ETV Bharat / bharat

ମହାରାଷ୍ଟ୍ର-ଝାଡ଼ଖଣ୍ଡ ଜନାଦେଶ: କେଉଁଠି କିଏ ମୁଖ୍ୟମନ୍ତ୍ରୀ ଚେହେରା ? - MAHARASHTRA JHARKHAND ELECTION

ଆଜି ମହାରାଷ୍ଟ୍ର-ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ । କେଉଁ ରାଜ୍ୟରେ କିଏ ମାରିବ ବାଜି ? କିଏ ହେବେ ମୁଖ୍ୟମନ୍ତ୍ରୀ ?

Maharashtra Jharkhand Election 2024
Maharashtra Jharkhand Election 2024 (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 10:35 PM IST

Updated : Nov 23, 2024, 9:34 AM IST

ହାଇଦ୍ରାବାଦ: ସରିଛି ଭୋଟ...ଜନାଦେଶକୁ ଅପେକ୍ଷା । କିଏ ମାରିବ ବାଜି ? କାହା ହାତକୁ ଯିବ ଦେଶର ସବୁଠୁ ଧନୀ ରାଜ୍ୟ ମହାରାଷ୍ଟ୍ରର କ୍ଷମତା ଡୋରି । ଝାଡଖଣ୍ଡରେ ଚାଲିବ ହେମନ୍ତ ରାଜ ନା ପଲଟିବ ବାଜି । ବାସ୍‌ କିଛି ଘଣ୍ଟାର ଅପେକ୍ଷା ଆସିବ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଜନାଦେଶ । ଏକଜିଟ ପୋଲ ଏକଜାଟ ହେବ ନା ପଲଟିବ ବାଜି । ଜନାଦେଶ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ସବୁଠି ଚର୍ଚ୍ଚା । କିଏ ହେବେ ମହାରାଷ୍ଟ୍ର ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା । ଚର୍ଚ୍ଚାରେ ଅନେକ ମୁହଁ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ମହାରାଷ୍ଟ୍ରରେ ମହାୟୁତି ଓ ମହାବିକାଶ ଅଘାଡିର ସିଏମ ଚେହେରା କିଏ ହେବ । ଏବେ ପ୍ରଶ୍ନ ଏବେ ଉଙ୍କି ମାରିଛି । କାରଣ ସିଏମଙ୍କୁ ନେଇ ପୂର୍ବରୁ ଅନେକ ଥର ଚର୍ଚ୍ଚାରେ ରହିଆସିଛି ମହାରାଷ୍ଟ୍ର । କାରଣ ଗତ ନିର୍ବାଚନରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ମହାୟୁତିର ମୁଖ୍ୟମନ୍ତ୍ରୀ ଚେହେରା ଦାବିଦାରଙ୍କ ମଧ୍ୟରେ ଏକନାଥ ସିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡନବିସ, ଅଜିତ ପାୱାର ଆଗରେ ଅଛନ୍ତି । ସେହିପରି ମହାବିକାଶ ଅଘାଡିରେ ଉଦ୍ଧବ ଠାକରେ, କଂଗ୍ରେସ ନେତା ନାନା ପାଟୋଲ ଓ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନାଁ ଚର୍ଚ୍ଚାରେ ଅଛି ।

ଏକନାଥ ସିନ୍ଦେ:

ମହାୟୁତିର ମୁଖ୍ୟମନ୍ତ୍ରୀ ଚେହେରାରେ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସରକାର ଭାଙ୍ଗିବା ପରେ 30 ଜୁନ 2022ରୁ ମହାରାଷ୍ଟ୍ରର 20ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଏକନାଥ ସିନ୍ଦେ । ଶିବସେନା ସରକାର ଥିବାବେଳେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । 58 ବର୍ଷୀୟ ଏକନାଥ ସିନ୍ଦେ ଥାନେର କୋପରି-ପଚପାଖଡି ଆସନରୁ ବିଧାୟକ ରହିଛନ୍ତି । ସେ 2004, 2009, 2014, 2019ରେ ଲଗାତର 4 ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ମରାଠା ସଂପ୍ରଦାୟର ଏହି ନେତା ଆରମ୍ଭରୁ ଜଣେ ଅଟୋ ଡ୍ରାଇଭର ଭାବେ କାମ କରୁଥିଲେ । ପରେ ରାଜନୀତିରେ ପାଦ ଦେଇ ଏବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଦେବେନ୍ଦ୍ର ଫଡନବିସ:

