ଓଡିଶା

odisha

ସୁନ୍ଦରଗଡ଼ରେ ନଡ୍ଡା ଦେଲେ ବିକାଶର ତାଲିକା, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ - JP Nadda At Sundargarh BJP Rally

By ETV Bharat Odisha Team

Published : May 16, 2024, 10:52 PM IST

JP Nadda At Sundargarh BJP Rally: ପଶ୍ଚିମ ଓଡିଶାର ଅନ୍ୟତମ ଚର୍ଚ୍ଚିତ ଆସନ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବର୍ତ୍ତମାନ ସମ୍ପୂର୍ଣ୍ଣ ଓଡ଼ିଶାର ‘ଅସ୍ମିତା’ ବିପଦରେ କହି ଟାର୍ଗେଟ କରିବା ସହ ମୋଦିଙ୍କ ସଫଳତା ବଖାଣିଲେ ନଡ୍ଡା । ଅଧିକ ପଢନ୍ତୁ

JP Nadda At Sundargarh BJP Rally
JP Nadda At Sundargarh BJP Rally (ETV Bharat Odisha)

JP Nadda At Sundargarh BJP Rally (ETV Bharat Odisha)

ରାଉରକେଲା/ସୁନ୍ଦରଗଡ଼: ବିଜେପିର ଫୋକସରେ ବର୍ତ୍ତମାନ ସୁନ୍ଦରଗଡ଼ । ଦିନକୁ ଦିନ ବଢ଼ିବାରେ ଲାଗିଛି କେନ୍ଦ୍ରୀୟ ନେତାଙ୍କ ଗସ୍ତ ଏବଂ ପ୍ରଚାର । ତେବେ ବର୍ତ୍ତମାନ ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ଏବଂ ସମସ୍ତ ବିଧାନସଭା ମଣ୍ଡଳୀ ପାଇଁ ଆସି ପ୍ରଚାର କରିଛନ୍ତି ଜେ ପି ନଡ୍ଡା । ଉଭୟ ଲୋକସଭା ଏବଂ ବିଧାନସଭା ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ସମାନ୍ତରାଳ ଭାବେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଆଜି ସୁନ୍ଦରଗଡ଼ରେ ବିଶାଳ ଜନ ସମାବେଶ କରିଥିଲେ ନଡ୍ଡା । ଏହି କାର୍ଯ୍ୟକ୍ରମରେ ନଡ୍ଡା ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅଭିଭାଷଣ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ', LIVE - CM NAVEEN ROAD SHOW

ଯେଉଁଠି ଆଦିବାସୀ ମହିଳା ଏବଂ ଆଦିବାସୀ ଜନତା ସହ ଓଡ଼ିଆଙ୍କୁ ସମ୍ମାନ କଥା ବିଜେଡି କେବଳ କହୁଛି ସେହିଠାରେ ଓଡ଼ିଶାର ଆଦିବାସୀ ମହିଳା ମହାମହିମ ରାଷ୍ଟ୍ରପତି ଭାବରେ ସ୍ଥାନିତ ହୋଇଛନ୍ତି ଏବଂ ବିଜେପି ଦଳ ତାଙ୍କୁ ନେଇ ଆଜି ଗର୍ବିତ । ବର୍ତ୍ତମାନ ସମ୍ପୂର୍ଣ୍ଣ ଓଡ଼ିଶାର ‘ଅସ୍ମିତା’ ବିପଦରେ କହି ଟାର୍ଗେଟ କରିଛନ୍ତି ନଡ୍ଡା । ଏଥର ରାଜ୍ୟରେ ପରିବର୍ତ୍ତନର ହାୱା ଚାଲୁଛି ଏବଂ ରାଜ୍ୟବାସୀ ଜାଣି ସାରିଲେଣି ଯେ କେଉଁଠି ଅଧିକ ବିକାଶ ହେଉଛି ରାଜ୍ୟରେ ନା କେନ୍ଦ୍ରରେ । ତେବେ ମୋଦିଙ୍କ ନେତୃତ୍ବରେ ଡବଲ ଇଞ୍ଜିନ କଥା କହିଛନ୍ତି ବିଜେପି ମୁଖ୍ୟ ଜେପି ନଡ୍ଡା । ବର୍ତ୍ତମାନ କେନ୍ଦ୍ର ସରକାର ଯୋଜନା ଯୋଗୁଁ ଦେଶରେ 10 ବର୍ଷ ବିତିବା ପରେ ଆଜି ଦେଶ ବହୁ ଉନ୍ନତ ହୋଇ ପାରିଛି ଏବଂ ବିଭିନ୍ନ ଉନ୍ନତି ହେଉଛି । ଆଦିବାସୀ ମାନଙ୍କ ବଜେଟକୁ ତିନି ଗୁଣା ବଢାଇଛନ୍ତି ଏବଂ ଆଦିବାସୀମାନଙ୍କୁ କେବେ ଭୋଟ ବ୍ୟାଙ୍କ ଭାବରେ କେନ୍ଦ୍ର ସରକାର ଦେଖି ନାହାନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।

ବର୍ତ୍ତମାନ ଯେଉଁଠି ଆମେରିକା, ୟୁରୋପ ଏବଂ ଜାପାନ ଓ ଅଷ୍ଟ୍ରେଲିଆ ସ୍ଥିତି ସଙ୍ଗୀନ ହୋଇଛି, ସେଠାରେ ଭାରତ ବିଶ୍ବର ପଞ୍ଚମ ସ୍ଥାନରେ ଅର୍ଥନୈତିକ ସ୍ତରରେ ପହଞ୍ଚିଛି । ଯେଉଁଠି ଦେଶରେ ବିଭିନ୍ନ ରୋଗ ପାଇଁ ବର୍ଷ ବର୍ଷ ଲାଗି ଯାଇଛି ସେଠାରେ କୋରୋନା ସମୟରେ କେନ୍ଦ୍ର ସରକାର ଦୁଇ ଦୁଇଟି ଡବଲ ଡୋଜ ଭ୍ୟାକ୍ସିନ ଲଗାଗଲା । ରାଜ୍ୟ ସରକାର କେବଳ ବଡ଼ ବଡ଼ କଥା କହୁଛନ୍ତି ନଚେତ କାର୍ଯ୍ୟ ସବୁଠି ଫେଲ ଶିକ୍ଷା, ସ୍ବାସ୍ଥ୍ୟ ଉନ୍ନତି ଏବଂ ଭିତ୍ତିଭୂମି ବିକାଶରେ ଫେଲ ମରିଛି ବିଜେଡି ଏବଂ ଆଜିବି ଗାଁ ଏବଂ ସହରରେ ଲୋକେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା । ଆଜିର ଏହି ସମାବେଶରେ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ, ସୁନ୍ଦରଗଡ଼ ବିଧାୟକ ପ୍ରାର୍ଥିନୀ କୁସୁମ ଟେଟେ, ତଳସରା ବିଧାୟକ ପ୍ରାର୍ଥୀ ଭବାନୀ ଭୋଇ ଏବଂ ରାଜଗାଙ୍ଗପୁର ବିଧାୟକ ପ୍ରାର୍ଥୀ ନରସିଂହ ମିଞ୍ଜ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details