ETV Bharat / state

ମିଳିଲାନି ଗାଡି, ଟ୍ରଲିରେ ବୁହାହେଲା ମୃତଦେହ - DEAD BODY CARRIED ON TROLLEY

ମୃତକଙ୍କୁ ମିଳିଲାନି ସମ୍ମାନ । ଟ୍ରଲିରେ ବୁହାହେଲା ମୃତଦେହ । ପଦାରେ ପଡିଲା ବିକାଶର ଅସଲ ଚେହେରା ।

Dead Body Carried On Trolley
Dead Body Carried On Trolley (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 8:18 PM IST

ଜଗତସିଂହପୁର: ମିଳିଲାନି ମହାପ୍ରୟାଣ ଗାଡ଼ି, ଟ୍ରଲିରେ ବୁହାହେଲା ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳରୁ । ଯାହା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଟ୍ରଲିରେ ବୁହାହେଲା ମୃତଦେହ:

Dead Body Carried On Trolley (ETV Bharat Odisha)

ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ରଘୁନାଥପୁର ଥାନା ଅନ୍ତର୍ଗତ ସିଦ୍ଧଭୂଇଁ ଗ୍ରାମର ବାବାଜୀ ଭୋଇ ଦୀର୍ଘ ଦିନ ଧରି ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ତାଙ୍କ ପରିବାର ଲୋକେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ହଠାତ୍ ବାବାଜୀଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାବାଜୀଙ୍କର ମୃତ୍ୟୁ ପରେ ମୃତଦେହ ଆଣିବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ମିଳିପାରିନଥିଲା । ଯାହାଫଳରେ ବାଧ୍ୟ ହୋଇ ପରିବାର ଲୋକେ ମୃତଦେହକୁ ଏକ ଟ୍ରଲିରେ ନିଜ ଗାଁକୁ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଟ୍ରକ ଧକ୍କାରେ 4 ବାଇକ ଆରୋହୀ ମୃତ

ଏହା ମଧ୍ୟ ପଢନ୍ତୁ...ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୋଲିସ

ଏହା ମଧ୍ୟ ପଢନ୍ତୁ...ରଖେ ହରି ତ...ଚଳନ୍ତା ଟ୍ରେନରୁ ଖସି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ବୃଦ୍ଧା

ଏମିତି କହିଲେ ଜିଲ୍ଲା ଚିକିତ୍ସାଧିକାରୀ :

ଏସମ୍ପର୍କରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ନାୟକ କହିଛନ୍ତି,"ରଘୁନାଥପୁରରେ ମୃତଦେହ ଟ୍ରଲିରେ ନେବା ଘଟଣା ସତ୍ୟ । ଏହି ଘଟଣାକୁ ନେଇ ମୁଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଛି । କୌଣସି ବ୍ୟକ୍ତିଙ୍କର ଯଦି ଡାକ୍ତରଖାନାରେ ମୃତ୍ୟୁ ହେଉଛି ତେବେ ସେଠାରେ ମୃତଦେହ ନେବା ପାଇଁ ଡାକ୍ତରଖାନା ପକ୍ଷରୁ ବ୍ୟବସ୍ଥା ନାହିଁ । ପରିବାର ଲୋକେ ମୃତଦେହକୁ ନିଜ ଖର୍ଚ୍ଚରେ ନେବାକୁ ପଡିଥାଏ । "

ସେ ଆହୁରି ମଧ୍ୟ କହିଛନ୍ତି,"କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ନେବା ପାଇଁ ଗାଡିର ବ୍ୟବସ୍ଥା ରହିଛି । ଏହି ଘଟଣାରେ ପରିବାର ଲୋକେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଗାଡିରେ ମୃତଦେହ ନେବା ପାଇଁ ସମ୍ବଳ ନଥିଲା । ତେଣୁ ସେ ଟ୍ରଲିରେ ନେଇଛନ୍ତି । ଆଗାମୀ ଦିନରେ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କିପରି ମୃତଦେହ ବାହକ ଗାଡିର ବ୍ୟବସ୍ଥା କରାଯିବ । ତାହାକୁ ନେଇ ଜିଲ୍ଲାପାଳଙ୍କ ସହ ଆମେ ଆଲୋଚନା କରି ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.