ଓଡିଶା

odisha

ETV Bharat / politics

‘ବାହା ହୋଇ ଯୌତୁକରେ ଓଡିଶା ଆସିଛନ୍ତି ପାଣ୍ଡିଆନ, ସତ ସାହସ ଥିଲେ ସାଙ୍ଗିଆ ବଦଳାଇ ରାଉତ ରଖନ୍ତୁ’ - BJP Targets Pandian

BJP Leader Pitambar Acharya Targets Pandian: ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବିଜେପି ନେତା । କହିଲେ ସାହସ ଥିଲେ ପାଣ୍ଡିଆନ ସାଙ୍ଗିଆ ବଦଳାଇ ରାଉତ କରନ୍ତୁ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : May 17, 2024, 8:57 PM IST

ବାହା ହୋଇ ଯୌତୁକରେ ଓଡିଶାକୁ ଆସିଛନ୍ତି ପାଣ୍ଡିଆନ
ବାହା ହୋଇ ଯୌତୁକରେ ଓଡିଶାକୁ ଆସିଛନ୍ତି ପାଣ୍ଡିଆନ (ETV Bharat Odisha)

ବାହା ହୋଇ ଯୌତୁକରେ ଓଡିଶାକୁ ଆସିଛନ୍ତି ପାଣ୍ଡିଆନ (ETV Bharat Odisha)

ଭୁବନେଶ୍ବର: ନିର୍ବାଚନକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ରାଜ୍ୟରେ ମୁଖ୍ୟତଃ ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ଆଜି ପୁଣିଥରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି ବିଜେପି । ବିଜେପି ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ପ୍ରେସ ମିଟ୍ କରି ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ପାଣ୍ଡିଆନଙ୍କୁ ଘର ଜ୍ବାଇଁ କହି ତାଚ୍ଛଲ୍ୟ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, "ଗତ କିଛି ମାସ ତଳେ ଚାକିରିରୁ ଅବସର ନେଇ ନୂଆ ନୂଆ ନେତା ହୋଇଥିବା ତାମିଲ ବାବୁ ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଟୁରିଷ୍ଟ କହୁଛନ୍ତି । ଯିଏ ନିଜେ ଓଡିଶାର ଲୋକ କିମ୍ବା ଓଡିଶା କ୍ୟାଡରର ଅଫିସର ନୁହଁନ୍ତି । ବାହା ହୋଇକି ଯୌତୁକ ସୂତ୍ରରେ ଓଡିଶାକୁ ଆସିଥିଲେ । ଯଦି ତାଙ୍କର ସତ ସାହସ ଅଛି ପାଣ୍ଡିଆନ ସାଙ୍ଗିଆ ବା ସରନେମକୁ ବଦଳାଇ ରାଉତ ରଖି ଦିଅନ୍ତୁ । ସ୍ତ୍ରୀଙ୍କ ସାଙ୍ଗିଆ ନେଇଯାନ୍ତୁ । ଆମେ ଜାଣିବୁ ଆପଣ ପ୍ରକୃତରେ ଓଡ଼ିଶା ମାଟି ପାଇଁ ଲଢ଼ିବାକୁ ସାହସ ଅଛି । ପ୍ରକୃତରେ ଯଦି ନେତା ହେବାର ହକ ଥାଏ, ତାମିଲନାଡୁର ଏକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ି ଦେଖନ୍ତୁ ।"

ପିତାମ୍ବର ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, "ବିଜେଡି ସରକାରରେ ରାଜ୍ୟରେ ନିର୍ବାଚନ ହିଂସା ବଢିଯାଇଛି । ରାଜ୍ୟରେ ପ୍ରଥମ ନିର୍ବାଚନ ସରିବା ପରେ ବିଭିନ୍ନ ସ୍ଥାନରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି । ପରାଜୟ ଭୟରେ ବିଜେଡି ନେତାଙ୍କ ଏଭଳି କାର୍ଯ୍ୟ ଦେଖିବାକୁ ମିଳୁଛି । ଗତ 13 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଲଗାଇ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ କରାଗଲା । କିପରି ତାଙ୍କୁ ଦ୍ଵିତୀୟ ନିର୍ବାଚନରୁ ଦୂରରେ ରଖାଯିବ ସେଥିପାଇଁ ଏଭଳି କାର୍ଯ୍ୟ କରାଯାଇଛି । ସେପଟେ ଗତକାଲି ଖଲ୍ଲିକୋଟରେ ଜଣେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ଅତି ନର୍ମମ ଭାବରେ ବିଜେଡି କର୍ମୀ ହତ୍ୟା କଲେ । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଜଘନ୍ୟ କହି ନିନ୍ଦା କରିଛନ୍ତି । ଆପଣ କେବଳ କ୍ଷମା ମାଗିଦେଲେ ଏହି ପାପ ଧୋଇବ ନାହିଁ । ଯେଉଁ ଗଞ୍ଜାମବାସୀ ଆପଣଙ୍କୁ 24 ବର୍ଷ ଶାସନରେ ରହିବାର ସୁଯୋଗ ଦେଲେ, ଆଜି ଯୋଡ଼ ହସ୍ତରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କ୍ଷମା ପ୍ରାର୍ଥନା କରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ପରାଜୟ ଭୟରେ ଅର୍ଥକୁ ମାଧ୍ୟମ କରିଛି: ବୌଦ୍ଧ ବିଜେପି - Boudh BJP Press Meet


ପିତାମ୍ବର ଆଚାର୍ଯ୍ୟ ଆହୁରି କହିଛନ୍ତି, "ସେହିଭଳି ବିଜେଡି ଦଳ ପରାଜୟ ଭୟରେ ବିଜୁଳି ଫ୍ରି କରିବାକୁ କହିଛନ୍ତି । ମାତ୍ର ଏହି ବିଜୁଳିକୁ ତାମିଲନାଡୁକୁ ଶସ୍ତାରେ ବିକ୍ରି ହେଉଛି ଏବଂ ଏଥିପାଇଁ ରାଜ୍ୟର ଅନେକ ରାଜସ୍ବ କ୍ଷତି ହେଉଛି । ଯେଉଁମାନେ ନିର୍ବାଚନ ହିଂସା ଘଟଉଛନ୍ତି ସେମାନଙ୍କ ବିରୋଧରେ ବିଜେପି ସରକାର ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ହିଂସାର ଜବାବ ଭୋଟରମାନେ ଭୋଟରେ ଦିଅନ୍ତୁ । ବିଜେପିକୁ କେନ୍ଦ୍ର ଏବଂ ରାଜ୍ୟର ଶାସନ ଗାଦିରେ ବସାଇ ସେମାନଙ୍କୁ ଉଚିତ ଜବାବ ଦିଅନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details