ଭୁବନେଶ୍ବର:ପୁରୀ ବାଣ ବିସ୍ଫୋରଣ ଘଟଣା ପରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, "ରାଜ୍ୟ ସରକାର ସବୁବେଳେ କହୁଛନ୍ତି ପୁରୀକୁ ବିଶ୍ୱସ୍ତରୀୟ କରିବେ । ଆମ ସରକାର କେବଳ ରଙ୍ଗ ଲଗାଇ ବିଶ୍ବ ସ୍ତରୀୟ ବୋଲି କହୁଛନ୍ତି । ପୁରୀରେ 26 ଜଣ ଆହତଙ୍କ ମଧ୍ୟରୁ କେତେ ସରକାରୀ ଏବଂ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ସର୍ବନିମ୍ନ ସୁବିଧା ନାହିଁ, ବର୍ଣ୍ଣ (Burn) ୟୁନିଟ ନାହିଁ, ଖାଲି ସବୁଠି କଲର ମାରି ବିଶ୍ବସ୍ତରୀୟ ବୋଲି କହୁଛନ୍ତି ।"
"ସବୁ ମେଡିକାଲରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି । ଏହା ପୂର୍ବରୁ ରାଜ୍ୟର 3 ସ୍ୱାସ୍ଥ୍ୟମନ୍ତ୍ରୀ ସରକାରୀ ନୁହେଁ ଘରୋଇ ହସ୍ପିଟାଲରେ ଯାଇ ଚିକିତ୍ସା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଥରେ କୌଣସି ସରକାରୀ ହସ୍ପିଟାଲରେ ପାଦ ପକେଇଥିଲେ ବହୁତ ସୁଧାର ଆସି ପାରିଥାନ୍ତା । ପୁରୀ ମେଡିକାଲରେ ଆମ୍ବୁଲାନ୍ସ ନଥିଲା କି ? କାହିଁକି ବିଳମ୍ବ ହେଲା ? ପୁଣି ସେଠାକୁ ରୋଗୀଙ୍କୁ ନେଲା ପରେ ବି ଡାକ୍ତର ନେଲେନି । ଯଦି ମୁଖ୍ୟମନ୍ତ୍ରୀ ସୁସ୍ଥ ତାହେଲେ ରାଜ୍ୟ ସ୍ୱାସ୍ଥ୍ୟ ସେବାକୁ ବି ସୁସ୍ଥ କରନ୍ତୁ" ବୋଲି କହି ବର୍ଷିଛି ବିଜେପି ।
ଏହା ବି ପଢନ୍ତୁ...ପୁରୀ ବାଣ ବିସ୍ଫୋରଣ ଘଟଣା: SCBରେ ଆହତଙ୍କୁ ଭେଟିଲେ ସମ୍ବିତ ପାତ୍ର - Sambit Meets Injured
ଏହା ବି ପଢନ୍ତୁ...ନରେନ୍ଦ୍ର ପୋଖରୀ ଅଘଟଣ; SCBରେ ଆହତଙ୍କ ସଂଖ୍ୟା 7, ପ୍ରଶାସନକୁ ଦୋଷ ଦେଲେ ମୃତକଙ୍କ ମା' - Chandan Yatra Mishap Update