ଓଡିଶା

odisha

ETV Bharat / politics

'ମୁଁ ଜଣେ କନିଷ୍ଠ କାର୍ଯ୍ୟକର୍ତ୍ତା ମୋତେ ଗରିଷ୍ଠ ପ୍ରଶ୍ନ ପଚାରିଲେ କେମିତି ଉତ୍ତର ଦେବି' - BJD BJP Possible Alliance - BJD BJP POSSIBLE ALLIANCE

BJD BJP Possible Alliance: ମେଣ୍ଟକୁ ନେଇ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା । ମେଣ୍ଟ ପ୍ରସଙ୍ଗରେ ଏକାକୀ କି ହେଉ ଅବା ଏକାକୀ ନୁହେଁ, ଏହାର ଉତ୍ତର ଦେବା ପାଇଁ ମୋର ସାମର୍ଥ୍ୟ ନାହିଁ କହିଲେ ସୂର୍ଯ୍ୟବଂଶୀ ସୁରଜ । ଅଧିକ ପଢ଼ନ୍ତୁ,

ମେଣ୍ଟକୁ ନେଇ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା
ମେଣ୍ଟକୁ ନେଇ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା

By ETV Bharat Odisha Team

Published : Mar 21, 2024, 6:18 PM IST

ମେଣ୍ଟକୁ ନେଇ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ବାଜି ସାରିଛି ନିର୍ବାଚନର ବିଗୁଲ । ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସମସ୍ତ ଦଳର କର୍ମକର୍ତ୍ତା । ସେସବୁ ମଧ୍ୟରେ ମେଣ୍ଟକୁ ନେଇ ରାଜ୍ୟରେ ସସପେନ୍ସ ଜାରି ରହିଛି । ରାଜ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ରାଜନୀତିକୁ ସରଗରମ କରି ରଖିଛି । ଅନ୍ୟପଟେ ଏଥର ମେଣ୍ଟ ନିଶ୍ଚିତ ବୋଲି ମଧ୍ୟ ଆଲୋଚନା ହେଉଛି ଏବଂ ଦେଶର କିଛି ରାଜ୍ୟରେ ବିଜେପି ସେଠିକାର ଆଞ୍ଚଳିକ ଦଳ ସହ ମେଣ୍ଟ କରିବା ପରେ ଓଡ଼ିଶାରେ ମଧ୍ୟ ମେଣ୍ଟ ହେବା ନେଇ ଲୋକେ ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ଏହି ମେଣ୍ଟ ପ୍ରସଙ୍ଗ ନେଇ ସୂର୍ଯ୍ୟବଂଶୀ ସୁରଜ ଉତ୍ତର ଦେଇ ପାରିବେନି ବୋଲି ସୂଚନା ଦେଇଛନ୍ତି ।

ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି ବିଜେପି । ରୁଟିନ ବୈଠକ ମଧ୍ୟ ହେଉଛି । ନିର୍ବାଚନ କମିଟିଠାରୁ ଆରମ୍ଭ କରି କୋର କମିଟି ବୈଠକ ମାଧ୍ୟମରେ ଦଳ ବିସ୍ତୃତ ଭାବେ ଆଲୋଚନା କରୁଛି । ବିଭିନ୍ନ ସ୍ତରରେ ସମୀକ୍ଷା କରାଯାଉଥିବା ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି । ତେବେ ଏସବୁ ମଧ୍ୟରେ ମେଣ୍ଟ ପ୍ରସଙ୍ଗକୁ ନେଇ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ଶୀର୍ଷ ନେତୃତ୍ବମାନେ ଏହାର ଉତ୍ତର ପୂର୍ବରୁ ଦେଇ ସାରିଛନ୍ତି, ତେଣୁ ଏହା ଉପରେ ମୋର କହିବା ଠିକ୍ ହେବ ନାହିଁ । ଅମିତ ଶାହଙ୍କ କଥାକୁ ସମୀକ୍ଷା କରିବାର କ୍ଷମତା ମୋ ପାଖରେ ନାହିଁ । ବିଜେପି ଲଢିବ, ବିଜେପି ସରକାର କରିବ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ବିଜେପି ରାଜନୈତିକ ବିଶାରଦମାନଙ୍କ ଆକଳନଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରିବ । ମୁଁ ଜଣେ କନିଷ୍ଠ କାର୍ଯ୍ୟକର୍ତ୍ତା ମୋତେ ଗରିଷ୍ଠ ପ୍ରଶ୍ନ ପଚାରିଲେ ମୁଁ କେମିତି ଉତ୍ତର ଦେବି । ବିଜେପି ଲଢିବ ଏବଂ ସରକାର କରିବା ବୋଲି ମଧ୍ୟ ଅମିତ ଶାହ କହିଛନ୍ତି । ଏକାକୀ କି ହେଉ ଅବା ଏକାକୀ ନୁହେଁ, ଏହାର ଉତ୍ତର ଦେବା ପାଇଁ ମୋର ସାମର୍ଥ୍ୟ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ.... ବିଜେପି-ବିଜେଡି ମେଣ୍ଟ ହେଲେ କଣ ହେବ ସୁନ୍ଦରଗଡ଼ ରାଜନୀତି ? - Sundargarh Politics

ସେପଟେ ତିନି ଦିନ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିଲ୍ଲୀରେ ବୈଠକ ଏବଂ ଆଲୋଚନା ଜାରି ରହିଛି । ସେପଟେ ମେଣ୍ଟକୁ ନେଇ ଗତ କିଛି ଦିନ ତଳେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଥିଲେ ଯେ, ବର୍ତ୍ତମାନର ରାଜନୈତିକ ସ୍ଥିତିରେ ବିଜେଡିର ସମର୍ଥନ ବିନା କେନ୍ଦ୍ରରେ ବିଜେପି ସରକାର ଗଢିପାରିବ । ସେହିପରି ରାଜ୍ୟରେ ମଧ୍ୟ ବିଜେପିର ବିନା ସମର୍ଥନରେ ବିଜେଡି ସରକାର ଗଠନ କରିପାରିବ । ସଂଖ୍ୟା ପାଇଁ ଉଭୟ ଦଳକୁ ମେଣ୍ଟର ଆବଶ୍ୟକତା ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଜଣ ଭଲ ବନ୍ଧୁ ଏବଂ ଷ୍ଟେଟସ୍‌ମ୍ୟାନ । ରାଜନୀତିଠୁ ଊର୍ଦ୍ଧ୍ବରେ ଏକ ବୃହତ୍ତର ସ୍ବାର୍ଥ ପାଇଁ ଏହି ମେଣ୍ଟ ହେବାକୁ ଯାଉଛି ବା ଦୁଇ ନେତା ଏକାଠି ହେବାକୁ ଯାଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details