - VK Pandian Election Campaign

ନିର୍ଦ୍ଧାରିତ ସୂଚୀ ଅନୁସାରେ ସକାଳ ୧୧.୦୫ ମିନିଟରେ ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରୁ ଦିନ ୧୧.୫୦ ସମୟରେ ଖଡିଆଳ ଯାଇ ନିର୍ବାଚନୀ ସଭାରେ ଯୋଗଦେବେ । ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀ ଯଥା ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଓ ନର୍ଲାର ବିଧାୟକ ପ୍ରାର୍ଥୀଙ୍କ ସହିତ କଳାହାଣ୍ଡି ଲୋକସଭା ଆସନ ପ୍ରାର୍ଥୀ ଲମ୍ବୋଦର ନିଆଲ ମଧ୍ୟ ଉପସ୍ଥିତ ରହିବେ । ବିକାଶ କାର୍ଯ୍ୟର ହିସାବ ଦେବା ସହ ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁଜିତ କହିଛନ୍ତି, "ଆମର କେବଳ ଗୋଟିଏ ମୁଦ୍ଦା ଲୋକଙ୍କ ପାଖରେ ବିକାଶର କଥା କହି ଭୋଟ ଭିକ୍ଷା କରିବୁ । ପ୍ରତିଟି ଗାଁ ହେଉ କି ପରିବାର ସବୁଠି ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀ ଆଗାମୀ ୫ ବର୍ଷର ବିକାଶର ରୋଡମ୍ୟାପ ସମ୍ପର୍କରେ ଜଣାଇବେ । ଆମେ ୭ ବିଧାନସଭା ଓ କଳାହାଣ୍ଡି ଲୋକସଭା ଆସନରେ ଭଲ ବ୍ୟବଧାନରେ ବିଜୟୀ ହେବୁ ।" ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦଙ୍କ ସମେତ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର ଉପସ୍ଥିତ ରହିଥିଲେ । ଆସନ୍ତା ମେ ୧୩ ତାରିଖରେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ଭୋଟଦାନ ହେବ ।

ଦକ୍ଷିଣ ଓଡ଼ିଶାରେ ମୋଦି ସୋ': ଅନ୍ୟପଟେ ଆଜି ରାଜ୍ୟରେ ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ମୋଦି ଆଜି ଦକ୍ଷିଣ ଓଡିଶାରେ କରିବେ ହାଇଭୋଲଟେଜ ପ୍ରଚାର । ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ କରି ଜନସଭାକୁ ସମ୍ବୋଧିତ କରି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । ଲଗାତାର କିଛିଦିନ ମଧ୍ୟରେ ରାଜ୍ୟକୁ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସୁଅ ଛୁଟୁଥିବାବେଳେ ଏଥର ନିଜେ ପ୍ରଧାନମନ୍ତ୍ରୀ ପ୍ରଚାରର ମଙ୍ଗ ଧରିଛନ୍ତି । ଗତକାଲି ଠାରୁ ଓଡିଶା ଗସ୍ତରେ ଆସିଛନ୍ତି ମୋଦି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ସିଧା ରାଜଭବନ ଅଭିମୁଖେ ବାହାରିଥିଲେ । ସେଠାରେ ରାତ୍ରୀ ଯାପନ ପରେ ଆଜି ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ 10ଟା 30ରେ ବ୍ରହ୍ମପୁର କନିସି ପଡିଆୟୋରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହୋଇ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ବ୍ରହ୍ମପୁରରେ କାର୍ଯ୍ୟକ୍ରମ ସରିବା ପରେ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ଅପରାହ୍ଣ ଗୋଟାଏ ସମୟରେ ପହଞ୍ଚିବା ପରେ ପାପଡାହାଣ୍ଡି ଚିକିଲି ଛକରେ ଆୟୋଜିତ ବିଜେପିର ସମାବେଶରେ ସାମିଲ ହେବେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : May 6, 2024, 8:59 AM IST

ABOUT THE AUTHOR

...view details