ଓଡିଶା

odisha

ETV Bharat / politics

ନିର୍ବାଚନ ପୂର୍ବରୁ ଭଦ୍ରକରେ ବିଜେପିକୁ ଝଟ୍‌କା, ବିଜେଡିରେ ମିଶିଲେ ହରପ୍ରିୟା ସାହୁ - Harapriya Sahoo Joins BJD

Harapriya Sahoo Joins BJD: ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ହରପ୍ରିୟା ସାହୁ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଗତକାଲି ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଅଧିକ ପଢ଼ନ୍ତୁ

Harapriya Sahoo Joins BJD
Harapriya Sahoo Joins BJD (ETV Bharat Odisha)

By ETV Bharat Odisha Team

Published : May 28, 2024, 4:11 PM IST

ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ଭଦ୍ରକ ଜିଲ୍ଲାର ଆଗଧାଡ଼ିର ନେତ୍ରୀ ତଥା ହରପ୍ରିୟା ସାହୁ । ହରପ୍ରିୟା ଗତକାଲି ବିଜେପି ଛାଡିଥିବାବେଳେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ହରପ୍ରିୟାଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଜୟ ନାୟକ ।

Harapriya Sahoo Joins BJD (ETV Bharat Odisha)

ବିଜେପିରୁ ଗତକାଲି ଇସ୍ତଫା ଦେଇଥିବା ନେତ୍ରୀ ହରପ୍ରିୟା ସାହୁ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ହୋଇଛନ୍ତି । ଦଳ ପକ୍ଷରୁ ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ସାଧାରଣ ସମ୍ପାଦକ ବିଜୟ ନାୟକ ଉତ୍ତରୀୟ ପିନ୍ଧାଇ ହରପ୍ରିୟାଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ହରପ୍ରିୟା ସାହୁ ହେଉଛନ୍ତି ଭଦ୍ରକ ଜିଲ୍ଲାର ଆଗଧାଡିର ନେତ୍ରୀ । ମହିଳା ସଶକ୍ତିକରଣର ଉତ୍କୃଷ୍ଟ ଉଦାହରଣ । ହରପ୍ରିୟା ସାହୁ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ । ହରପ୍ରିୟାଙ୍କ ମିଶ୍ରଣ ଦ୍ବାରା ବିଜେଡି ଭଦ୍ରକ ଜିଲ୍ଲାରେ ଶକ୍ତିଶାଳୀ ହେବ । ଭଦ୍ରକ ଲୋକସଭା ଓ ଏହା ଅନ୍ତର୍ଗତ ସବୁ ବିଧାନସଭାରେ ବିଜେଡିର ବିଜୟରେ ବଳ ମିଳିବ ।"

ବିଜେଡିରେ ସାମିଲ ହେବା ପରେ ହରପ୍ରିୟା ସାହୁ କହିଛନ୍ତି, "ବଡ଼ ଦୁଃଖର ସହ ମୁଁ ବିଜେପିରୁ ଗତକାଲି ଇସ୍ତଫା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ସାଧା ଜୀବନ ଓ ଉଚ୍ଚ ବିଚାର ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ଯୋଗ ଦେଇଛି । ବିଜେପି କିଛି ବିଚାରଧାରାରେ ଗଠନ ହୋଇଛି । କିନ୍ତୁ ଓଡ଼ିଶା ବିଜେପି ସେହି ବିଚାରଧାରାରେ ନାହିଁ । ଓଡିଶା ବିଜେପି ମହିଳାଙ୍କୁ ସମ୍ମାନ ଦିଏନାହିଁ । ବିଜେପି ନେତା ନିଜସ୍ଵ ପ୍ରଚାର ପାଇଁ ମହିଳାଙ୍କୁ ବ୍ୟବହାର କରନ୍ତି । ନିର୍ବାଚନ ଲଢ଼ିବାକୁ ବିଜେଡି ଓ ବିଜେପି କେତେ ମହିଳାଙ୍କୁ ପ୍ରାର୍ଥୀ ଦେଇଛି, ଏହାକୁ ଅନୁକରଣ କଲେ ଜଣାପଡିବ । ସମାଜସେବା କରୁଥିଲି, ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ବିଜେପିକୁ ଆସିଥିଲି ।"

ଏହା ମଧ୍ୟ ପଢ଼ନ୍ତୁ...ରାଇରଙ୍ଗପୁରରେ ବିଜେଡିର ମିିଶ୍ରଣ ପର୍ବ, ଦଳରେ ମିଶିଲେ ଶତାଧିକ BJP-JMM କର୍ମୀ - BJD Joining Programme

ସେ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶା ବିଜେପିର ତୁଙ୍ଗ ନେତା ଗୁମାସ୍ତା, କ୍ରୀତଦାସ ଓ ଚାଟୁକାର ଗୋଷ୍ଠୀ ସୃଷ୍ଟି କରନ୍ତି, ନେତା ନୁହେଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶାର ବିକାଶରେ ନିଜକୁ ସମର୍ପିତ କରିଥିବା ଭକେ ପଣ୍ଡିଆନ, ଯୁବ ଆଦର୍ଶ ପ୍ରଣବ ପ୍ରକାଶ ଦାଶ, ପ୍ରଫୁଲ୍ଲ ସାମଲ, ବିଷ୍ଣୁବ୍ରତ ରାଉତରାୟ, ବ୍ୟୋମକେଶ ରାୟ, ସଂଜୀବ ମଲ୍ଲିକଙ୍କର କର୍ମୀଙ୍କ ପ୍ରତି ଆତ୍ମିୟତା ଅଛି ।" ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ କହିଛନ୍ତି, "ବିଜେପିରେ ମହିଳାଙ୍କ ସମ୍ମାନ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ସେ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ବିଜୟରେ ହରପ୍ରିୟାଙ୍କ ସଂଗଠନ କାର୍ଯ୍ୟ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details