ଓଡିଶା

odisha

ETV Bharat / politics

ବିଜେପି-କଂଗ୍ରେସ-ବିଜେଡି: କିଏ କାହାର B ଟିମ୍‌ ? - B TEAM POLITICS

କଂଗ୍ରେସ ନିର୍ଦ୍ଦେଶରେ ଚାଲିଛି ବିଜେଡି । ବିଜେଡି, କଂଗ୍ରେସ ଉପରେ ବର୍ଷିଲେ ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ।

Who is running BJD
Who is running BJD (ETV Bharat Odisha)

By ETV Bharat Odisha Team

Published : Oct 7, 2024, 7:59 PM IST

ଭୁବନେଶ୍ବର: କାହା ସହିତ ଅଛି ବିଜୁ ଜନତା ଦଳ ? କଂଗ୍ରେସ ନା ବିଜେପି ସହିତ ଅଛି ଦଳ । ବିଜେଡି-କଂଗ୍ରେସ ସହିତ ଅଛି । ବିଜେଡ଼ିର ବି ଟିମ ଭାବେ କଂଗ୍ରେସ କାମ କରୁଥିବା ବିଜେପି ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ କହିବା ପରେ ଜବାବ ରଖିଛନ୍ତି ଉଭୟ ଦଳ । ଦାୟିତ୍ୱ ତୁଲାଇବାରେ ବିଫଳ ବିଜେପି ଏଭଳି ମିଛ କଥା କହୁଥିବା କହିଛନ୍ତି କଂଗ୍ରେସ ବିଧାୟକ । ବିଜେଡି ଏକଲା ଚଲୋ ନୀତିରେ ଅଛି ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।

ବିଜେଡିର ବି ଟିମ କଂଗ୍ରେସ:-

ବିଜେପି ନା କଂଗ୍ରେସ ସହିତ ଅଛି ବିଜେଡି (ETV Bharat Odisha)

ବିଜେପି ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ କହିଛନ୍ତି; "କଂଗ୍ରେସ-ବିଜେଡି ମିଶିକି ଅଛନ୍ତି । ଆଜି ନୂଆ କଥା କିଛି ନୁହେଁ । ବିଧାନସଭାରେ କଂଗ୍ରେସ ବିଜେଡିର ଇଙ୍ଗିତରେ କାମ କରୁଛି । ବିଜେଡ଼ିର ବି ଟିମ କଂଗ୍ରେସ । ବିଜେଡି ନିଜ ସ୍ୱାର୍ଥରେ ଅଛି । ଦିଲ୍ଲୀରେ ଗୋଟେ କଥା, ପଲ୍ଲୀରେ ଆଉ ଗୋଟେ କଥା କୁହେ ବିଜେଡି । ବିଜେଡି କେବେ ଗୋଟେ କଥା କହିନାହିଁ । ବିଜେଡି ସବୁବେଳେ ଡବଲ ଷ୍ଟାଣ୍ଡାର୍ଡ ।


ଦିଲ୍ଲୀ କଂଗ୍ରେସ ଦ୍ଵାରା ପରିଚାଳିତ ହେଉଛି ବିଜେଡି । ବିଜେଡ଼ି କେତେବେଳେ କଣ କରିବ, ତାହା କହିବା ମୁସ୍କିଲ । ବିଜେଡି ନିଜ ସ୍ୱାର୍ଥ ଲାଗି କିଛି ବି କରିପାରେ । ଦିଲ୍ଲୀରୁ ଯେଉଁ ଟିୟୁନିଂ ଆସୁଛି ଏଠି ବିଜେଡ଼ି ସେଇ କଥା କରୁଛି । ଆଉ ଏଠି ବିଜେଡି ଯାହା କହିଛୁ କଂଗ୍ରେସ ସେଇଟା କରୁଛି । ବିଜେଡି ଦ୍ଵାରା ପରିଚାଳିତ ହେଉଛି ଓଡ଼ିଶା କଂଗ୍ରେସ । ଆଗକୁ ଇଣ୍ଡି ମେଣ୍ଟରେ ବିଜେଡି ମିଶିବ କି ପ୍ରଶ୍ନରେ ଅଶ୍ଵିନୀ ଷଡ଼ଙ୍ଗୀ କହିଛନ୍ତି ବିଜେଡି କିଛି ବି କରିପାରେ । ବିଜେଡି ନିଜ ସ୍ବାର୍ଥ ପାଇଁ କିଛି ବି କରିପାରେ ।

ଏହା ବି ପଢନ୍ତୁ-‘ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ’, ମୁହାଁମୁହିଁ ଶାସକ-ବିରୋଧୀ - jharkhand assembly election

