ଓଡିଶା

odisha

ETV Bharat / politics

ଆଠମଲ୍ଲିକରେ ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ - Dharmendra Election Campaign - DHARMENDRA ELECTION CAMPAIGN

Dharmendra Pradhan Power Show: ଆଠମଲ୍ଲିକରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ 24 ବର୍ଷର ସରକାରଙ୍କ ଉପରେ ଉଠାଇଲେ ଧର୍ମେନ୍ଦ୍ର । ଅଧିକ ପଢ଼ନ୍ତୁ

ଆଠମଲ୍ଲିକରେ ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ
ଆଠମଲ୍ଲିକରେ ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ

By ETV Bharat Odisha Team

Published : Apr 24, 2024, 9:54 PM IST

Updated : Apr 25, 2024, 9:04 AM IST

DHARMENDRA ELECTION CAMPAIGN

ଅନୁଗୋଳ: ନିର୍ବାଚନ ଘଡ଼ି ପାଖେଇ ଆସୁଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପ୍ରଚାର ଆରମ୍ଭ କରିଛନ୍ତି ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଆକଟା ଓ ମାଧପୁର ସମେତ ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ ୬୦ କିମି ରୋଡ ସୋ' ମାଧ୍ୟମରେ ନିର୍ବାଚନ ପ୍ରଚାର କରିଛନ୍ତି । ଆଠମଲ୍ଲିକରେ ପ୍ରଚାର ଅବସରରେ ଶାସକ ଦଳ ବିଜେଡିକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, "ଓଡ଼ିଶାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ନାମକୁ ମାତ୍ର । ଏହା ଗରିବ ଲୋକଙ୍କ ପାଇଁ ନୁହେଁ । ସରକରାଙ୍କ ଏହି କାର୍ଡ ସୁଆଙ୍ଗ, ପ୍ରାଇଭେଟ ହସ୍ପିଟାଲ ଓ ଶାସକ ଦଳର ମଧୁଚନ୍ଦ୍ରିକାର ଏକ କେଳେଙ୍କାରୀ ଅଧ୍ୟାୟ । ରାଜ୍ୟ ସରକାର ଜାଣିଶୁଣି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି । ଦେଶର ଅନେକ ଅଣବିଜେପି ଶାସିତ ରାଜ୍ୟରେ ବି ଆୟୁଷ୍ମାନ ଭାରତ ଲାଗୁ ହୋଇଛି । ଓଡ଼ିଶାରେ କ’ଣ ଅସୁବିଧା ରହିଛି ତାହା ସରକାର ହିଁ ଜାଣିଥିବେ ।"

ଏହା ମଧ୍ୟ ପଢ଼ନ୍ତୁ...ମା' ହିଙ୍ଗୁଳାଙ୍କ ସାନିଧ୍ୟ ନେଲେ ଧର୍ମେନ୍ଦ୍ର, ଉଭାସ୍ଥଳୀରେ ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା - Hingula Yatra 2024

ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ନିର୍ବାଚନ ପ୍ରଚାର କରୁଛନ୍ତି । ଗତ 24 ବର୍ଷ ଧରି ହିଞ୍ଜିଳି ତାଙ୍କୁ ଆଶୀର୍ବାଦ କରିଛନ୍ତି । ଗୋଟିଏ ସ୍ବର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଆସିଛି ଯେ ମୁଖ୍ୟମନ୍ତ୍ରୀ ଗୋଟିଏ ଶ୍ବେତପତ୍ର ପ୍ରକାଶ କରନ୍ତୁ । ଆଜି ବି ହିଞ୍ଜିଳିରୁ ହଜାର ହଜାର ଯୁବକ ଯୁବତୀ ରାଜ୍ୟ ଛାଡି ଦାଦନ ଖଟିବାକୁ ଯାଉଛନ୍ତି । ଗଞ୍ଜାମ ମୁଖ୍ୟମନ୍ତ୍ରୀ ଗୃହ ଜିଲ୍ଲା । ଦାଦନ ଶ୍ରମିକ ଯିବାରେ ଗଞ୍ଜାମ ସବୁଠୁ ଆଗରେ । ଏବେ ସେ କଣ୍ଟାବାଞ୍ଜି ଆସୁଛନ୍ତି । କଣ୍ଟାବାଞ୍ଜିରେ କୁହନ୍ତୁ ଯେ ଏଠି ବି ଦାଦନ ପଳାୟନ ହେବନି । ରାଜ୍ୟରେ ଅପାର ସମ୍ଭାବନା ରହିଛି । ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକରେ ପିଇବା ପାଣି ଓ ଜଳସେଚନର ଅଭାବ ରହିଛି । ସାରା ଦେଶରେ ମୋଦି ଲହର ଦେଖାଯାଇଥିବା ବେଳେ ଓଡ଼ିଶାରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି । ୨୪ ବର୍ଷ ଧରି ଅନ୍ୟାୟ, ଦୁର୍ନୀତି ଓ ଅତ୍ୟାଚାର କରି ଆସିଥିବା ସରକାର ବିରୋଧରେ ଲୋକମାନେ ଏଥର ନିର୍ଣ୍ଣାୟକ ମତ ଦେବେ ।" ତେବେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ ଜିଲ୍ଲା ଦେଉଳଝରୀ ନିକଟ ସିଦ୍ଧେଶ୍ୱର ବାବା, ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ ଏବଂ ଓଳଥରେ ଥିବା ରାମ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Apr 25, 2024, 9:04 AM IST

ABOUT THE AUTHOR

...view details