ଦେବେନ୍ଦ୍ର ଫଡନବିସ । ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଫଡନବିସ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଦେବେନ୍ଦ୍ର ଫଡନବିସ 31 ଅକ୍ଟୋବର 2014ରୁ 12 ନଭେମ୍ବର 2019 ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । 1970, ଜୁଲାଇ 22ରେ ଜନ୍ମ ହୋଇଥିବା ଫଡନବିସ 2019ରୁ 2022 ପର୍ଯ୍ୟନ୍ତ ବିରୋଧି ନେତା ଭାବେ କାର୍ଯ୍ୟ କରିଛନ୍ତି । ସେହିପରି 2013ରୁ2015 ପର୍ଯ୍ୟନ୍ତ ସେ ବିଜେପିର ମହାରାଷ୍ଟ୍ର ଷ୍ଟେଟ ୟୁନିଟିର ସଭାପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । 44 ବର୍ଷରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ରାଜ୍ୟ ଇତିହାସରେ ଦ୍ବିତୀୟ କନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ।

ଅଜିତ ପାୱାର:

ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରମୁଖ ଚେହେରା । ସେ ଏବେ ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଗତ ଜୁଲାଇ 23(2023)ରୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର ବିଧାନସଭାରେ 2022ରୁ 2023 ପର୍ଯ୍ୟନ୍ତ ବିରୋଧି ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ମହାରାଷ୍ଟ୍ରର ଅହମ୍ମଦନଗରରେ ଜନ୍ମ ହୋଇଥିବା ଅଜିତ ପାୱାର ପ୍ରଥମେ 1991ରେ ବାରାମତି ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

ଉଦ୍ଧବ ଠାକରେ:

ଶିବସେନା ନେତା ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଚର୍ଚ୍ଚାରେ ଅଛନ୍ତି । ଉଦ୍ଧବ ଠାକରେ 2020ରେ ବିଧାନ ପରିଷଦର ସଦସ୍ୟ ରହିଥିଲେ । ଏହାପରେ ମହାବିକାଶ ଅଘାଡିର ସଭାପତି ରହିବା ସହ 2022ରୁ ଶିବସେନା(UBT)ର ସଭାପତି ଅଛନ୍ତି । ସେହିପରି ‘ସାମନା’ ପତ୍ରିକାର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଉଦ୍ଧବ ବାଲ ଠାକରେ 1960 ମସିହା ଜୁଲାଇ 27ରେ ଜନ୍ମ ହୋଇଛନ୍ତି । ଏଥିସହ 2019ରୁ 2022 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।

ସୁପ୍ରିୟା ସୁଲେ:

ମହାରାଷ୍ଟ୍ରର କିଙ୍ଗ ମେକର ଭାବେ ପରିଚିତ ଶରଦ ପାୱାରଙ୍କ ଝିଅ ହେଉଛନ୍ତି ସୁପ୍ରିୟା ସୁଲେ । ସୁପ୍ରିୟା 1969, ଜୁନ 30ରେ ଜନ୍ମ ହୋଇଛନ୍ତି । ମହାରାଷ୍ଟ୍ର ରାଜନୀତିରେ ସୁପ୍ରିୟା ଜଣେ ଚର୍ଚ୍ଚିତ ଚେହେରା । ପ୍ରଥମ ଥର ପାଇଁ ସୁପ୍ରିୟା 2006 ମସିହାରେ ରାଜ୍ୟସଭାକୁ ଯାଇଥିଲେ । ଏହାପରେ 2009ରୁ ଲଗାତାର ଭାବେ ବାରାମତି ଆସନରୁ ଲୋକସଭା ସାଂସଦ ଭାବେ ଜିତି ଆସୁଛନ୍ତି ।

ଝାଡଖଣ୍ଡରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ?

81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଯାଉଛି । ଏଥର ପୁଣି କ୍ଷମତାରେ ରହିବେ ହେମନ୍ତ ସୋରେନ ନା ପଲଟିବ ସତ୍ତା । ତାହାକୁ ନେଇ ଚାଲିଛି ଅଙ୍କକଷା । ବୁଥ ବାହୁଡା ମତକୁ ନେଇ ଉତ୍ସାହିତ ବିଜେପି ଶିବିର । ଏହାରି ଭିତରେ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରେସ୍‌ କାହାକୁ ନେଇ ଚାଲିଛି ଚର୍ଚ୍ଚା । ତେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପାଇ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କ ଚର୍ଚ୍ଚାରେ ଆଗରେ ରହିଛି ।

ହେମନ୍ତ ସୋରେନ:

