ETV Bharat / state

ମହିଳାଙ୍କ ସହଭାଗିତାରେ କେନ୍ଦୁଝର ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ: ଉପମୁଖ୍ୟମନ୍ତ୍ରୀ - GONASIKA MAHOTSAV 2024

ଗୋନାସିକା ମହୋତ୍ସବରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମହିଳାଙ୍କ ସହଭାଗିତାରେ କେନ୍ଦୁଝର ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ।

Deputy Chief Minister Pravati Parida
Deputy Chief Minister Pravati Parida (ETV Bharat Odisha)
author img

By ETV Bharat Odisha Team

Published : Dec 23, 2024, 1:43 PM IST

କେନ୍ଦୁଝର: ''ମହିଳାଙ୍କ ସହଭାଗିତାରେ କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ପର୍ଯ୍ୟଟନ କ୍ଷେତ୍ରର ସ୍ବଚ୍ଛତାରେ ମହିଳାଙ୍କ ସହଭାଗିତା ରହିବ । ଏହାସହ ସେ ଯାଗାରେ ଥିବା ଷ୍ଟଲଗୁଡ଼ିକରେ ମହିଳାମାନଙ୍କର 33 ପ୍ରତିଶତ ଭାଗିଦାରୀ ରହିବ'' । ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି 99.2 ପ୍ରତିଶତ ଲୋକଙ୍କୁ ସୁଭଦ୍ରା ଯୋଜନାରେ ସମାଲି କରାଯିବ । କେନ୍ଦୁଝର ଜିଲ୍ଲା ଗୋନାସିକା ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କୁ ପ୍ରାଧାନ୍ୟ:

କେନ୍ଦୁଝର ଗୋନାସିକା ମହୋତ୍ସବରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ଅଭିଭାଷଣରେ କହିଛନ୍ତି , '' କେନ୍ଦୁଝରର ସଂସ୍କୃତି ଅନନ୍ୟା । ବଳଦେବଜିଉ, ମା’ ତାରିଣୀ, କୁଶଳେଶ୍ଵର, ଦଧିବାମନଜିଉ, ମୁର୍ଗା ମହାଦେବ ଆଦି ପୀଠ କେନ୍ଦୁଝର ଜିଲ୍ଲାକୁ ମହିମାନ୍ବିତ କରିଛି । ପର୍ଯ୍ୟଟନସ୍ଥଳ ସାନଘାଗରା, ବଡ଼ଘାଗରା, ଘୁଣ୍ଡିଚାଘାଗି, ଚକ୍ରତୀର୍ଥ, ହାଣ୍ଡିଭଙ୍ଗା ଓ ଖଣ୍ଡାଧାର ଜଳପ୍ରପାତଏହି ଜିଲ୍ଲାର ସୌନ୍ଦର୍ଯ୍ୟ ବଢ଼ାଇଛି । କେନ୍ଦୁଝର ମାଟିରେ ପ୍ରକୃତି ମା' ତା'ର ସମସ୍ତ ସମ୍ଭାର ଅଜାଡ଼ି ଦେଇଛି । ଅମାପ ଖଣିଜ ସମ୍ପଦ, ଘଞ୍ଚ ଜଙ୍ଗଲ, ଗୋନାସିକା ପର୍ବତରୁ ଜନ୍ମ ବୈତରଣୀ ନଦୀ ଏହି ମାଟିକୁ ପବିତ୍ର କରିଛି । ଏହି ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ହେବା ସହ ଜିଲ୍ଲାକୁ ପର୍ଯ୍ୟଟନର ହବ କରାଯିବ । ଏହାସହ ଏହି ପର୍ଯ୍ୟଟନସ୍ଥଳୀ ଗୁଡିକରେ ମହିଳାଙ୍କୁ ସ୍ବରୋଜଗାରରେ ପ୍ରାଧାନ୍ୟ ମିଳିବ । ''

Gonasika Mahotsav 2024
Gonasika Mahotsav 2024 (ETV Bharat Odisha)

କେନ୍ଦୁଝର ମାଟିର ସନ୍ତାନ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ:

