ଓଡିଶା

odisha

ETV Bharat / politics

କେନ୍ଦୁଝରରେ ନବୀନଙ୍କ ପ୍ରଚାର, ଆଦିବାସୀଙ୍କ ବିକାଶ ତାଲିକା ଦେଲେ ପାଣ୍ଡିଆନ - BJD Campaign In Kendujhar - BJD CAMPAIGN IN KENDUJHAR

BJD Campaign In Kendujhar: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ବିରୋଧୀଙ୍କ ମିଛ ଅପପ୍ରଚାରକୁ ନେଇ ବର୍ଷିଲେ ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

BJD Campaign In Kendujhar
BJD Campaign In Kendujhar (ETV Bharat Odisha)

By ETV Bharat Odisha Team

Published : May 19, 2024, 8:23 PM IST

BJD Campaign In Kendujhar (ETV Bharat Odisha)

କେନ୍ଦୁଝର: ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସଦର ନିର୍ବାଚନ ମଣ୍ଡଳୀର ସିଲିସୁଆଁ ଠାରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପ୍ରଥମେ ଜିଲ୍ଲା ସଭାପତି କୁଶ ଆପଟ ପ୍ରାରମ୍ଭିକ ଭାଷଣ ଦେଇ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ ଦାବି ଉପସ୍ଥାପନ କରିଥିଲେ । ପରେ ସଦର, ତେଲକୋଇ, ପାଟଣା, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସହ ସାଂସଦ ପ୍ରାର୍ଥୀ ଅଭିଭାଷଣ ଦେଇଥିଲେ ।

ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଉପରେ ବର୍ଷିଥିଲେ । କେନ୍ଦ୍ର ନେତାଙ୍କ ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର କହିଥିବା ବେଳେ କୁମ୍ଭୀର କାନ୍ଦଣା ଚଳିବନି ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । BSKY, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା, 5T ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‌ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଜନମତ ନେଇଥିଲେ ନବୀନ ପଟ୍ଟନାୟକ । ଜୁଲାଇରୁ ବିଜୁଳ ବିଲ୍‌ ଆସିବ ନାହିଁ ତଥା ପୁରୀ ପରିକ୍ରମା ପ୍ରକଳ୍ପ କାମ ଓ ମା’ ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ପଚାରିଥିଲେ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ ...ଜୟଦେବରେ ପାଣ୍ତିଆନଙ୍କ ପ୍ରଚାର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, ବିଜେପି ଉପରେ ବର୍ଷିଲେ

ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲ ଜାଗାରେ ଅଛନ୍ତି ଆଦିବାସୀ ଭାଇଭଉଣୀମାନେ ବୋଲି ପ୍ରକାଶ କରିଥିଲେ ଭିକେ ପାଣ୍ଡିଆନ । ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି, ଭାରତବର୍ଷର କୌଣସି ରାଜ୍ୟରେ ହୋଇନାହିଁ ବୋଲି କହିଥିଲେ ପାଣ୍ଡିଆନ । ଆଦିବାସୀ ଭାଇଭଉଣୀ ମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି ଏହା ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନେ ଠକାମୀର ଶିକାର ନ ହେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ସେମାନେ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉଛନ୍ତି ବୋଲି ପ୍ରକାଶ କରିଥିଲେ ପାଣ୍ଡିଆନ । ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲା ପାଠ ପଢୁଛନ୍ତି ବୋଲି କହିଥିଲେ ପାଣ୍ଡିଆନ ।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନିର୍ବାଚନ ପାଇଁ ଏଠାରେ ବୁଲୁଛନ୍ତି । ସେମାନଙ୍କୁ ପଚାରନ୍ତୁ, ତାଙ୍କ ରାଜ୍ୟରେ ସେମାନେ ଏଭଳି କିଛି କରିଛନ୍ତି କି ? ଏଠାରେ ଆସି ବଡ ବଡ କଥା କହୁଛନ୍ତି ବୋଲି ପଶ୍ନ କରିଥିଲେ ପାଣ୍ଡିଆନ । ୧୦ ବର୍ଷ ତଳେ ବିଜେପି ଦଳ କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବୃଦ୍ଧି କରିବୁ, କିଛି କଲେ ନାହିଁ, ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି । ଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ, ଭୋଟ ପାଇଁ ମିଛ କଥା କୁହନ୍ତି ବୋଲି ପ୍ରକାଶ କରିଥିଲେ ଭି କେ ପାଣ୍ଡିଆନ । ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରିଥାନ୍ତି ।

ଜୁନ ୯ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରିଥିଲେ ପାଣ୍ଡିଆନ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ ହେବ, ଦ୍ବିତୀୟ ଦସ୍ତଖତରେ ସମସ୍ତେ BSKYରେ ସାମିଲ ହେବେ, ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ପାଣ୍ଡିଆନ । ତୃତୀୟରେ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି ଅନୁରୋଧ କରିଥିଲେ ପାଣ୍ଡିଆନ । ଏହାପରେ ମୁଖ୍ୟମନ୍ତ୍ରୀ ହାଟଡିହିରେ ଏକ ଜନସଭାରେ ଯୋଗ ଦେଇଥିଲେ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଦଶ ହଜାରରୁ ଊର୍ଦ୍ଧ୍ବ ଜନତା ଯୋଗ ଦେଇଥିଲା ବେଳେ କର୍ମୀ ବହୁତ୍ ଉତ୍ସାହିତ ହୋଇଥିବା ବିଜେଡି ନେତା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details