ଏହା ବି ପଢନ୍ତୁ-ବିଜୟରେ ଉନ୍ମାଦିତ,ପରାଜୟରେ ହତୋତ୍ସାହିତ ହୁଅନାହିଁ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର - Dharmendra counter Naveen

ଏହା ବି ପଢନ୍ତୁ-ଏକଜିଟ ପୋଲ ରାଜନୀତି: କଂଗ୍ରେସ କହିଲା ଏମିତି, କାଉଣ୍ଟର କଲା ବିଜେପି - Politics On Exit Poll

ଏହା ବି ପଢନ୍ତୁ-ମୋହନ ସରକାରଙ୍କ ଉପରେ ଗର୍ଜିଲେ ଦୁଇ ପୂର୍ବତନ ମନ୍ତ୍ରୀ


ନୀତି ବିହୀନ କାର୍ଯ୍ୟ କରେନାହିଁ କଂଗ୍ରେସ:-

କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, "ସମସ୍ତ କଥା ରାଜନୈତିକ କପୋଳକଳ୍ପିତ କରି କହୁଛନ୍ତି । ଏହି କଥାରେ କୌଣସି ଆଧାର ନାହିଁ । ମିଥ୍ୟା ଆଧାରରେ ଯିଏ ଯାହା କହିଦେବ ତାହା ଗ୍ରହଣ କରିନେବା ସହଜ କଥା ନୁହେଁ । ବିଜେଡି ଆଭିମୁଖ୍ୟ ଅଲଗା । କଂଗ୍ରେସ ଆଭିମୁଖ୍ୟ ମଧ୍ୟ ଅଲଗା । ବିଜେଡିର ନୀତି ଆଦର୍ଶ ଅଲଗା ଅଛି । କଂଗ୍ରେସ ଓ ବିଜେପିର ଅଲଗା । ସମସ୍ତଙ୍କର ଇସ୍ତାହାର ମଧ୍ୟ ଅଲଗା । ଆମେ ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ସାଙ୍ଗରେ ଅଛୁ । ସମସ୍ତଙ୍କୁ ନେଇ ଚାଲିବାର ମାନସିକତା କଂଗ୍ରେସର ଅଛି । କଂଗ୍ରେସ କୌଣସି ନୀତି ବିହୀନ କାର୍ଯ୍ୟ କରେନାହିଁ । ତେଣୁ ବିଜେଡ଼ି କେମିତି ଆମକୁ ଚଳେଇବ ? ଆମେ କଂଗ୍ରେସରେ ଅଛୁ । କଂଗ୍ରେସ ଆଞ୍ଚଳିକ ଦଳ ନୁହେଁ । ସମୟ ପଡିଲେ କଂଗ୍ରେସ ହୁଏତ ବିଜେଡିକୁ ଚଳେଇପାରେ । ଦିଗଦର୍ଶନ ଦେଇପାରେ । ଆମେ ବିଜେଡ଼ିକୁ ଚଳେଇବୁ ବୋଲି କହୁନାହୁଁ ।"



ଦାୟିତ୍ୱ ତୁଲାଇବାରେ ବିଫଳ ବିଜେପିର ମିଛ ଅଭିଯୋଗ:-


ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ଜାତୀୟ ଦଳ । ଆମେ ଗୋଟେ ରାଜ୍ୟରେ ସୀମିତ ନାହୁଁ । ସର୍ବ ଭାରତୀୟ ସ୍ତରରେ ଆଦୃତ ଦଳ । ରାଜ୍ୟରେ ଆମେ ସଂଖ୍ୟାରେ କମ ଅଛୁ । କିନ୍ତୁ କୌଣସି କର୍ମରେ ଆମେ ପଛରେ ନାହୁଁ । ଏହା ବିଜେପିର ମାନସିକତା । ସତକୁ ସାମ୍ନା କରି ପାରୁନାହାନ୍ତି । ସରକାର ନିଜକୁ ଶିଶୁ ବୋଲି କହୁଛନ୍ତି । ଗୁରୁଦାୟିତ୍ୱ ବହନ କରିସାରିବା ପରେ ସରକାର ଶିଶୁ ନୁହେଁ । ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଥିବାରୁ ଏଭଳି ମିଛ କଥା କହୁଛନ୍ତି । ବିଜେଡି-ବିଜେପି ପୂର୍ବରୁ ମିଶିକି ଥିଲେ, ଏବେବି ସେହି ମାନସିକତାରେ ଅଛନ୍ତି । ବିଜେଡି ଏବେବି ବିଜେପି ସହ ଅଛି । ଜାତୀୟ ସ୍ତରରେ ବିଭିନ୍ନ ଆଞ୍ଚଳିକ ଦଳ ଇଣ୍ଡିମେଣ୍ଟ ସହ ଅଛନ୍ତି । ବିଜେଡି ମିଶିବ କି ନାହିଁ ସେ କଥା ହାଇକମାଣ୍ଡ ବିଚାର କରିବେ । କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିବାର ମାନସିକତା ଅଛି । ଯେହେତୁ କଂଗ୍ରେସ ଜାତୀୟ ଦଳ ବୃହତ୍ ଦଳ ସମୟ ପଡ଼ିଲେ କଂଗ୍ରେସ ବିଜେଡିକୁ ଚଲେଇପାରେ । ବିଜେଡି ଆଞ୍ଚଳିକ ଦଳ ହୋଇ କିପରି କଂଗ୍ରେସକୁ ଚଲାଇବ ବୋଲି ପ୍ରଶ୍ନ କରିଛନ୍ତି ।"