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ । ମନି ଲଣ୍ଡ୍ରିଂ ମାମଲାରେ ଜେଲ ଯାଇ ଫେରିବା ପରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେମନ୍ତ ସୋରେନ । ପାରମ୍ପରିକ ଆସନ ବରହେଟରୁ ନିର୍ବାଚନ ଲଢିଛନ୍ତି । ସେ 2010ରୁ 2013 ପର୍ଯ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି 2014ରୁ 2019 ପର୍ଯ୍ୟନ୍ତ ବିରୋଧି ଦଳ ନେତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେହିପରି 2009ରୁ 2010 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି ।

ସୂଚନା ଥାଉକି, ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଜାନୁଆରୀ 31, 2023ରେ ଗିରଫ କରିଥିଲା । ସେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରିଥିଲେ । ହେଲେ ଜାମିନରୁ ଆସିବା ପରେ ପୁଣି କ୍ଷମତା ଡୋରିକୁ ନିଜ ହାତକୁ ନେଇଥିଲେ ହେମନ୍ତ ସୋରେନ ।

ଏହା ମଧ୍ୟ ପଢନ୍ତୁ:

ଝାଡଖଣ୍ଡ ରାଜନୀତି: କେଉଁଠି ଝୁଣ୍ଟିଲେ କଳ୍ପନା ! କିଭଳି ବାଜି ମାରିନେଲେ ଚମ୍ପାଇ ?

Exit Poll: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କାହାକୁ ମିଳିବ କ୍ଷମତା ? ଆସିଲା ବୁଥ ବାହୁଡା ମତ

ଆଜିଠୁ ପୁଣି ଝାଡ଼ଖଣ୍ଡରେ ଚାଲିବ ହେମନ୍ତ ରାଜ, ସନ୍ଧ୍ୟାରେ ନେବେ ଶପଥ - Hemant Soren

ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ: EVMରେ ସିଲ୍‌ ନେତାଙ୍କ ଭାଗ୍ୟ

ଚମ୍ପାଇ ସୋରେନ:

ଝାଡଖଣ୍ଡ ରାଜନୀତିରେ ଚମ୍ପାଇ ସୋରେନ ଟାଇଗର ଭାବେ ଜଣାଶୁଣା । ହେମନ୍ତ ସୋରେନ ଜେଲ ଯିବା ପୂର୍ବରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଚମ୍ପାଇ ସୋରେନ । ସେ ଷଢେଇକଳାରୁ 5 ଥର ବିଧାୟକ ଭାବେ ନିର୍ବାତିତ ହୋଇଛନ୍ତି । ଝାଡଖଣ୍ଡ ଗଠନରେ ତାଙ୍କର ସକ୍ରିୟ ଭୂମିକା ପାଇଁ ସେ ଝାଡଖଣ୍ଡ ଟାଇଗର ଭାବେ ଜଣାଶୁଣା । ତେବେ ହେମନ୍ତ ସୋରେନ ଜାମିନରୁ ଆସିବା ପରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ଚମ୍ପାଇ ସୋରେନ ବିଜେପିରେ ସାମିଲ ହୋଇଥିଲେ । ବିଜେପିରୁ ଲଢୁଥିବା ଚମ୍ପାଇ ସିଏମ ଚେହେରା ଆଗରେ ଅଛନ୍ତି ।

ବାବୁଲାଲ ମାରାଣ୍ଡି:

ବାବୁଲାଲ ମାରାଣ୍ଡି ଝାଡଖଣ୍ଡ ରାଜନୀତିରେ ଜଣେ ଚର୍ଚ୍ଚିତ ନେତା । ଝାଡଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବାବୁଲାଲ ମାରାଣ୍ଡି । 2006ରେ ବିଜେପିଠୁ ଅଲଗା ହୋଇ ଝାଡଖଣ୍ଡ ବିକାଶ ମୋର୍ଚ୍ଚା ନାମରେ ଏକ ଦଳ ଗଠନ କରିଥିଲେ । କିନ୍ତୁ ଏହି ଦଳ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଏତେଟା ଆଖିଦୃଶିଆ କମାଲ କରିପାରିନଥିଲ । ପରେ ଏହି ବିଜେପିରେ ଦଳକୁ ମିଶାଇ ଦେଇଥିଲେ ବାବୁଲାଲ । ବିଜେପିର ଏହି ନେତା ଏବେ ସିଏମ ଚେହେରା ରେସ୍‌ରେ ଆଗରେ ଅଛନ୍ତି ।

Last Updated : Nov 23, 2024, 9:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.