ନୂଆଦିଲ୍ଲୀ:ଆଜି ଭାରତୀୟ ଜନତା ପାର୍ଟି 6ଷ୍ଠ ପର୍ଯ୍ୟାୟରେ 2ରାଜ୍ୟ ପାଇଁ 3 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ରାଜସ୍ଥାନ ପାଇଁ ଦୁଇଟି ଆସନ ଓ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଦଳ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ରାଜସ୍ଥାନ ଦୌସା ଆସନରୁ କହ୍ନୈୟା ଲାଲ ମୀନା ଓ କରୌଲି-ଢୋଲପୁର ସଂସଦୀୟ କ୍ଷେତ୍ରରୁ ଦଳ ଇନ୍ଦୁଦେବୀ ଯାତବଙ୍କୁ ଟିକେଟ ଦେଇଛି । ସେହିପରି ଇନ୍ନର-ମଣିପୁର ଲୋକସଭା ଆସନରୁ ଦଳ ଥୋନାଜାମ ବସନ୍ତ କୁମାର ସିଂଙ୍କୁ ଟିକେଟ ମିଳିଛି ।
ତେବେ ବିଜେପିଶାସିତ ରାଜସ୍ଥାନରେ ମୋଟ 25 ସଂସଦୀୟ ଆସନ ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ । ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 12 ଆସନରେ ଭୋଟିଂ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ତଥା 26 ତାରିଖରେ ଅବଶିଷ୍ଟ 13 ଆସନରେ ଭୋଟିଂ ହେବା । ମାତ୍ର ଦୁଇ ସଂସଦୀୟ ଆସନ ବିଶିଷ୍ଟ ମଣିପୁରରେ ମଧ୍ୟ ଏପ୍ରିଲ 19 ଓ 26 ରେ ଭୋଟିଂ ହେବାକୁ ଯାଉଛି । ଏବେ ସୁଦ୍ଧା ଭାରତୀୟ ଜନତା ପାର୍ଟି 6ଷ୍ଠ ପର୍ଯ୍ୟାୟରେ ମୋଟ 405 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଲାଣି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ଧାରାରେ ବେଶ ପଛରେ ଥିବା ପରି ଦୃଶ୍ୟମାନ ହେଉଛି । କଂଗ୍ରେସ ଏବେ ସଦ୍ଧା ବିଭିନ୍ନ ରାଜ୍ୟରେ ମାତ୍ର ପ୍ରାୟ 190 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।