ଓଡିଶା

odisha

ETV Bharat / politics

ଦିଲ୍ଲୀ ପରେ ମୁମ୍ବାଇରେ ମୋହନ ମାଝୀ ସରକାରଙ୍କ ନିବେଶକ ସମ୍ମିଳନୀ, ଶୁକ୍ରବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ପରେ ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ' । ଆସନ୍ତା 18 ଓ 19ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ ।

By ETV Bharat Odisha Team

Published : 23 hours ago

Updated : 22 hours ago

CM Mohan Majhi
CM Mohan Majhi (ETV Bharat Odisha)

ହାଇଦ୍ରାବାଦ:ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । India Chem ସମ୍ମିଳନୀରେ ମଧ୍ୟ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ନିବେଶକଙ୍କୁ ନିମନ୍ତ୍ରଣ କରିବେ । ଜାନୁଆରୀ ୨୦୨୫ରେ ଓଡ଼ିଶାରେ ହେବ ଉତ୍କର୍ଷ ସମ୍ମିଳନୀ ।

ଅସନ୍ତାବର୍ଷ ଜାନୁଆରୀରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା-

ମେକ ଇନ୍ ଓଡ଼ିଶା 2025 । କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଜୋରଦାର ଉଦ୍ୟମ କରୁଛନ୍ତି ମୋହନ ସରକାର । ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ' କରିବେ ରାଜ୍ୟ ସରକାର । ଆସନ୍ତା 18 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ଓ ରାଜ୍ୟ ସରକାର ବରିଷ୍ଠ ଅଧିକାରୀ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇ ନିବେଶକ ଓ ପୁଞ୍ଜିନିବେଶଙ୍କ ସହ ଆଲୋଚନା କରିବେ ।

CM Mohan Majhi MUMBAI VISIT (ETV Bharat Odisha)

ନୂଆଦିଲ୍ଲୀ ପରେ ମୁମ୍ବାଇରେ ରୋଡ଼ ସୋ'-

ନୂଆଦିଲ୍ଲୀ ପରେ ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ' । ଆସନ୍ତା 18 ଓ 19ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ରାଜ୍ୟର ବରିଷ୍ଠ ଅଧିକାରୀ । ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । 19 ତାରିଖରେ 300ରୁ ଉର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା କରିବେ ମୋହନ ସରକାର । ବିଭିନ୍ନ ସେକ୍ଟରର ନିବେଶକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।


ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-

  • ରାଜ୍ୟରେ ଶିଳ୍ପାୟନ ଲାଗି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ
  • ୧୮ ଓ ୧୯ରେ ମୁମ୍ବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ୧୯ରେ ୩୦୦ରୁ ଊର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା
  • ମୁମ୍ବାଇ କାର୍ଯ୍ୟକ୍ରମ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସୂଚନା


ଇଣ୍ଡିଆ କେମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ-
ଆସନ୍ତା 18 ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ଇଣ୍ଡିଆ କେମ କାର୍ଯ୍ୟକ୍ରମ । ଗସ୍ତର ପ୍ରଥମ ଦିନରେ ମୁମ୍ବାଇରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ର ରସାୟନ ମନ୍ତ୍ରୀ ଜଗଦୀଶ ପ୍ରସାଦ ନଡ୍ଡା । ଓଡ଼ିଶାର ପାରାଦ୍ୱୀପ, ଗୋପାଳପୁର ଓ ଧାମରାରେ କେମିକାଲ ଶିଳ୍ପ ପ୍ରତିଷ୍ଠା ଲାଗି ବାତାବରଣ ବା ବ୍ୟବସ୍ଥା ରହିଛି । ତେଣୁ ଆଗାମୀ ଦିନରେ ଏଠାକୁ କେମିକାଲ ଶିଳ୍ପ ଆସିବା ଲାଗି ସମ୍ଭାବନା ରହିଛି ।


ଏହା ବି ପଢନ୍ତୁ- ‘ଓଡ଼ିଶା ହେବ ଶିଳ୍ପ ହବ’ 34 ରାଷ୍ଟ୍ରଦୂତ ଏବଂ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା - Delhi Ambassadors Meet

ଏହା ବି ପଢନ୍ତୁ- ଆଜିଠୁ 3 ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ, ମାଓ ମୁକାବିଲା ବୈଠକରେ ହେବେ ସାମିଲ୍‌ - Anti naxal operation

ଏହା ବି ପଢନ୍ତୁ- ‘ଓଡ଼ିଶାରେ 5 ବର୍ଷରେ 5 ଲକ୍ଷ କୋଟି ନିବେଶ’ ଶିଳ୍ପାୟନକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Delhi Visit

ଏହା ବି ପଢନ୍ତୁ- କାଲି ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ - Utkarsh Odisha 2025


ଲୋକଦେଖାଣି ନୁହେଁ ବାସ୍ତବତାରେ ପରିଣତ କରିବେ ମୋହନ ସରକାର-
"କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି । ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ । ଉକ୍ତ ଷ୍ଟିଲ ଶିଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ସ୍ଥାନ ନିରୂପଣ ଲାଗି ନିର୍ଦ୍ଦେଶ ରହିଛି । ଷ୍ଟିଲ ଶିଳ୍ପର ବଡ଼ ନିବେଶକଙ୍କ ସହ ଆଲୋଚନା ଚାଲିଛି । ପୂର୍ବ ସରକାର ଲୋକଦେଖାଣିଆ ଭାବେ ଷ୍ଟିଲ ପ୍ଲାଣ୍ଟ ଘୋଷଣା କରିଥିଲେ । ଲୋକଙ୍କ ସରକାର କଥାରେ ନୁହେଁ କାର୍ଯ୍ୟରେ କରି ଦେଖାଇବ । ନିଶ୍ଚୟ ଭାବେ କେନ୍ଦୁଝରରେ ମୋହନ ସରକାର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ । ଓଡିଶା ଆଗାମୀ ଦିନରେ ଶିଳ୍ପରେ ହବ ହେବାକୁ ଯାଉଛି," ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

Last Updated : 22 hours ago

ABOUT THE AUTHOR

...view details