ଦିଲ୍ଲୀରୁ ଚିଠା ନଆସିଲେ ଏଠାରେ ଚାଲେନି ବିଜେପି କଲମ:-


ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, "ବିଜେଡି ଏକ ଆଞ୍ଚଳିକ ଦଳ । ଓଡିଶାବାସୀଙ୍କର ଆଶା ଭରସାର ପ୍ରତୀକ । ବିଜେପି ଓ କଂଗ୍ରେସ ଠାରୁ ବିଜେଡ଼ି ସବୁବେଳେ ସମ ଦୂରତା ରକ୍ଷା କରି ରହିବାରେ ବିଶ୍ଵାସ କରେ । ଆଜି ମଧ୍ୟ ଏହି ନୀତି ବଳବତ୍ତର ରହିଛି । ବିଜେପି ପାଖରେ କଣ ତଥ୍ୟ ଅଛି କହୁଛନ୍ତି, ତାହା ଆମେ ଜାଣିନାହିଁ । ଦିଲ୍ଲୀରୁ ଚିଠା ନଆସିଲେ ସେମାନେ ବିଜେପି ଏଠାରେ କଲମ ଚାଲେନି । ଆମର ଦିଲ୍ଲୀରେ କେହି ମାଷ୍ଟର ନାହାନ୍ତି । ଓଡିଶାବାସୀ ହେଉଛନ୍ତି ବିଜେଡିର ମାଲିକ । ଓଡିଶାବାସୀଙ୍କ ସ୍ୱାର୍ଥ ନେଇ ବିଜେଡି ସବୁବେଳେ କାମ କରିବ । ବିଜେପି ଅତୀତରେ ବହୁ ଅଭିଯୋଗ କରିଛି । ବିଜେପିର ଏଭଳି ଅଭିଯୋଗର କିଛି ଭିତ୍ତି ନାହିଁ ।"



ବିଜେଡି ଏକଲା ଚଲୋ ନୀତିରେ ସ୍ଥିର:-


ଧ୍ରୁବ ଆହୁରି ମଧ୍ୟ କହିଛନ୍ତି, "କାଲି ଜାତୀୟ ରାଜନୀତିର ଚିତ୍ର କଣ ହେବ ଆସନ୍ତାକାଲି ନିର୍ବାଚନ ଫଳାଫଳ ଅନେକ ସୂଚନା ଦେବ । ଆଗାମୀ ଦିନରେ ମଧ୍ୟ ଏହାର ସମୀକରଣ ବଦଳିବ । ଓଡିଶାରେ ବିଜୁ ଜନତା ଦଳ ରାଜ୍ୟର ସ୍ୱାର୍ଥକୁ ନେଇ ଲଢେଇ କରୁଛି । ବିଜେପି ଓ କଂଗ୍ରେସ ଠାରୁ ଆମେ ସମାନ ଦୂରତା ରକ୍ଷା କରୁଛୁ । କେବଳ ରାଜ୍ୟର ସ୍ୱାର୍ଥ ନେଇ ଉଭୟ ଦଳ ବିରୋଧରେ ଆମେ ଲଢେଇ କରୁଛୁ । ଦାଇତ୍ୱବାନ ଦଳ ଭାବେ ଆମେ ଆମର ଦାୟିତ୍ୱ ନିଭେଇବୁ । ବିଜେଡି ଏକଲା ଚାଲୋ ନୀତିରେ ଅଛି ବୋଲି ଆମର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ତେଣୁ କୌଣସି ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ ।"

ABOUT THE AUTHOR

...view details