ସେହିପରି 'ସୁଭଦ୍ରା ଯୋଜନା'ରେ ଏ ଯାଏଁ କେବଳ କେନ୍ଦୁଝର ଜିଲ୍ଲାରୁ ୪ ଲକ୍ଷ ୪୪ ହଜାର ୩୭୫ ଜଣ ଆବେଦନ କରିଛନ୍ତି । ୩ ଲକ୍ଷ ୩୫ ହଜାର ୮୬୪ ଜଣଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଜିଲ୍ଲାର ୨୮ ହଜାର ୩୯ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଦ୍ବାରା ୯ଟି ମିସନ ଶକ୍ତି ରିଟେଲ୍ ମାର୍ଟ, ୧୩ଟି ମିସନ ଶକ୍ତି କାଫେ ପରିଚାଳିତ ହେଉଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଜିଲ୍ଲାରେ ୫୯ ହଜାର ୩୮୭ ଲକ୍ଷପତି ଦିଦି ଚିହ୍ନଟ ହୋଇଥିବା ବେଳେ ୩୧ ହଜାର ୩୯୧ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ବାଧୀନତା ସଂଗ୍ରାମକୁ କେନ୍ଦୁଝରର ଅବଦାନ ଅତୁଳନୀୟ । ଧରଣୀଧର ଭୂୟାଁଙ୍କ ନେତୃତ୍ବରେ ଏଠାକାର ଲୋକେ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସଂଗ୍ରାମ କରିଥିଲେ । ତେଣୁ କେନ୍ଦୁଝର ଜିଲ୍ଲାକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ । ସେହିପରି କେନ୍ଦୁଝର ମାଟିର ସନ୍ତାନ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ତାଙ୍କ ନେତୃତ୍ବରେ ଆଜି ଓଡ଼ିଶାରେ ବିକାଶର ନୂତନ ସୂର୍ଯ୍ୟୋଦୟ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ଅଭିଭାଷଣରେ କହିଛନ୍ତି ।

Deputy Chief Minister Pravati Parida (ETV Bharat Odisha)

ପର୍ଯ୍ୟଟନ ବିକାଶରେ ମହିଳାଙ୍କ ସହଭାଗିତା:

ଏନେଇ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "କେନ୍ଦୁଝର ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ର ବାକାଶ ଦ୍ରୁତଗତିରେ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ମୁଁ ପର୍ଯ୍ୟଟନ ମନ୍ତ୍ରୀ ଭାବରେ ଏହାର ଏକ ସମୀକ୍ଷା କରିଛି । ବହୁତ ଜଲଦି ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ପର୍ଯ୍ୟଟନ ବିକାଶରେ ମହିଳାଙ୍କ ସହଭାଗିତା ରହିବ । ସେହିପରି ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ଯେଉଁମାନେ ମାସିକ 1800 ଟଙ୍କା ସରକାରୀ ଭତ୍ତା ପାଉଛନ୍ତି ସେମାନେ ସୁଭଦ୍ରା ଯୋଜନା ସାମିଲ ନହେବାର ପ୍ରବଧାନ ରହିଛି । ଏଥିରେ 1 ପ୍ରତିଶତ ଲୋକ ବି ବାଦ ପଡ଼ୁନାହାନ୍ତି । ସୁଭଦ୍ରା ଯୋଜନା ପାକାପାଖି 99.2 ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିଯିବ । କ୍ୟାବିନେଟ ବୈଠକରେ ସୁଭଦ୍ରାର କିଛି ପରିବର୍ଦ୍ଧିତ ହୋଇଛି । ପୁଣି ଯାହା ସମସ୍ୟା ଓ ଅଭିଯୋଗ ଆସିବ ତାକୁ ଆମେ କ୍ୟାବିନେଟରେ ନେଇ ସଂସୋଧନ କରିବୁ । ସୁଭଦ୍ରା ଯୋଜନା ସମସ୍ତଙ୍କୁ ମିଳିବ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ପର୍ଯ୍ୟଟନ ବିକାଶର ମଙ୍ଗ ଧରିବ କୋରାପୁଟ: ପ୍ରଭାତି ପରିଡା

ଏହା ମଧ୍ୟ ପଢ଼ନ୍ତୁ...ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା, ଭୁଲରେ ଟଙ୍କା ନେଇଥିଲେ...

ଝଲସିଲା ଗୋନାସିକା ମହୋତ୍ସବ ମଞ୍ଚ:

ସେପଟେ ଗୋନାସିକା ମହୋତ୍ସବର ମଞ୍ଚ କଳା ଓ ସଂସ୍କୃତିର ପ୍ରଚାରପ୍ରସାର କରିବା ଦିଗରେ ସଫଳ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ ବିଶାଲ ସିଂହ । ଏହି ସଫଳତା ପାଇଁ ସେ ସମସ୍ତ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି । ମହତ୍ସବର ପ୍ରଥମ ପର୍ଯ୍ୟାୟରେ ଜୁଆଙ୍ଗ ଉନ୍ନୟନ ସଂସ୍କାର କଳାକାରଙ୍କ ଦ୍ବାରା ଚାଙ୍ଗୁ, ବାସୁଦେବପୁର ଅଞ୍ଚଳର ଝୁମର, ଖୋର୍ଦ୍ଧାର ପାଇକ ଆଖଡ଼ା ଓ କଟକର ଲାସ୍ୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ନକାସ ଅଜିଜ ଓ ନନ୍ଦୀ ସିଷ୍ଟର୍ସଙ୍କ ସଂଗୀତ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲା । ଗୋନାସିକା-କେନ୍ଦୁଝର ମହୋତ୍ସବର ଉଦ୍‌ଯାପନୀ ଦିବସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଏସ୍‌ପି ନୀତିନ କୁଶଲକର, ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.