ଓଡିଶା

odisha

By ETV Bharat Odisha Team

Published : Apr 17, 2024, 11:57 AM IST

ETV Bharat / politics

କଳାହାଣ୍ଡିରେ ବିଜେପି ରାଜ୍ୟ ପ୍ରଭାରୀ; ଦଳୀୟ କର୍ମୀଙ୍କୁ ଦେଲେ ନିର୍ବାଚନ ଗୁରୁମନ୍ତ୍ର - 2024 election

Odisha BJP: କଳାହାଣ୍ଡିରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ମିଶ୍ରଣ ପର୍ବରେ ସାମିଲ ହେଲେ କିଛି ସ୍ଥାନୀୟ ନେତା । କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର । ଅଧିକ ପଢନ୍ତୁ

କଳାହାଣ୍ଡିରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ,ଦଳୀୟକର୍ମୀଙ୍କୁ ଦେଲେ ନିର୍ବାଚନୀ ଗୁରୁମନ୍ତ୍ର
କଳାହାଣ୍ଡିରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ,ଦଳୀୟକର୍ମୀଙ୍କୁ ଦେଲେ ନିର୍ବାଚନୀ ଗୁରୁମନ୍ତ୍ର

କଳାହାଣ୍ଡିରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ,ଦଳୀୟକର୍ମୀଙ୍କୁ ଦେଲେ ନିର୍ବାଚନୀ ଗୁରୁମନ୍ତ୍ର

ଭବାନୀପାଟଣା:ଆଉ ମାତ୍ର ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବିଭିନ୍ନ ରଜନୈତିକ ଦଳମାନଙ୍କ ମଧ୍ୟରେ ଚାଲିଛି ଭୋଟରଙ୍କୁ ଆକୃଷ୍ଟ କରିବାର ପ୍ରତିଯୋଗିତା ସାଙ୍ଗକୁ ଶକ୍ତି ପ୍ରଦର୍ଶନ । ପାୱାର କରିଡ଼ରରେ ରହିବା ପାଇଁ ଚାଲିଛି ଗୋଟି ଚାଳନା । ବିଶେଷ କରି ରାଜ୍ୟରେ ୩ ପ୍ରମୁଖ ରଜନୈତିକ ଦଳଙ୍କ ମଧ୍ୟରେ ଜବରଦସ୍ତ ଫାଇଟ ସମ୍ଭାବନା ରହିଥିବା ବେଳେ ସମସ୍ତେ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି । ଏହିକ୍ରମରେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ସହ ଲୋକଙ୍କ ନିକଟବର୍ତ୍ତୀ ହେବା ପାଇଁ ସେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି ।

ଗତକାଲି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର କଳାହାଣ୍ଡି ଗସ୍ତରେ ଆସି ବାନ୍ଦୋପାଲାରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ନିର୍ବାଚନ ପରିଚାଳନା କମିଟି ସହ ବୈଠକ କରିଥିଲେ । ଅନୁଷ୍ଠିତ ବୈଠକରେ ଦଳର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା କେଶରୀ ଦେଓ, ଭବାନୀପାଟଣା ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ନାଏକ, ଜୁନାଗଡ଼ ପ୍ରାର୍ଥୀ ମନୋଜ ନାଏକ, ଲାଞ୍ଜିଗଡ ପ୍ରାର୍ଥୀ ରମେଶ ମାଝୀ, ଧର୍ମଗଡ ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ, ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ଅନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚନୀ ଗୁରୁମନ୍ତ୍ର ଓ ବିଶେଷ କରି ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା, ‘ମୋଦି ଗ୍ୟାରେଣ୍ଟି’କୁ ନେଇ ଲୋକଙ୍କୁ ସଚେତନ କରିବା ଓ ଭୋଟରଙ୍କ ମୁଡକୁ ପରଖିବା ସହ ବିଜେପି ପ୍ରତି ସେମାନଙ୍କ ସମର୍ଥନ ନିଶ୍ଚିତ କରିବା ଆଦିକୁ ନେଇ ଗୁରୁମନ୍ତ୍ର ଦେଇଛନ୍ତି । ପରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ସ୍ଥାନୀୟ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଦଳୀୟ ନେତାମାନେ ଏମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ବିଗତ ଦଶନ୍ଧିରେ ଛତିଶଗଡ଼ର ବଡ ନକ୍ସଲ ଅପରେସନ; ଯେବେ ଥରହର ହୋଇଥିଲା ଲାଲବାହିନୀ, ଟଳିଥିଲେ ହାର୍ଡକୋର - CHHATISGARGH NAXAL ENCOUNTERS

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବିଜେପି-ବିଜେଡି ମେଣ୍ଟରେ ନିର୍ବାଚନ ଲଢିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଉଭୟ ଦଳ ଏବେ ଏକକୀ ନିର୍ବାଚନ ଲଢୁଛନ୍ତି । ବିଜେଡି ପୁଣିଥରେ କ୍ଷମତା ବଜାୟ ରଖିବାକୁ ଦମ୍ଭ ଦେଖାଉଥିବା ବେଳେ ମୋଦିଙ୍କ ଲୋକପ୍ରିୟତା ଓ ସୁଶାସନ ପାଇଁ ରାଜ୍ୟରେ ଏଥର ସରକାର ଗଠନ କରିବାକୁ ବିଜେପି ମଧ୍ୟ ଦାବି କରୁଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details