ଓଡିଶା

odisha

ETV Bharat / politics

'ବିଜେଡିକୁ ଭାଙ୍ଗିବା ଦରକାର ନାହିଁ, ଦଳ ଆପେ ଆପେ ଭାଙ୍ଗି ଗଲାଣି: ବିଜେପି - BJP SLAMS VK PANDIAN

BJP Slams BJD Leader VK Pandian: ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଓଡିଆ ଅସ୍ମିତା, ବିଜୁ ବାବୁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଟାର୍ଗେଟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଢେଇ ବୋଲି ବିଜେପି କଟାକ୍ଷ କରିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : May 9, 2024, 8:24 AM IST

BJP Slams BJD Leader VK Pandian
BJP Slams BJD Leader VK Pandian (ETV Bharat Odisha)

BJP Slams BJD Leader VK Pandian (ETV Bharat Odisha)

ଭୁବନେଶ୍ବର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଛି ବିଜେପି । ବୁଧବାର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପି କାଳେ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ବାବୁ ଜଣଙ୍କ ଅଭିଯୋଗ କରିଛନ୍ତି । ତାମିଲ ବାବୁ ବୁଝିବା ଦରକାର ବିଜେଡିକୁ ଭାଙ୍ଗିବା ଦରକାର ନାହିଁ । ବିଜେଡି ଆପେ ଆପେ ଭାଙ୍ଗି ଗଲାଣି । ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁ ରାଉଣ୍ଡ ନେତା । ବହୁତ ଅୟସ କଲେଣି ନବୀନ ନିବାସରୁ ଏୟାରପୋର୍ଟ ଭିତରେ ବୁଲି ବୁଲି । ବିଜେଡିରେ ନେତା ନାହାଁନ୍ତି ଯେ ବାହାରୁ ଆମଦାନୀ କରୁଛନ୍ତି । ଦୟା ଲାଗୁଛି ସେ ବାବୁଙ୍କ ପାଇଁ ନୁହେଁ ବରଂ ବିଜେଡି ନେତାଙ୍କ ପାଇଁ ।

ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ସେ କହିଛନ୍ତି, ''ଛୋଟବେଳେ ଗାଁରେ କଣ୍ଢେଇ ନାଚ ହେଉଥିଲା ଦେଖିଥିଲି । ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଢେଇ । କିଛି ଅଫିସର ତାଙ୍କୁ ନଚାଉଛନ୍ତି । କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ । ପାରଳା ମହାରାଜାଙ୍କ ନାଁ ବି ଜାଣି ନାହାଁନ୍ତି । ପ୍ରମ୍ପଟର ତାଙ୍କୁ ପ୍ରମ୍ପଟିଂ କରୁଛନ୍ତି । ପଣ୍ଡିତ ଗୋପବନ୍ଧୁଙ୍କ ନାଁକୁ କଣ ଯେ କହିଲେ ମୋତେ କହିବାକୁ ଲଜ୍ଜ୍ୟା ଲାଗୁଛି । ଏମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ।''

ଏହା ମଧ୍ୟ ପଢନ୍ତୁ ....ବିଜେଡିରେ ଖାଲି କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଦେ ବି ଅଛନ୍ତି: ବିଜେପି - Bjp Leaders Targets Vk Pandian

ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସେ କହିଛନ୍ତି ଯେ, 4200 କୋଟି ଟଙ୍କା ଖର୍ଚ୍ଚ କରି ପାଇଖାନା ତିଆରି କରିବାକୁ କହି ଗୋଟେ ପାଚେରୀ ବୁଲେଇ କହୁଛନ୍ତି କଲେ ରୂପାନ୍ତରିତ କଲି । ମନ୍ଦିର ଯିଏ ନିର୍ମାଣ କରିଥିଲେ ସେ ବର ମାଗିଥିଲେ ମୋ ବଂଶରେ କେହି ନ ରହୁ ଦାବି କରିବାକୁ ଏ ମନ୍ଦିର କାହାର । ଯେବେ ବିଜେପି ସରକାର ଆସିବ ଜୁନ ୧୦ରେ ପ୍ରଥମ ଦିନ ସିବିଆଇକୁ ହସ୍ତାନ୍ତର କରାଯିବ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଟାଲା । ଚାରିଦ୍ବାର ବନ୍ଦ କରିଦେଲେ ଭକ୍ତ କେତେ ହଇରାଣ ହେଉଛନ୍ତି । ଆଉ ଥରେ ସରକାରକୁ ଆସିଲେ ଏମାନେ ଟିକଟ ବିକ୍ରି କରିବେ ଜଗନ୍ନାଥ ମନ୍ଦିର ପାଇଁ । ଗର୍ବ ଆଉ ଅହଙ୍କାରରେ କୁହାଯାଉଛି କେନ୍ଦ୍ର କୁଆଡେ କିଛି କରିନି । ମୋଦି ଚାଉଳ ଦେଲେ ଓ ସେମାନେ ୨୭୮ କୋଟି ଟଙ୍କା ଦେଇ ବ୍ୟାଗ କିଣିଲେ ବାଣ୍ଟିଲେ । ଯାହା ଏବେ ଫୁଟପାଥରେ ବିକ୍ରି ହେଉଛି ।

ଅଖା ଘୋଟାଲାର ଦୁର୍ନୀତି ବି ବିଜେପି ଆସିଲେ ତଦନ୍ତ କରିବ । ଏମାନେ କହୁଛନ୍ତି ବିଜେଡିକୁ କାଳେ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି । ନିଜେ ହତୋତ୍ସାହିତ ହୋଇ ଭାଙ୍ଗିଗଲେଣି । ବିଜୁ ବାବୁଙ୍କୁ ଭାରତ ରତ୍ନ କଥା ଏମାନେ କହୁଛନ୍ତି ନିର୍ବାଚନରେ ବିଜୁ ବାବୁଙ୍କ ପୋଷ୍ଟରରେ ଫଟୋ ନାହିଁ । ତାମିଲ ଗୁମାସ୍ତାଙ୍କ ଫଟୋ ଲାଗିଛି । ସତ୍‌ସାହସ ଥିଲେ ତାମିଲନାଡୁରେ ରାଜନୀତି କରନ୍ତୁ । ଓଡ଼ିଆ ଲୋକ ବୋକା ନୁହେଁ । ଏଥର ଜବାବ ଦେବେ ବୋଲି କହିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details