MLA Candidates file Nomination (ETV Bharat Odisha) ପୁରୀ: ନାମାଙ୍କନ ଦାଖଲ କଲେ ନିମାପଡା ଓ କାକଟପୁର ବିଜେପି ପ୍ରାର୍ଥୀ । ଆଜି ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକ ବିରାଟ ଶୋଭାଯାତ୍ରାରେ କାକଟପୁରରୁ ବାହାରି ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ସେପଟେ ପୁରୀ ଜିଲ୍ଲା ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଭାବେ ପ୍ରଭାତୀ ପରିଡା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l
କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ବାଇଧର ମଲ୍ଲିକ ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ କାକଟପୁରରୁ ବାହାରି ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ l କାକଟପୁରରେ ବିଜେପି ଭଲ ପ୍ରଦର୍ଶନ କରିବା ସହ କାକଟପୁର ବିଧାନସଭା ମଣ୍ଡଳୀର ଜନସାଧାରଣ ମାନେ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିଜେପିକୁ ବହୁ ମତ ଦେବେ ବୋଲି ପ୍ରକାଶ କହିଛନ୍ତି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ କହିଛନ୍ତି l ଲୋକ ମାନେ ବିଜେଡିର କୁଶାସନ କାରଣରୁ ଅତିଷ୍ଠ ଥିବା ଏବଂ ଲୋକେ ଏଥର ପରିବର୍ତ୍ତନ ଚାହୁଁଥିବା ବେଳେ ବିଜେପି ତାଙ୍କ ବିକଳ୍ପ ଦଳ ଭାବେ ଉଭା ହୋଇଥିବା ବାଇଧର କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.. ବ୍ରହ୍ମପୁର ବିଧାନସଭାରେ ସ୍ୱାଧୀନ ପ୍ରାର୍ଥୀ ନେବେ ନିର୍ଣ୍ଣାୟକ ଭୂମିକା; ବ୍ରହ୍ମାନନ୍ଦ ତ୍ରିପାଠୀ - Berhampur Assembly Constituency
ଅନ୍ୟପଟେ ନିମାପଡା ବିଧାନସଭା ମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ତଥା ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଭାତୀ ପରିଡା l ପ୍ରଭାତୀ ନିମାପଡା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ପୁରୀରେ ପହଞ୍ଚିଥିଲେ l ସେଠାରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବିଜେପି ଓଡିଶାରେ ସରକାର ଗଢିବା ସହ ନିମାପଡା ଅଞ୍ଚଳବାସୀ ମୋଦିଙ୍କ ଗ୍ୟାରେଣ୍ଟି ଓ ଜନହିତକାରୀ ଯୋଜନା ଉପରେ ଆସ୍ଥା ପ୍ରକଟ କରି ବିପୁଳ ପରିମାଣର ଭୋଟ ଦେଇ ବିଜୟୀ କରାଇବେ ବୋଲି ପ୍ରଭାତୀ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ମାନଙ୍କ ଓଡିଶା ଗସ୍ତ ଓ ମୋଦିଙ୍କ ପ୍ରଚାର ଓଡିଶା ଭୋଟଙ୍କୁ ବେଶ ପ୍ରଭାବିତ କରିଥିବା ପ୍ରଭାତୀ କହିଛନ୍ତି l
ସେ ଆହୁରି ମଧ୍ୟ କହିଛନ୍ତି "ଓଡ଼ିଶାର ଦାୟିତ୍ଵ ମୋଦିଜୀ ନେଇଛନ୍ତି । ଓଡ଼ିଶାର ବିକାଶ ମୋଦିଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି । ଓଡ଼ିଶାକୁ ମୋଦି ବେଶ୍ ଭଲ ପାଉଛନ୍ତି । ଓଡ଼ିଶାରେ ବିଜେପି ସରକାର ହେଲେ ବିକାଶ ଆହୁରି ହେବ । ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଗ୍ୟାରେଣ୍ଟି ଓଡ଼ିଶାବାସୀଙ୍କ ହୃଦୟକୁ ବେଶ ଛୁଇଁଛି । ଏଣୁ ମୋଦିଙ୍କୁ ଲୋକ ମାନେ ଭରସା କରି ଆଗାମୀ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଦେବା ସହ ଓଡ଼ିଶାରେ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ନେବ।"
ଇଟିଭି ଭାରତ, ପୁରୀ